କ୍ଷୁଦ୍ର ମଧ୍ୟମ ଉଦ୍ୟେଗ ଯୋଜନା ବାଟବଣା ,ଋଣ ଜନ୍ତାରେ ଯୁବତୀ ଯୁବକ , ବ୍ୟାଙ୍କ ତୃତୀୟ ପକ୍ଷଙ୍କ ଦ୍ୱାରା ହେଉଛନ୍ତି ହଟହଟା , ଉଦ୍ୟେଗ ବନ୍ଦକରି ଦାଦନ ଖଟିବାକୁ ଚାଲି ଯାଉଛନ୍ତି, ଆରବିଆଇ ନିର୍ଦ୍ଦେଶନାମକୁ ବେଖାତିରି



କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରାକାରଙ୍କର ଅନେକ ଯୋଜନା କରିଛନ୍ତି । ଏମଏସଏମଇ ଓ ପିଏମଇଜିପି ମାଧ୍ୟମରେ ବେକାରି ଯୁବତୀ ଯୁବକମାନଙ୍କ ପାଇଁ କ୍ଷୁଦ୍ର ମଧ୍ୟମ ଉଦ୍ୟେଗ ଯୋଜନା ମାଧ୍ୟମରେ ବ୍ୟାବସାୟ ପାଇଁ ଋଣ ପ୍ରଦାନ କରାଯାଉଛି । ମାତ୍ର ବ୍ୟାଙ୍କରୁ ଆବଶ୍ୟକ ପରିମାଣ ରୁଣ ନମିଳିବାରୁ ମିଳିଥିବା ରୁଣରେ ଉଦ୍ୟେଗ ଚଳାଇବା କଷ୍ଟ ହେଉଛି । ପରେ କର୍ଜ ଦାମ କରି ଜମିବାଡି ବିକି କ୍ଷତି ଭରଣା ପାଇଁ ଶିଳ୍ପ ଉଦ୍ୟେଗ ଚଳାଇବା ବେଳକୁ ବ୍ୟାଙ୍କ ତୃତୀୟ ପକ୍ଷ ଗୁଣ୍ଡାଙ୍କ ଦ୍ୱାରା ଶୋଷଣର ଶିକାର ହେଇ ଶିଳ୍ପ ଉଦ୍ୟେଗ ବନ୍ଦକରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଲାଇଯାଉଛନ୍ତି । ବ୍ୟାଙ୍କର ତୃତୀୟ ପକ୍ଷ ରିକଭରୀକୁ ଅରବିଆଇ ବ୍ୟାନ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏହାର ଅବମାନନା କରାଯାଇଥିବା ଅଭିଯୋଗ ହେଇଛି ।


ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କୁହନ୍ତି କେନ୍ଦ୍ରାପଡା ଜିଲ୍ଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ଉଦ୍ୟୋଗ ଭଳି କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲା ଅଗ୍ରଣୀ ହୋଇପାରିନାହିଁ । ଉଦ୍ୟୋଗ କ୍ଷେତ୍ରରେ ଜିଲ୍ଲାକୁ ଆଗକୁ ବଢ଼ାଇବା ପାଇଁ ଯେଉଁ ସାମଗ୍ରିକ ପ୍ରଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବକଯୁବତୀମାନେ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଆବେଦନ କରୁଥିଲେ ମଧ୍ୟ ସବୁ କ୍ଷେତ୍ରରେ ଆର୍ôଥକ ସହାୟତା ପାଇପାରୁନାହାନ୍ତି । ପଟ୍ଟାମୁଣ୍ଡାଇ ଅଂଚଳରେ ଅନେକ ଶ୍ମଲସ୍କେଲ ଉଦ୍ୟେଗ ହୋଇ ତାହା ଅଳ୍ପ ଦିନପରେ ବନ୍ଦ ହୋଇଯାଉଛି । ପୁଣି ନୂଆ ଯୁବକଯୁବତୀ ଋଣ ନେଇ ନୂଆ ନୂଆ ଉଦ୍ୟେଗ ଖୋଲୁଛନ୍ତି ସେବି କିଛି ଦିନ ପରେ ବନ୍ଦ ହେଉଛି । ଏହାର କାରଣ ନା ଡିଆଇସି ଅଧିକାରୀ ବୁଝୁଛନ୍ତି ନା ବ୍ୟାଙ୍କ ଅଧିକାରୀ କେବଳ ଟାର୍ଗେଟ ପୁରାଣରେ ବ୍ୟସ୍ତ ରହୁଛନ୍ତି । ଯେଉଁ ଉଦ୍ୟେଗ ଗଢି ଉଠୁଛି ଯଦି ସେ ଋଣ ୩ ମାସ ଖିଲାପ କରୁଛି ତାକୁ ପ୍ରୋତ୍ସାହନ ଦେବା ପରିବର୍ତେ ତାକୁ ଏମପିଏ ଲିଷ୍ଟ କରି ବ୍ୟ।।ଙ୍କ ଅଧିକାରୀ ତୃତୀୟ ପକ୍ଷ ଗୁଣ୍ଡାଙ୍କ ଦ୍ୱାରା ବ୍ଲାକ ମେଲିଂ କରିବା ଆରମ୍ଭ କରିଦେଉଛନ୍ତି । ଏପରିସ୍ଥଳେ ସେ ବ୍ୟାଙ୍କ ସୁଧ ଦେବା ଲାଗି ଜମି ବାଡି ବିକିବାକୁ ବାଧ୍ୟ ହେଉଛି । ବ୍ୟାପାର ବନ୍ଦ କରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇ ଯାଉଛନ୍ତି । 

ଋଣଗ୍ରହୀତା ରୀତାରାଣୀ ବାରିକ କୁହନ୍ତି, ୨୦୧୯ରେ ଜିଲା ଶିଳ୍ପକେନ୍ଦ୍ର ଅଧୀନରୁ ପିଏମ୍‌ଜିପି ମାଧ୍ୟମରେ ୮ ଲକ୍ଷ ଟଙ୍କା ଋଣ ଆବେଦନ କରିଥିବା ବେଳେ ଏକ ରାଷ୍ଟ୍ରୀୟ ବ୍ୟାଙ୍କରୁ ୩ ଲକ୍ଷ ଋଣ ମିଳିଥିଲା। ଅବଶିଷ୍ଟ ଅର୍ଥ ପାଇଁ ଜମି ଓ ଗହଣା ବିକି ମସଲା ଉଦ୍ୟୋଗରେ ଲଗାଇଥିଲି। ଫ୍ୟାକ୍ଟ୍ରି ଚାଲିବା ବେଳେ ୨୦୨୦ ଲକ୍‌ଡାଉନ ପରେ ଉଦ୍ୟୋଗ ବନ୍ଦ ପଡ଼ିଛି। ବ୍ୟାଙ୍କର ବାରମ୍ବାର ତାଗିଦ ଯୋଗୁ ଉଦ୍ୟୋଗ ବନ୍ଦ କରିବାକୁ ବାଧ୍ୟହେଲି।

ଏବାବାଦରେ ଜିଲ୍ଲା ଶିଲ୍ପ କେନ୍ଦ୍ର ମ୍ୟାନେଜର ଗନେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ବ୍ୟାଙ୍କ ତୃତୀୟ ପକ୍ଷଙ୍କ କାର୍ଯ୍ୟକୁ ଜିଲ୍ଲା ଶିଲ୍ପ କେନ୍ଦ୍ରରେ ଅବଗତ କରାନ୍ତୁ ଏହାର ଉପଚାର କରାଯିବ ବୋଲି କହିଥିଲେ ।


ସାମାଜିକ କର୍ମୀ ସଂଜୟ ପଣ୍ଡା କୁହନ୍ତି ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ତରଫରୁ ଋଣ ରିକଭରୀ ପାଇଁ ତୃତୀୟ ପକ୍ଷର ସହାୟତା ନିଆଯାଉଛି । ଯାହାକୁ ନେଇ ରିଜର୍ଭ ବ୍ୟାଙ୍କ ୨୦୨୨-୨୩ରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତୃତୀୟ ପକ୍ଷ ଦ୍ୱାରା ଗ୍ରହକଙ୍କ ଠାରୁ ଋଣ ଅସୁଲ କିମ୍ବା ରାସ୍ତାରେ ଚାଲୁଥିବା ଗାଡି କି ସମ୍ପତି ଜବତ କରାଯାଇପାରିବ ନାହିଁ । ଏହି ନିର୍ଦ୍ଦେଶନାମକୁ ତତ୍କାଳ କାର୍ଯ୍ୟକାରି କରିବାକୁ ରିଜର୍ଭ ବ୍ୟାଙ୍କ ଦେଶର ସମସ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ କେତେକ ରାଷ୍ଟ୍ରିୟ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ତୃତୀୟ ପକ୍ଷ ଦ୍ୱାରା ଗ୍ରହକଙ୍କ ଠାରୁ ଋଣ ଅସୁଲ କରିବା ପାଇଁ ବ୍ଲାକ ମେଲିଂ କରିବା ଭଳି ଘଟଣା ସାମନାକୁ ଆସୁଛି । ପଟ୍ଟାମୁଣ୍ଡାଇ ଅଂଚଳରେ ବିଭିନ୍ନ ରାସ୍ତାର ଛକ ମାନଙ୍କରେ ୪ ରୁ ୫ ଜଣ ବ୍ୟାଙ୍କ ରଖିଥିବା ଗୁଣ୍ଡା ଛିଡା ହୋଇ ଯୋର ଜବରଦସ୍ତ ଗାଡି ଛଡାଇନେଉଥିବା ଅଭିଯୋଗ ଥାନାରେ ମଧ୍ୟ ପହଁଚୁଛି ।

ଋଣଗ୍ରହୀତା ଶିବ ପ୍ରଧାନ କୁହନ୍ତି, ଏକ ଫାଇନାନ୍ସ କମ୍ପାନୀରୁ ବାଇକ୍‌ ଋଣରେ ଆଣିଥିଲି। ମାତ୍ର ୨୦୨୦ କରୋନା ସମୟରେ ଯେଉଁ ବାକିଆ ରହିଥିଲା ଶୁଝିପାରି ନ ଥିଲି। କରୋନା ପରେ ବାକିଆ କିସ୍ତି ଦେଇ ଚାଲିଥିବା ବେଳେ ରାସ୍ତାରୁ ୪ ଜଣ ଯୁବକ ଜୋର ଜବରଦସ୍ତ ତଣ୍ଟିଆ ମାରି ବାଇକ୍‌ ଛଡ଼ାଇ ନେଲେ।

ଏବାବଦରେ ଇଣ୍ଡୋଷ୍ଟିଜ ଫାଇନାନ୍ସ କମ୍ପାନୀ ପଟ୍ଟାମୁଣ୍ଡାଇ ଅଧିକରୀ ଜ୍ୟୋତି ଶଂକର ନାୟକ କୁହନ୍ତି ଗାଡି ଋଣ ଖିଲାପ ହେଲେ ଉପରିସ୍ତ ଅଧିକାରି ମାନେ ରିପୋ ରଖିଛନ୍ତି ସେ ମାନେ ଆମ ଅଜାଣତରେ ଗାଡି ଅକ୍ତିଆର କରି ନେଉଛନ୍ତି ବୋଲି କହିଛନ୍ତିା


ସେହିପରି କୃଷକ ନେତା ବିଜୟ ଦାସ କୁହନ୍ତି ବ୍ୟାଙ୍କ ତୃତୀୟ ପକ୍ଷ ଦ୍ୱାରା କୃଷକ ମାନେ ମଧ୍ୟ ବାଦ ପଡୁନାହାଁନ୍ତି । ଜମି ବନ୍ଧାରଖି ଋଣ ନେଇଛନ୍ତି କିସ୍ତି ଖିଲାପ ହେଲେ ତୁରନ୍ତ ଏହାକୁ ସୁଝିବାକୁ କୁହାଯାଉଛି । ନେଦେଇ ପାରିଲେ ତୃତୀୟ ପକ୍ଷଙ୍କ ଦ୍ୱାରା ଗାଁ ଦାଣ୍ଡରେ ବ୍ୟାଜିତ କରାଯାଉଛି । ତାହାପରେ ଆସିଲା କୋର୍ଟ ନୋଟିସ । କୋର୍ଟକୁ ଧାଇଁ ଧାଇଁ ନୟାନ୍ତ ହେଲେ ଚାଷୀ । ସେପଟେ ଋଣ ପରିଶୋଧ ନକରିବାରୁ କାଳିଆ ଓ ଅନ୍ୟ ଯୋଜନାରେ ମିଳୁଥିବା ସହାୟତା ବନ୍ଦ ହୋଇଯାଉଛି । ମିଳୁଥିବା ସହାୟତା ଟଙ୍କା ବ୍ୟାଙ୍କ ରଖୁଛି । ଚାଷୀଙ୍କ ଆକାଉଂଟ ମଧ୍ୟ ବନ୍ଦ ହେଉଛି ।

କୃଷି ବିଭାଗ ଅଧିକାରୀ ସରତ ନାୟକ କହୁନ୍ତି ଆମର କିଛି ଦୋଷ ନାହିଁ । ଯାହା କରିବ ବ୍ୟାଙ୍କ । ବ୍ୟାଙ୍କ ହିଁ ବୀମା କରିବା କଥା ବୋଲି ନାୟକ କହିଛନ୍ତି । ମାତ୍ର ଗରିବ ଚାଷୀ ଏମିତି ହିଁ ଋଣ ଯନ୍ତାରେ କଲବଲ ହେଉଥିବା ବେଳେ ଖସି ଯାଉଛନ୍ତି ଦୋଷୀ ଓ ଅଧିକାରୀ ବୋଲି ଦାସ କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading