ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିରେ ଗୋପୂଜା ଓ ରକ୍ଷା ବନ୍ଧନ


କେନ୍ଦ୍ରାପଡ଼ା,୩୦ା୮ : ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ କେନ୍ଦ୍ରାପଡାର ବରପୁତ୍ର ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରଚେଷ୍ଟା ଏବଂ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ଦୀର୍ଘ ୧୮ବର୍ଷ ଧରି ଚାଲି ଆସୁଥିବା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିରେ ଆଜି ଗୋପୂଜା ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ହିନ୍ଦୁ ରୀତି ନୀତି ଅନୁଯାଇ ଗୋମାତା ମାନଙ୍କୁ ଚନ୍ଦନ, ସିନ୍ଦୁର, କଜ୍ୱଳ ଓ ଫୁଲହାର ପ୍ରଦାନ ପୂର୍ବକ ରାକ୍ଷୀ ବନ୍ଧାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଗୋମାତାମାନଙ୍କୁ ଚକୁଳି ପିଠା ଓ କଦଳି ଖାଇବାକୁ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ଫକୀର ଚରଣ ଖଟୁଆ, ସମ୍ପାଦକ ସୁଶୀଲ କୁମାର ସାମଲ, ତତ୍ୱାବଧାରକ ତରୁଣରଞ୍ଜନ ପ୍ରଧାନ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, କ୍ଷୀରୋଦ ଚନ୍ଦ୍ର ଦାସ, ବସନ୍ତ ସେଠୀ, ପ୍ରଶାନ୍ତ ପ୍ରଧାନ, ଶ୍ରୀନିବାସ ବରାଳ, ମୁକ୍ତାର ଖାଁ, ବିଶ୍ୱରଞ୍ଜନ ପ୍ରଧାନ, ବେଣୁଧର ସାହୁଙ୍କ ସମେତ ଟ୍ରଷ୍ଟର ବହୁ ସଦସ୍ୟ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading