ମାତ୍ରାଧିକ ଶଦ୍ଦ କରୁଥିବା ଡିଜେକୁ ଜବତ କଲା ପୋଲିସ


କେନ୍ଦ୍ରାପଡା,୨୯ା୬ – ବିଭିନ୍ନ ଶୋଭାଯାତ୍ରାରେ ୬୫ଡିସେମେଲ ମଧ୍ୟରେ ବାଜା ବଜାଇବା ପାଇଁ ଅନୁମତି ଥିବା ବେଳେ ଅନେକ ସ୍ଥାନରେ ଏହାକୁ ମାନୁନାହାନ୍ତି । ଏପରି ଏକ ଘଟଣାରେ କେନ୍ଦ୍ରାପଡା ସଦରଥାନା ପୋଲିସ ଏକ ଡିଜେ ବାଜାକୁ ଜବତ କରି ଥାନାରେ ରଖିଛି । ବୁଧବାର ରାତିରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗରାପୁର ଜିଲ୍ଲାପାଳଙ୍କ ସରକାରୀ ବାସଗୃହ ନିକଟରେ ଯାଉଥିବା ଏକ ବିବାହ ଶୋଭାଯାତ୍ରାରେ ମାତ୍ରାଧିକ ଶଦ୍ଦରେ ଡିଜେ ବାଜୁଥିଲା । ପୋଲିସ ଏହାକୁ ବାରଣ କରୁଥିଲେ । ପୋଲିସ କଥାକୁ ବେ ଖାତିରି କରି ଶୋଭାଯାତ୍ରାକାରୀ ଡିଜେ ବଜାଇବା ଅବ୍ୟାହତ ରଖିଥିଲେ । ଏହାକୁ ନେଇ ପୋଲିସ ସହିତ ବରଯାତ୍ରୀଙ୍କ ଠେଲାପେଲା ହୋଇଥିଲା । ପରେପରେ ସଦରଥାନା ଆଇଆସି ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ଡିଜେକୁ ଜବତ କରି ଥାନାକୁ ନେଇଯାଇଥିଲେ । ପୋଲିସ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣା ପରେ ଡିଜେ ମାଲିକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି ।


Next Post

ତୁଳସୀ କ୍ଷେତ୍ରରେ ବାହୁଡା ଯାତ୍ରା ,ଦିତୀୟ ଦିନରେ ବ୍ରହ୍ମତାଳଧ୍ୱଜ ରଥ ସିଂହଦ୍ୱାରରେ ଲାଗିଲା

Thu Jun 29 , 2023
କେନ୍ଦ୍ରାପଡା,୨୯ା୬ – ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ବାହୁଡାର ୨ୟ ଦିବସରେ ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମନ୍ଦିରର ସିଂହଦ୍ୱାର ନିକଟରେ ପହଁଞ୍ଚିଯାଇଛି । କେନ୍ଦ୍ରାପଡାର ପରମ୍ପରା ଅନୁଯାୟୀ ୨ୟ ଦିନ ରଥ ଟଣା ଦିନ ୩ଟା ସମୟରେ ଆରମ୍ଭ ହୋଇଥିଲା । ଭକ୍ତମାନେ ଆନନ୍ଦ ଉଲ୍ଲାସରେ ରଥକୁ ଟାଣିଟାଣି ନେଇଥିଲେ । ଅପରାହ୍ନ ୫ଟା୩୦ରେ ରଥ ମନ୍ଦିର ନିକଟରେ ପହଞ୍ôଚଯାଇଥିଲା । ଅନୁକୂଳ ପାଗ ଥିବାରୁ ରଥ […]

KANIKA