
ପଟ୍ଟାମୁଣ୍ଡାଇ ତା ୪/୫- ସଦ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟରେ ବିଜେପି ସଫଳତା ହାସଲ କରିବା ସହିତ ବିଶେଷ କରି ପଶ୍ଚିମବଙ୍ଗ ଓ ଆସାମରେ ବୃହତ ବିଜୟ ହାସଲ କରିଛି I ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଜେପି ନେତା ଓ କର୍ମୀମାନେ ବାଜା ବଜାଇ ବାଣ ଫୁଟାଇ ଶୋଭାଯାତ୍ରାରେ ବାହାରି ପଟାମୁଣ୍ଡାଇ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲେ I ଏହି ବିଜୟ ଶୋଭାଯାତ୍ରାରେ ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଲଳିତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକାର ବେହେରା, ଜିଲ୍ଲା ବିଜେପି ଉପସଭାପତି ଭାରତ ଭୂଷଣ ଦାସ ( ବାବୁ ) ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ବରିଷ୍ଠ ନେତା ସଞ୍ଜୟ ସାହୁ ନଗର ବିଜେପି ସଭାପତି ଅଶୋକ ସାହୁ, ଯୁବନେତା ମିଟୁ ମନୋଜ ନାୟକ, ନଗର ପ୍ରତିନିଧି ସୁରେଶ ସାହୁ ଆଡ଼ଭୋକେଟ ଶିଶିର ମଳିକ ଡାମରପୁର ସମିତି ସଭ୍ୟା ନିରୁପମା ସାହୁ ଯୁବ ନେତା ସୁଶୀଲ ପରିଡା, ସୁଶାନ୍ତ ସାମନ୍ତରାୟ ଧରଣୀଧର ଭୂୟାଁ ଗଗନ ପ୍ରସାଦ ବାରିକ, ରାଜ କିଶୋର ସାହୁ, ନଗର ମହିଳା ମୋର୍ଚା ସଭାନେତ୍ରୀ ରଶ୍ମିତା ସାହୁ ଭାନୁପ୍ରକାଶ ପରିଡା ଯୁବନେତା ରତି ରଞ୍ଜନ ସାହୁ ସଞ୍ଜୟ ସ୍ୱାଇଁ ପିତାମ୍ବର କର ଭାଗ୍ୟଧର ସାହୁ ପ୍ରମୁଖ ବହୁ ବିଜେପି ନେତା କର୍ମକର୍ତ୍ତା ଜୟ ଶ୍ରୀରାମ ଧ୍ୱନି ଦେଇ ବିଜୟ ଉତ୍ସବ ପାଳନ କରିବା ସହିତ ମିଷ୍ଟାନ ବଣ୍ଟନ କରିଥିଲେ I ବିଜେପିର ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି I










