ରାସ୍ତା ନଥିବାରୁ ୨ ଶହ ପରିବାର ବନ୍ଦୀ,ଘରୁ ବାହାରିଲେ ଆଣ୍ଠୁଏ କାଦୁଅ


କେନ୍ଦ୍ରାପଡ଼ା,୧୪/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତ ଅଧୀନ ବଡଗାଁ ଅଞ୍ଚଳରେ ରାସ୍ତାରେ ପାଣି ହୋଇଯିବାରୁ ପଞ୍ଚାୟତର ୨ ଶହ ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି । ଘରୁ ବାହାରିଲେ ଆଣ୍ଠୁଏ ଲେଖାଏଁ ପଙ୍କ କାଦୁଅ । ବାଇକ୍‌ରେ ଗଲେ ଖାଲରେ ଗଳିପଡି ଖଣ୍ଡିଆଖାବରା ହେଉଛନ୍ତି । ରାତି ବିକାଳି ରୋଗୀଙ୍କୁ ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇବା କଷ୍ଟକର ହୋଇପଡୁଛି । ଏହିଭଳି ଏକ ଦୃଶ୍ୟ ବଡଗାଁର ରାମଚଣ୍ଡୀ ମନ୍ଦିର ଠାରୁ ରାଧାମୋହନ ମଠ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତାଟି ବଡଗାଁ ମହାନ୍ତି ସାହି  । ଏହି ଗ୍ରାମର ୨ ଶହ ଲୋକ ଦୟନୀୟ ରାସ୍ତା ପାଇଁ ବନ୍ଦୀ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି । ଟିକେ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହୋଇଯାଉଛି । ଏମିତିକି ଗତ ସପ୍ତାହରେ ଦୁଇ ଜଣ ବ୍ୟକ୍ତି ଏହି ରାସ୍ତାରେ ପଡି ଖଣ୍ଡିଆଖାବରା ହେବା ସହ ସେମାନଙ୍କ ଗାଡି ଆଉ ମୋବାଇଲ୍ ନଷ୍ଟ ହୋଇଛି । ଏହି ରାସ୍ତାକୁ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading