କେନ୍ଦ୍ରାପଡାର ଝିଅ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଆଣିଲେ


କେନ୍ଦ୍ରାପଡାର ନୃତ୍ୟ ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଏକାଡେମିର ନୃତ୍ୟ ଶିଳ୍ପି ତଥା କେନ୍ଦ୍ରାପଡାର ଝିଅ ଚୀରାବ୍ଧି ତନ୍ନୟା ସର୍ବଭାରତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତାରେ ସଫଳତା ଆଣିଛନ୍ତି । ମଧ୍ୟ ପ୍ରଦେଶର ଗ୍ୱାଲିଅର ଠାରେ ଅନୁଷ୍ଠିତ ଦୁଇଦିନିଆ ସର୍ବଭାରତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗୀତା ‘ସ୍ରୁଜନ’ରେ ବିଶିଷ୍ଟ ସାମ୍ବାଦିକ ରାଜେସ କୁମାର ବେହେରାଙ୍କ ଝିଅ ଚୀରାବ୍ଧି ତନ୍ନୟା ଓଡିଶି ନୃତ୍ୟ ‘ବସନ୍ତ ପଲ୍ଲବୀ’ରେ ନୃତ୍ୟ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗୀତାରେ ବିଚାରକ ଭାବରେ କଥକ ନୃତ୍ୟ ଗୁରୁ ଡଃ ଭଗବାନ ଦାସ ମାନିକ, ଡଃ ମୋନିକା ଶ୍ରୀବାସ୍ତବ, ଦେବାଶିଂ ଶର୍ମା ଯୋଗ ଦେଇ ଏକ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏଥି ସହିତ ଓଡିଶୀରେ ଶୁଭଶ୍ରୀ ସାହୁ, ସମ୍ବଲପୁରୀରେ ଅଭୟ କେତନ ଜେନା ନୃତ୍ୟ ପ୍ରତିଯୋଗୀତାରେ ସଫଳତା ମଧ୍ୟ ହାସଲ କରି ଟ୍ରଫି ଓ ପ୍ରମାଣ ପତ୍ର ପାଇଛନ୍ତି । ଏହି ପ୍ରତିଯୋଗୀତା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ବହୁ ପ୍ରତିଯୋଗୀମାନେ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading