ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ



କେନ୍ଦ୍ରାପଡ଼ା,୪ା୯:କେନ୍ଦ୍ରାପଡା ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ନୀତି ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାତ୍ର ଧୂପ ସମ୍ପନ୍ନ ପରେ ରତ୍ନସିଂହାସନରୁ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଭୋଗ ମଣ୍ଡପକୁ ଆଣ୍ଠୁଆ ଗୋପାଳ ବିଜେ କରିଥିଲେ। ପୁରାଣ ପଣ୍ଡାଙ୍କ ଦ୍ୱାରା ପୁରାଣ ପାଠ ପରେ ରାଜପୁରୋହିତଙ୍କ ଦ୍ୱାରା ଖଟୁଲି ଚତୃପାର୍ଶ୍ୱ ମୂର୍ଜ କରାଯାଇ ଜନ୍ମନୀତି ଆରମ୍ଭ ହୋଇଥିଲା। ବଡ ସାଇତି ସେବକଙ୍କ ଦ୍ୱାରା ପିଷ୍ଟକରୁ ନାଭି ପ୍ରସ୍ତୁତ ହୋଇ ଶ୍ରୀଗୋପାଳଙ୍କୁ ସ୍ପର୍ଶ କରାଇ ସ୍ନାନ, ମଙ୍ଗଳାର୍ପଣ, ଘିଅ ପାନ ସ୍ପର୍ଶ ହୋଇ ମାଖନ୍ କ୍ଷୀର ମିଠାଇ ଭୋଗ ଲାଗି ହୋଇଥିଲା। ହଜାର ହଜାର ଭକ୍ତ ଓ ଉପାସନା ମାନେ ପବିତ୍ର ଜନ୍ମାଷ୍ଟମୀ ଓଷାରେ ସାମିଲ ହୋଇ ପାଦୁକ ଭୋଗ ସେବନ ପରେ ଓଷା ସମ୍ପନ୍ନ କରିଥିଲେ। ବିଜେ ଗୋପାଳ ଭୋଗ ମଣ୍ଡପରେ ଥିବା ଝୁଲଣିରେ ବିଜେ କରିଥିଲେ। ଆସନ୍ତା କାଲି ବିଜେ ଗୋପାଳଙ୍କ ଯମୁନା ସ୍ନାନ ନୀତି କରାଯିବ ବୋଲି ମନ୍ଦିର ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି।


Be the first to comment

Leave a Reply

Your email address will not be published.