

କେନ୍ଦ୍ରାପଡା୯ା୮: କେନ୍ଦ୍ରାପଡା କଂଗ୍ରେସ ଭବନ ଠାରେ ନଗର କଂଗ୍ରେସ ତରଫରୁ ଅଗଷ୍ଟ ୯ ତାରଖରେ କାନ୍ତି ଦିବସ ପାଳନ କରାଯାଇଛି । ଅତିଥିମାନେ କ୍ରାନ୍ତି ଦିବସ ପାଳନ କରି ଦେଶ ମାତୃକାର ସେବା କରିବା ପାଇଁ ଦେଇଥିବା ବଳିଦାନ ଓ ତ୍ୟାଗ ସମ୍ପର୍କରେ ମନେପକାଇଥିଲେ । ଗାନ୍ଧୀ ପରାଧିନ ଭାରତକୁ ସ୍ୱାଧିନ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାକୁ ମଧ୍ୟ ପଦଯାତ୍ରାରେ ଆସିଥିଲେ । ଅଗଷ୍ଟ ୯ କ୍ରାନ୍ତି ଦିବସ ଚିର ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ । ନଗର ସଭାପତି ଦଲ୍ଲୀପ ପ୍ରଧାନଙ୍କ ଉପସ୍ଥିତରେ ପାଳନ କରାଯାଇଛି । ଜିଲ୍ଲା ସଂଯୋଜକ ପ୍ରଫୁଲ ଦାସ, ଗୋପାଳ ମହାରଣା, ଭବାନି ଓଝା, ପ୍ରଦିପ ପାତ୍ର ପ୍ରମୁଖ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave a Reply