ଅଷ୍ଟମ ଦିନରେ ପଞ୍ଚାୟତ ଅଧିକାରୀ ସଂଘର ଧାରଣା


କେନ୍ଦ୍ରାପଡ଼ା, ୨୫ା୮: ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦୁଇ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅଷ୍ଟମ ଦିନରେ ପହଞ୍ଚିଛି । ଆଜି ସେହି ଧାରଣା ସ୍ଥଳରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପହଞ୍ଚି ଧାରଣାକାରୀଙ୍କୁ ସମର୍ଥନ ଜଣାଇ କିଛି ସମୟ ସେଠାରେ ବସିରହିଥିଲେ । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା +୨ରୁ +୩ (ସ୍ନାତକ) କରାଯିବା ସହ ସେମାନଙ୍କ ଦରମା ୨୧,୭୦୦ (ଲେଭେଲ୍ -୫)ରୁ ୩୫,୪୦୦ (ଲେଭେଲ-୯)କୁ ବୃଦ୍ଧି କରାଯିବା, ୧୦ବର୍ଷ ଚାକିରୀ ସମୟ ପୂରଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରାଯାଇ ସେମାନଙ୍କୁ ଅବସ୍ଥାପିତ କରାଯିବା ଏବଂ ସେମାନଙ୍କ ପାଇଁ ପଦୋନ୍ନତିର ବ୍ୟବସ୍ଥା କରାଯିବା ପ୍ରଭୃତି ଦାବି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଓଡିଶାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ସ୍ୱରୂପ କାର୍ଯ୍ୟ କରୁଥିଲେ । ସରକାର ସେମାନଙ୍କ ଦାବି ପୂରଣ ନ କରିବାରୁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା ଜିଲ୍ଲା ସଂଘ ସଭାପତି ଆଦିତ୍ୟ ନାରାୟଣ ରାଉତ, ସାଧାରଣ ସମ୍ପାଦକ ବିଭୁରଞ୍ଜନ ସାହୁ, ଉପସଭାପତି ଅଶୋକ କୁମାର ଜେନା, ସହସମ୍ପାଦକ ଅନନ୍ତ ଚରଣ ବିଶ୍ୱାଳ, କୋଷାଧ୍ୟକ୍ଷ ବାଉରୀବନ୍ଧୁ ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି ।


Next Post

ପାଟନାଳିରେ ପସିଲା କୁମ୍ଭୀର, ଆତଙ୍କରେ ସାଧାରଣ ଲୋକେ କୁମ୍ଭୀରକୁ ଧରିବାକୁ ଆସି ବନବିଭାଗ ବିଫଳ

Sat Aug 26 , 2023
ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବ ନଗର ଗ୍ରାମ ପାଖ ଏକ ପାଟ ନାଳିରେ ଗୁରୁବାର ସଂନ୍ଧ୍ୟାରେ ଏକ କୁମ୍ଭୀର ଭାସୁଥିବା ଗ୍ରାମବାସୀ ଦେଖି ରାଜନଗର ବନବିଭାଗକୁ ଖବର ଦେଇଥିଲେ । ଆଜି ବନବିଭାଗ କର୍ମଚାରୀ ମାନେ ଆସି କୁମ୍ଭୀରକୁ ଉଦ୍ଧାର କରବାକୁ ଚେଷ୍ଟାକରି ବିଫଳ ହୋଇଥିଲେ । ଯାହକୁ ନେଇ ସ୍ଥାନୀୟ ଅଂଚଳରେ କୌକୁଆଭୟ ଖେଳି ଯାଇଛି ।ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ବଳଦେବନଗର ଗ୍ରାମରେ ଅନେକ ଧାନ […]

KANIKA