ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଗିରଫ


କେନ୍ଦ୍ରାପଡ଼ା,୧୬ା୯ : ଗ୍ୟାଙ୍ଗଷ୍ଟର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଟାଉନ ଥାନା କେଶ ନମ୍ବର ୧୨୯/୨୦୨୦ରେ ଚୁନେଇ ଫେରାର ଥିଲା । ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇ ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ସ୍ୱର୍ଗତ ହାଇଦରର ପୁଅ ଚୁନେଇ ଓରଫ ସେକ ନାସିରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ବାରିମୂଳସ୍ଥିତ ଉପ କାରାଗାରକୁ ପଠାଇଦିଆଯାଇଥିବା ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି ।


Discover more from

Subscribe now to keep reading and get access to the full archive.

Continue reading