ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ବେଳେ ଟାଣି ନେଲା କୁମ୍ଭୀର ,ଏବେ ଯାଏଁ  ପତ୍ତା ମିଳିନାହିଁ ।


କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଞ୍ଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିଛି।ସକାଳୁ ସକାଳୁ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର ପାଣି ଭିତରକୁ  ଟାଣି ନେଇଛି । ସେ ହେଲେ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ (୫୬) ବୋଲି ଜଣାପଡିଛି। ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ଖୋଜାଖୋଜି ଜାରି ରଖିଛନ୍ତି ।

ପ୍ରକାଶ ଥାଉକି, ଚଳିତ ମାସ କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ମୁହଁରେ ଜୀବନ ଯିବା ଏହା ତୃତୀୟ ଘଟଣା । ଗତ ପହିଲି ରଜ ୧୪ ତାରିଖରେ ପଟ୍ଟାମୁଣ୍ଡାଇ ନିମପୂରୁ ଗ୍ରାମର ଆଶୁତୋଷ ଆଚାର୍ଯ୍ୟ ନାମକ ୧୦ ବର୍ଷର ନାବାଳକକୁ କୁମ୍ଭୀର ଟାଣି ନେଇ ମାରି ଦେଇଥିବା ବେଳେ ଗତ ସପ୍ତା ବୁଧବାର ୨୧ ତାରିଖରେ ରାଜନଗର ହାତିଆଗଡି ଗାଁର ଜଣେ ୪୫ ବର୍ଷୀୟା ମହିଳା ସୀତାରାଣୀ ଦାସଙ୍କୁ କୁମ୍ଭୀର ଟାଣି ନେଇ ମାରି ଦେଇଥିଲା । ଆଉ ଆଜି ଗଙ୍ଗାଧର ତରାଇଙ୍କୁ କୁମ୍ଭୀର ଟାଣି ନେଇଛି । କୁମ୍ଭୀର ଆକ୍ରମଣରେ ତିନି ତିନୋଟି ଅମୁଲ୍ୟ ଜୀବନହାନି ଘଟିବା ଘଟଣା ପରେ ମଧ୍ୟ ଜଙ୍ଗଲ ବିଭାଗ ଓ ପ୍ରଶାସନ ନୀରବ ରହିବା ଲୋକମାନଙ୍କୁ ବିସ୍ମିତ କରିଛି । ଏଥି ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading