କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତେଜିଲା


କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଫେସର ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତାବ ଆଗତ କରିଥିଲେ । ବୈଠକରେ ପ୍ରଫୁଲ୍ଲ ଦାସ, ଗୟାଧର ଧଳ, ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ବୈଷ୍ଣବ ଚରଣ ସ୍ୱାଇଁ, ଆଦିକନ୍ଦ ରାଉଳ, ଭାଗିରଥୀ ଜେନା, ଅମୀୟ ନାୟକ ପ୍ରମୁଖ ଯୋଗଦେଇ ଓଡିଶା ସରକାର କେନ୍ଦ୍ରାପଡା ପ୍ରତି ଗ୍ରହଣ କରିଥିବା ବୈମାତୃକ ମନୋଭାବ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସେଥିପାଇଁ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସେପ୍ଟେମ୍ବର ୨ତାରିଖ ଦିନ ଏକ ପତ୍ରକାର ସମ୍ମିଳନୀ କରାଯିବା ସହିତ ଭାରତବର୍ଷର ପ୍ରାକ୍ତନ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ଗୁରୁଦିବସ ଠାରୁ ଗରାପୁର ଡାକବଙ୍ଗଳା ଛକସ୍ଥିତ ଜାତିର ପିତା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ୯ଟି ବ୍ଲକ ଓ ୨ଟି ପୈାରାଞ୍ଚଳର ସମସ୍ତ ରାଜନୈତିକ ନେତୃବୃନ୍ଦ, ବିଭିନ୍ନ ଗଣସଂଗଠନର ନେତୃତ୍ୱ ଓ ବ୍ୟକ୍ତିବିଶେଷ ଏକଜୁଟ ହୋଇ ହକ ପାଇଁ ଏକ ହବାର ଡାକରାକୁ କାର୍ଯ୍ୟକାରୀ କରିବା ହେବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading