ସି.ଏମ୍ ଟ୍ରଫି ଫୁଟବଲ ଦିତୀୟ ଦିବସ ଆଳି ଓ ନେତାଜି କ୍ଲବ ବିଜୟୀ



କେନ୍ଦ୍ରାପଡା ୨୫/୪: ୧୪ବର୍ଷ କମ୍ ବାଳକ ବିଭାଗର ସିଏମ୍ ଟ୍ରଫି ଦ୍ୱିତୀୟ ସଂସ୍କାରଣ ଫୁଟବଲ ପ୍ରତିଯୋଗିତା ପଟ୍ଟାମୁଣ୍ଡାଇ ସ୍ଥିତ ହରିହରାନନ୍ଦ ଆଶ୍ରମ ସ୍କୁଲ ପଡିଆ ଠାରେ ଦିତୀୟ ଦିନରେ ଆଳି ଓ ନେତାଜି କ୍ଲବ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ସଂସଦର ସହଯୋଗରେ ଏହି ପ୍ରତିଯୋଗିତା ପ୍ରତ୍ୟକଦିନ ସକାଳ ଏବଂ ଅପରାହ୍ନରେ ଅନୁଷ୍ଠିତ ମ୍ୟାଚରେ ବାଳୀକା ବିଭାଗରେ ଆଳି ପୁଟବଲ ଏକାଡେମୀ ଓ କେନ୍ଦ୍ରାପଡା ହାଇସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଳି ଫୁଟବଲ ଏକାଡେମି ୭-୦ ଗୋଲରେ କେନ୍ଦ୍ରାପଡା ହାଇସ୍କୁଲ କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉତ୍ତିର୍ଣ୍ଣ ହୋଇଛି । ସେହିପରି ବାଳକ ବିଭାଗରେ ରାଜକନିକାର ନେତାଜି କ୍ଲବ ଓ ଆଳିର ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଦର୍ଶ ବିଦ୍ୟାଳୟକୁ ୯-୦ ଗୋଲରେ ପରାସ୍ତ କରି ନେତାଜି କ୍ଲବ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡକୁ ଉତ୍ତିର୍ଣ୍ଣ ହୋଇଛି । ଏହି ମ୍ୟାଚରେି ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ, କ୍ରୀଡା ସଂପାଦକ ଜ୍ୟୋତିମୟ ଦାସ, କୋଷାଧ୍ୟକ୍ଷ ଯୁଧିଷ୍ଠିର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ଅନ୍ତରାଷ୍ଟାୟ ଫୁଟବଲ ମହିଳା ଖେଳାଳି ଗାୟତ୍ରୀ ମଲ୍ଲିକ, ଅଲୋଚନା ସେନାପତି, ରଶ୍ମିତା ପାତ୍ର ପ୍ରମୁଖ ଖେଳାଳୀ ଚୟନ ନିମନ୍ତେ ଉପସ୍ଥିତ ଥିଲେ ।


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ଜାତୀୟ ପଂଚାୟତରାଜ ଦିବସ ପାଳିତ

Sun Apr 26 , 2026
ପଟ୍ଟାମୁଣ୍ଡାଇ ତା ୨୫/୪-ରାଜ୍ୟ ସରକାରଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକରେ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ଗତକାଲି ସନ୍ଧ୍ୟା ରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ଷମତାର ବିକେନ୍ଦ୍ରିକରଣ କରି ଲୋକଙ୍କ ହାତରେ କ୍ଷମତା ସହ ବିକାଶ କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ପଂଚାୟତରାଜ ବ୍ୟବସ୍ଥା କରାଯାଇଛି I […]