ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ


ପଟ୍ଟାମୁଣ୍ଡାଇ ତା ୨୫/୪- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୧୦ନଂ ୱାର୍ଡ ମା ତାରିଣୀ ମହିଳା ଆରୋଗ୍ୟ ସମିତି ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇ ଯାଇଛି I ମହିଳା ସମିତି ସମ୍ପାଦକ ଆଶା କର୍ମୀ ସୋଭାଗିନି ମଲିକଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ସେବାଶ୍ରମ ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଜୟଶ୍ରୀ ଦାଶ ସମାଜସେବୀ ମିଟୁ ମନୋଜ ନାୟକ ଓ ଆଡ଼ଭୋକେଟ ଶିଶିର ମଲିକ ଏ ଏନ ଏମ ନିରୁପମା ସାହୁ ଯୋଗ ଦେଇ ସମଗ୍ର ବିଶ୍ୱରୁ ମ୍ୟାଲେରିଆ ରୋଗ ଦୂର କରିବା ସରକାର ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରୋଗ ନିରୋଧକ ସଚେତନତା କାର୍ଯ୍ୟକ୍ରମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ I ଏହି ସଭାରେ ମହିଳା ସମିତି ସଭାପତି ବବିତା ମଲିକ, ମମତା ମଲିକ ମଣିମାଳା ମଲିକ ରଶ୍ମିତା ମଲିକ ମଞ୍ଜୁଲତା ମଲିକ ସରସ୍ବତୀ ମଲିକ ମମତା ମଲିକ ମିତା ମଲିକ ସୁନିତା ମଲିକ ପ୍ରମୁଖ ବହୁ ସଦସ୍ୟ ଯୋଗ ଦେଇଥିଲେ I


Next Post

ଦେବୀପ୍ରଜ୍ଞା ଦେ ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର, ୯ଜଣ ପାଇଲେ ଏ୧

Sun May 3 , 2026
ପଟ୍ଟାମୁଣ୍ଡାଇ ତା ୨/୫- ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ହାଇସ୍କୁଲର ୯ଜଣ ଛାତ୍ରଛାତ୍ରୀ ବିଶେଷ ସଫଳତା ହାସଲ କରି ଏ୧ ଗ୍ରେଡ଼ ହାସଲ କରିଛନ୍ତି ।  ସେଥି ମଧ୍ୟରେ ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତଥା ପ୍ରଶାନ୍ତ କୁମାର ଦେ ଓ ଡଲି ଦାସଙ୍କ କନ୍ୟା ଦେବୀପ୍ରଜ୍ଞା ଦେ ସର୍ବୋଚ୍ଚ ୫୫୫ନମ୍ବର ରଖି ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର […]