
ପଟ୍ଟାମୁଣ୍ଡାଇ ତା ୨/୫- ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ସରକାରୀ ଚାକିରୀରୁ ଆଜି ଅବସର ଗ୍ରହଣ କରିଥିବାରୁ ତାଙ୍କୁ କଲେଜ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ପଟ୍ଟାମୁଣ୍ଡାଇ କଲେଜ ଷ୍ଟାଫ ଆସୋସିଏସନ ସଭାପତି ପ୍ରଫେସର ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ କଲେଜ ପରିସରରେ ଆୟୋଜିତ ସଭାରେ ରାଜନଗର କଲେଜ ଅଧକ୍ଷ ପ୍ରଫେସର ଅମୀୟ କୁମାର ଦାସ ପ୍ରାଧ୍ୟାପକ ଡ଼ ସୁନୀଲ କୁମାର ପ୍ରଧାନ ଡ଼ ଅଞ୍ଜଳି ଦାଶ ପ୍ରାଧ୍ୟାପକ କ୍ୟାପଟେନ ମନୋଜ ପରିଡା ଡ଼ ରମେଶ କୁମାର ସାହୁ ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ ବୈକୁଣ୍ଠ ରାଉଳ ଅଧ୍ୟାପକ ଅରବିନ୍ଦ ପାଣ୍ଡଵ ଅଧ୍ୟାପକ ଶ୍ରୀମନ୍ତ କୁମାର ଜେନା ଅଧ୍ୟାପକ ରଞ୍ଜନ କୁମାର ଗାହାଣ ଅଧ୍ୟାପକ ଡ଼ ମାନସ ନାୟକ ଅଧ୍ୟାପକ ଆଲୋକ କୁମାର ସାହୁ ଅଧ୍ୟାପକ ସୁଭାଶିଷ ମିଶ୍ର ଅଧ୍ୟାପିକା ନିବେଦିତା ପ୍ରଧାନ, ସରୋଜିନୀ ମିଶ୍ର,ସୀମାଙ୍ଗିନୀ ଦାସ ପ୍ରମୁଖ ଭାଷଣ ଦେଇ ବିଦାୟୀ ଅଧକ୍ଷ ପ୍ରଫେସର ପାତ୍ରଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ମାନପତ୍ର ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ Iଷ୍ଟାଫ ଆସୋସିଏସନ ସମ୍ପାଦକ ଅଧ୍ୟାପକ ରଞ୍ଜନ କୁମାର ବେହୁରା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ I ଅଣଶିକ୍ଷକ କର୍ମଚାରୀ ମୁଖ୍ୟ କିରାଣୀ ପ୍ରମୋଦ ପରିଡା,ଗ୍ରନ୍ଥା ଗାରିକ ବିଶ୍ୱଜିତ ଭଦ୍ର,ଅବିନାଶ ପରିଡା, ବାବୁରାମ ବାରିକ, ଲଷ୍ମୀପ୍ରିୟା ବେହେରା, ଅଶୋକ ପାତ୍ର ଚିତ୍ତ ରଞ୍ଜନ ପାଣି ଚନ୍ଦ୍ରମଣି ଜେନା, ପଣ୍ଡୁ ଜେନା ଓ ରାଜା ଗୋଛାୟତ ପ୍ରମୁଖ ବିଦାୟୀ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ Iଶେଷରେ ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ I










