ଯାଜପୁରରୁ ବନ୍ଧାହେଲେ କଶ୍ମୀର ମୋଷ୍ଟୱାଣ୍ଟେଡ, ୫ ବର୍ଷ ଧରି ଲୁଚିରହିଥିଲେ



ଯାଜପୁର ଜିଲା ଧର୍ମଶାଳାର ନେଉଳପୁରରୁ ଇଶାନ ବୁଖାରୀ ନାମକ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି । ତାଙ୍କ ନିକଟରୁ ନକଲି ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ମଧ୍ୟ ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଘଟଣାରେ ଅଧିକ ତଦନ୍ତ ଚଲାଇ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।ଏନେଇ କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ।
ସୂଚନାଯୋଗ୍ୟ ଯେ , ଇଶାନଙ୍କ ନାଁରେ ଜମ୍ମୁ-କଶ୍ମୀରରେ ଜାମିନ ବିହୀନ ପରୱାନା ରହିଛି । ଦୀର୍ଘ ଦିନ ଧରି ଏନ୍‌ଆଇଏ ଇଶାନଙ୍କୁ ଖୋଜୁଥିଲେ। ସୟଦ ଇସାନ ବୁଖାରୀ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ତ କେବେ କେବେ ନିଜକୁ ଡାକ୍ତର ତ କେବେ କେବେ ସେନା ଅଫିସର ବୋଲି ପରିଚୟ ଦେଉଥିଲା। ଶେଷରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଏସ୍‌ଟି ସହିତ ଯୋଗାଯୋଗ କରି ନେଉଳପୁରରୁ ଇଶାନଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ନକଲୀ ଡାକ୍ତରୀ ସାର୍ଟିଫିକେଟ ସହ ଅନେକ କାଗଜପତ୍ର ଜବତ ହୋଇଛି । ୨୦୧୮ରୁ ଓଡ଼ିଶାରେ ରହିଆସୁଥିଲେ ଇଶାନ । ହେଲେ କେଉଁ ଆତଙ୍କବାଦୀ ସଂଗଠନ ପାଇଁ ସେ କାମ କରୁଛି ଓ କେଉଁ ଆତଙ୍କୀ ଆକ୍ରମଣରେ ତାର ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି ।


Next Post

କେନ୍ଦ୍ରାପଡାରେ ଜାତୀୟ ପେନସନ୍ ଦିବସ ପାଳିତ

Sat Dec 16 , 2023
କେନ୍ଦ୍ରାପଡା, ୧୬/୧୨: ବିଶ୍ୱ ପେନସନ ଦିବସ ଉପଲକ୍ଷେ ଚଳିତ ବର୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ଶାଖା ତରଫରୁ ଆଜି ଶନିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ପେନସନ ଉପଭୋକ୍ତାମାନଙ୍କର ସମ୍ମିଳନୀ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କେନ୍ଦ୍ରାପଡା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ସଭାପତିତ୍ୱରେ ପାରାଦ୍ୱୀପର ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ(ଆର୍‌.ବି.ଓ) କ୍ଷେତ୍ରୀୟ ପ୍ରବନ୍ଧକ ଦେବାଶିଷ ରଥ ମୁଖ୍ୟ ଅତିଥି ଭାବେ ଯୋଗ […]

KANIKA