କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମର ୯୦ବର୍ଷ ବୟସ୍କ ବୃଦ୍ଧ ଆଦିକନ୍ଦ ପାତ୍ର ସୋମବାର ଦିବା ୨ଟା ୩୦ମିନିଟ ସମୟରେ ଘରୁ ନିଖୋଜ ଥିବା ନେଇ ପୁତ୍ର ବିଶ୍ୱନାଥ ପାତ୍ର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ନିଖୋଜ ମାମଲା ରୁଜୁ କରି ମାମଲାର ତଦନ୍ତ ଚଳାଇଛି । ତେବେ ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ବୃଦ୍ଧ ଆଦିକନ୍ଦ ନିକଟ ବ୍ରାହ୍ମଣ ନଦୀ ଶାଖା ନାଳକୁ ଝାଡା ଯାଇଥିଲେ । ବିଭିନ୍ନ ନଦୀନାଳରେ କୁମ୍ଭୀର ଉପଦ୍ର୍ୱ ବୃଦ୍ଧି ପାଉଥିବାରୁ ଓ ନିକଟରେ ତଳବାଲିପଡ଼ା ନାଳରେ କୁମ୍ଭୀର ବାହାରି ଥିବାରୁ ବୃଦ୍ଧ ଆଦିକନ୍ଦ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ଆଜି ପ୍ରଶାସନ ସହଯୋଗରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଆଦିକନ୍ଦଙ୍କ କୌଣସି ପତା ପାଇନଥିଲେ । ଏଥି ନେଇ ସାଧାରଣରେ ନାନା ଆଶଙ୍କା ପ୍ରକାଶ ପାଉଛି ।
kanikanews.in
Next Post
କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କର ଗଣଧାରଣା
Wed Sep 13 , 2023
କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱବନ୍ଧୁ ଜେନାଙ୍କ ସଭାପତିତ୍ୱରେ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ବାୟାବାବା ମଠ ପାଖରୁ ଏକ ଶୋଭାଯାତ୍ରାରେ ଆସି ଶାନ୍ତିପୂର୍ଣ୍ଣ ଭାବେ ଧାରଣାସ୍ଥଳରେ ପହଞ୍ଚି ଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଉପଦେଷ୍ଟା ମାନଭଞ୍ଜନ ପ୍ରଧାନ ଓ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡାଙ୍କ ଦ୍ୱାରା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ ଓ ପୁଷ୍ପମାଲ୍ଯ ଅର୍ପଣ […]

KANIKA
- 10 months ago
ଠାକୁର ହରିଦାସଙ୍କ ତିରୋଭାବ ଉତ୍ସବ
- 6 months ago
ଦଶିପୁର ଗ୍ରାମପଞ୍ଚାୟତରେ ମିନି ଧାନମଣ୍ଡି ଖୋଲାଯିବାକୁ ଦାବି
- 2 years ago
ଗୁଲନଗରରେ କୁରାଳ ପଞ୍ଚମୀ
- 1 year ago
ଜିଲ୍ଲା ପ୍ରଶାସନର ‘ମା ପାଇଁ ଗଛଟିଏ’ ଅଭିଯାନ
- 2 years ago
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ
- 5 months ago
ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟବେକ୍ଷଣ କମିଟି ବୈଠକ