

କେନ୍ଦ୍ରାପଡ଼ା,୭ା୭:ଯଶସ୍ୱୀ ରାଜନେତା,ରାଜନୀତିର ପିତାମହ ଭୀଷ୍ମ, ଆଧୁନିକ କେନ୍ଦ୍ରାପଡାର ବିନ୍ଧାଣୀ ଭାଗବତବାବୁଙ୍କ ୯୮ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଯୋଗଦେଇ ଭାଗବତବାବୁଙ୍କୁ ଜଣେ ମୂଲ୍ୟବୋଧ ଭିତ୍ତିକ ରାଜନେତା ଭାବରେ ଅଭିହିତ କରିଥିଲେ। ସଂପ୍ରତି ଗଣତନ୍ତ୍ରର ବିପନ୍ନ ସମୟରେ ଭାଗବତବାବୁଙ୍କ ଆଦର୍ଶ ଓ ମୂଲ୍ୟବୋଧହିଁ ଗଣତନ୍ତ୍ରର ରକ୍ଷାକବଚ ସାଜିବ। ସମ୍ମାନୀତ ଅତିଥି ଭାବେ ତିରୁପତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ହରେକୃଷ୍ଣ ଶତପଥୀ ଭାଗବତବାବୁ ଏକାଧାରରେ ଜଣେ ସାହିତ୍ୟିକ,ଆଧ୍ୟାତ୍ମବାଦୀ ଓ ସାଧାରଣ ଲୋକଙ୍କ ନେତା ଭାବରେ ଅଭିହିତ କରିଥିଲେ। ମୁଖ୍ୟବକ୍ତା ଭାବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଭାଗବତବାବୁଙ୍କ ମୂଲ୍ୟବୋଧ ରାଜନୀତି ତାଙ୍କୁ ବହୁଳ ଭାବରେ ପ୍ରଭାବିତ କରିଛି ଏବଂ ରାଜନୀତିରେ ସେ ତାଙ୍କର ଗୁରୁ ବୋଲି ଅଭିହିତ କରିଥିଲେ। ତାଙ୍କର ଆଦର୍ଶ ଓ ନୈତିକ ମୂଲ୍ୟବୋଧ ହିଁ ସଂପ୍ରତି ବିପନ୍ନ ଗଣତନ୍ତ୍ରକୁ ରକ୍ଷା କରିପାରିପାରିବ ବୋଲି ବିଧାୟକ ଶ୍ରୀ ବେହେରା ମତବ୍ୟକ୍ତ କରିିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବି ସାମଲ, ନନ୍ଦକିଶୋର ପରିଡା,ଭ୍ରମରବର ରାଉତ, ପ୍ରଫୁଲ୍ଲ ସାହୁ, ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସୁଧୀର କୁମାର ମହାନ୍ତି,ବିଧାନ ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଟ୍ରଷ୍ଟର ଅନ୍ୟତମ ବରିଷ୍ଠ ସଦସ୍ୟ ସମାଜସେବୀ ଶରତ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଭାବଗ୍ରାହୀ କଳାନିକେତନ ର କଳାକାରଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଟ୍ରଷ୍ଟର ସଦସ୍ୟ ବସନ୍ତ କୁମାର ସେଠୀ, ଫକୀର ଚରଣ ଖଟୁଆ, ସୁଶୀଲ କୁମାର ସାମଲ, ମୁକ୍ତାର ଖାଁ, ତରୁଣରଞ୍ଜନ ପ୍ରଧାନ, ଦୟାବିଧି ଜେନା, ରମେଶ ଚନ୍ଦ୍ର ଦାସ, କୃଷ୍ଣ ପ୍ରସାଦ ଦାସ, ସିଦ୍ଧାର୍ଥ ଶଙ୍କର ଜେନା, ମହେନ୍ଦ୍ର କୁମାର ପରିଡା, କଳିଙ୍ଗକେଶରୀ ବେହେରା, ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା, ନରେନ୍ଦ୍ର କୁମାର ମହାନ୍ତି, ସୁଜିତ କୁମାର ମହାନ୍ତି, ଗାୟତ୍ରୀ ମହାନ୍ତି, ପ୍ରଦୀପ ମହାନ୍ତି, ଭଞ୍ଜକିଶୋର ଜେନା, ଗୈାତ୍ତମ ପଟ୍ଟନାୟକ, କେଶବ ସାହୁ, ଭାଗ୍ୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସାହିିତ୍ୟିକ, ଶିକ୍ଷାବିତ, ବିଭିନ୍ନ ଦଳର ରାଜନେତା, କାଉନସିଲର, ବିଭିନ୍ନ ଦଳର ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟମାନେ ଅଂଶଗ୍ରହଣ କରିଥିଲେ।

Leave a Reply