
ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ସମ୍ପର୍କରେ ରାଜ୍ୟସରକାର କୌଣସି ପଦକ୍ଷେପ ନନେଇ ଟାଳଟୁଳନୀତି ଅବଲମ୍ବନ କରୁଥିବାରୁ ଓ କୌଣସି ନିଷ୍ପତ୍ତି ଘୋଷଣା ନ କରିବାରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ୱାନରେ କେନ୍ଦ୍ରାପଡା ବ୍ଲକର ଓଡିଶା ପ୍ରାଥମିକ ଶିକ୍ଷକ ସଂଘ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, କନିଷ୍ଠ ଶିକ୍ଷକ, ଗଣ ଶିକ୍ଷକ, ଏକ୍ସ କ୍ୟାର୍ଡର ଶିକ୍ଷକ, କଳା ଓ କ୍ରିଡା ଶିକ୍ଷକ ସଂଘର ଶିକ୍ଷକ/ଶିକ୍ଷୟତ୍ରୀମାନେ ଆସନ୍ତା ୧୨ତାରିଖରୁ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ କରି ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ସଂଘର ସଭାପତି ରାଜକିଶୋର ବିଶ୍ୱାଳ, ସମ୍ପାଦକ ଶୈଳବାଳା ସାମଲ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡା, ବ୍ଲକ ସଭାପତି ବିଶ୍ୱବନ୍ଧୁ ଜେନା, ସମ୍ପାଦକ ସେକ ଖତିବ, କାର୍ଯ୍ୟକାରୀ ସଭାପତି ଅଜଗର ଅଲ୍ଲୀ, ସଙ୍ଗଠନ ସମ୍ପାଦକ ଫଯାଜୁଦ୍ଦିନ, ଉପଦେଷ୍ଠା ମାନଭଞ୍ଜନ ପ୍ରଧାନ ଆଦି ଅନେକ ଶିକ୍ଷକ ନେତା କେନ୍ଦ୍ରାପଡା ଜିଲ୍ଲା ମଣ୍ଡଳ ଶିକ୍ଷାଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।











