

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଆୟ ଉତ୍ପାଦନ ପରିମାଣ ଓ ନିୟୋଜନ ନିର୍ଦ୍ଧାରଣରେ ଶାସ୍ତ୍ରୀୟ ଅର୍ଥଶାସ୍ତ୍ରୀ ଓ କେନସଙ୍କ ବିତର୍କ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଛତ୍ରପୁର ସରକାରୀ ବିଜ୍ଞାନ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରଞ୍ଜନ ବେହେରା ବିଷୟବିଶାରଦ ଭାବେ ଯୋଗ ଦେଇ ଆଲୋଚନାଚକ୍ର ବିଷୟବସ୍ତୁ ଉପରେ ତାତ୍ଵିକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଦ୍ୟୁମ୍ନ ପ୍ରଧାନ ସ୍ୱାଗତଭାଷଣ ଓ ଅଧ୍ୟାପକ ସୁଭାଶିଷ ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ର ରେ ଅଧ୍ୟାପକ ରଞ୍ଜନ ବେହୁରା ଓ ଅଧ୍ୟାପିକା ଆର ଏଲ ମଧୁସ୍ମିତା ପରିଡା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ ।
