ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର ଜିଲ୍ଲାପାଳଙ୍କୁ ଦାବିପତ୍ର



କେନ୍ଦ୍ରାପଡ଼ା, ୨୯ା୮: କେନ୍ଦ୍ରାପଡା ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ବିଭିନ୍ନ ଦାବିପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରିଷଦର ସଭାପତି ସୁବ୍ରତ କୁମାର ରାଉତଙ୍କ ନେତୃତ୍ୱରେ କଳାକାରମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ୨୦୨୩ ମସିହା ଅଗଷ୍ଟ ୨୩ ତାରିଖ ରାଜ୍ୟରେ ସଂଶୋଧନ ସଭ୍ୟଙ୍କ ପ୍ରଶିକ୍ଷଣ ପାଇଁ ସରକାରୀ ନିୟମକୁ ଉଲଂଘନ କରି ଯୋଗ୍ୟ ବ୍ୟକ୍ତିଙ୍କୁ ଜିଲ୍ଲାରୁ ନ ପଠାଇ ଟାଳଟୁଳ ନୀତି ଅବଲମ୍ବନ କରି ଅଯୋଗ୍ୟ ବ୍ୟକ୍ତି ଯଥା- ଜଣେ ସରକାରୀ ଶିକ୍ଷକ ଓ ଆଉ ଜଣେ ସର୍ବକନିଷ୍ଠ ଲୋକକଳା ଜାଣିନଥିବା ବ୍ୟକ୍ତିଙ୍କୁ ପ୍ରେରଣ କରି ଜିଲ୍ଲାର ବରିଷ୍ଠ କଳାକାର ଓ ସାହିତ୍ୟିକ ମାନଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ଅସମ୍ମାନିତ କରିବା, ଅଗଷ୍ଟ ୩୧ ସୁଦ୍ଧା ଜିଲ୍ଲା ସ୍ତରୀୟ କଳା ସଂସ୍କୃତି ପ୍ରଶିକ୍ଷଣ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ସରକାରୀ ନିୟମକୁ ଅମାନ୍ୟ କରି ଜିଲ୍ଲାରେ କଳାକାରଙ୍କୁ ଅଣଦେଖା କରିବା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ପାଉଥିବା ଭତ୍ତା ଦୀର୍ଘ ୩/୪ ମାସ ଧରି ପାଇ ନଥିବା ବୟସ୍କ କଳାକାରମାନଙ୍କୁ ବକେୟା ଭତ୍ତା ପ୍ରଦାନ ନକରିବା, ଜୁନ୍ ୧୪ (ଲୋକକଳା ଦିବସ) ପାଳନ ନିମନ୍ତେ ଜିଲ୍ଲାର ୯ଗୋଟି ବ୍ଲକ ପାଇଁ ସରକାରୀ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ମାତ୍ର ୨ଟି ବ୍ଲକରେ ପାଳନ କରାଯିବା, ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ଓ ନିର୍ଦ୍ଦେଶ ଆସୁଥିଲା ବେଳେ ସେଗୁଡିକୁ ଅଣଦେଖା କରି କଳାକାରଙ୍କ ଅର୍ଥିକ ଅନୁଦାନକୁ ହଡପ କରିବା ଯଥା- ଜୟଦେବ ଜୟନ୍ତୀ, ରଜ ମହୋତ୍ସବ ଇତ୍ୟାଦି ପାଳନ ନ କରିବା, ଭାଗବତ ଟୁଙ୍ଗୀ ଗୁଡିକ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଚିଠି ଆବଶ୍ୟକ ଥିବାବେଳେ, ଟୁଙ୍ଗୀମାନଙ୍କୁ ନଦେଇ ସେମାନଙ୍କୁ ହଇରାଣ ହରକତ କରିବା ପ୍ରଭୁତି ଅଭିଯୋଗ କରିଛନ୍ତି । ଏଥି ପୂର୍ବରୁ ବହୁବାର ଏସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଣୁ ଅଭିଯୋଗ ଗୁଡିକୁ ଗମ୍ଭୀରତାର ସହିତ ଗ୍ରହଣ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ କଳାକାରମାନଙ୍କୁ ଗଣତାନ୍ତ୍ରୀକ ଉପାୟରେ ସରକାରୀ ସହାୟତା ପ୍ରଦାନ କରିବା ସହ ୭ଦିନ ମଧ୍ୟରେ ସମାଧାନ କରିବାକୁ ପରିଷଦ ଦାବି କରିଛି । ଯଦି ଉପରୋକ୍ତ ସମସ୍ୟା ଗୁଡିକର ସାମାଧାନ ନକରାଯାଏ ତେବେ ଜିଲ୍ଲାର ସମସ୍ତ କଳାକାର ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ପରିଷଦ ପ୍ରଶାସନକୁ ଚେତାବନୀ ଦେଇଛି । ଅଭିଯୋଗ ପତ୍ର ପ୍ରଦାନ ସମୟରେ ପରିଷଦର ସମ୍ପାଦକ ନିରାକାର ମହାରଣା, ସବିତା ଦେହୁରୀ, ପ୍ରଫୁଲ୍ଲ କୁମାର ପଣ୍ଡା, ରବିନ୍ଦ୍ର ମହାରଣା, ଅଭିରାମ ନାୟକ, ଦେବକୀ ବେହେରା, ସୁରେନ୍ଦ୍ର ଶତପଥି, ବିଜୟ କୁମାର ଦାସ, ଶ୍ରୀଧର ମଲ୍ଲିକ, ବନମାଳୀ ଜେନା, ଫକିର ଚରଣ ସିଂହ, ରଙ୍ଗଧର ଜେନା, ବଳରାମ ପରିଡା, ଶାନ୍ତନୁ କୁମାର ଦାସ, ବିମ୍ବାଧର ବେହେରା ପ୍ରମୁଖ ଶତାଧିକ କଳାକାର ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading