

କେନ୍ଦ୍ରାପଡା ୬/୮ : କେନ୍ଦ୍ରପଡାର ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ, ଜଗ ମୋହନ ଦ୍ୱାର, ମଝି ଦେଉଳ ଦ୍ୱାର ଏବ୍ଂ ସିଂହଦ୍ୱାରରେ ନବନିର୍ମିତ ପିତଳ ଛାଉଣୀ ଯାଉଁଳି କବାଟ ଲଗା ଯାଇଛି । ୭ କୁଇଣ୍ଟାଲ ୫୦ କିଲୋ ଗ୍ରାମର ପିତଳରେ ପ୍ରସ୍ତୁତ ଏହି କବାଟକୁ ନୂତନ ପିଆଶାଳ କାଠ ଉପରେ ସ୍ଥାପନ କରା ଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଳକାଟି ଅଞ୍ଚଳର ହିରାପୁର ଗାଁର କାରିଗର ସମୀର ଦାସଙ୍କ ନେତୃତ୍ୱରେ ୧୫ ଜଣ କାରିଗର ଏହାକୁ ପ୍ରସ୍ତୁତ କରିବା ପାଇଁ ୨ ମାସ ସମୟ ନେଇଛନ୍ତି । ଏହି ଅବସରରେ କବାଟର ଉଚ୍ଚତା ୯ ଫୁଟ ହୋଇଥିବା ବେଳେ ଏହାର ଚଉଡା ୮ ଫୁଟ ରହିଛି । ସମାଜସେବୀ ରାଜକିଶୋର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି କବାଟ ତିଆରି ହୋଇଛି । ବଦାନ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ସୁନାବେଶ ପାଇଁ ୧ଲକ୍ଷ୍ୟ ୩୫ ହଜାରେ ଟଙ୍କା ଦାନ କରିଛନ୍ତି । ନୂତନ କବାଟ ଲାଗିବା ବେଳେ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟର, ଏସ୍ପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ସେଡିପିଓ ଜ୍ୟୋତି ରଞ୍ନ ଗୌଡ, ଟାଉନଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ମନ୍ଦିର ଟ୍ରଷ୍ଟି ପଣ୍ଡିତ ହୃଷିକେଶ ରଥ, ଧିରେନ କୁମାର ସାହୁ, ଦେବୋତ୍ତର ଅଧିକାରୀ ବଳଭଦ୍ର ପତ୍ରୀ, ବହୁ ବଦାନ୍ୟ ବରିଷ୍ଠ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ଆଗାମୀ ଦିନରେ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ପାଇଁ ସହାୟତା କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରାଯାଇଛି ।

Leave a Reply