ସକାଳେ ମେଘୁଆ ମଧ୍ୟହ୍ନରେ ତାପ ପ୍ରଚଣ୍ଡ


କେନ୍ଦ୍ରାପଡା-ଗତଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଥିବା ବେଳେ ରବିବାର ସକାଳୁ ସକାଳୁ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ଗତକାଲି ତୁଳନାରେ ଆଜିି ଦିନ ୧୧ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମ ରହିଥିବା ବେଳେ ମଧ୍ୟହ୍ନ ପରେ ପ୍ରଚଣ୍ଡ ତାପ ଅନୁଭୁତ ହେଉଛି । ଏହା ଆହୁରି ୫ ଦିନ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୩ ଦିନ ଭିତରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଗତକାଲି ୩୮.୭ ଡିଗ୍ରୀ ରହି ଉତ୍ତପ୍ତ ସହର ପାଟଲିଛି । ଏପଟେ ରାତିର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ରାତିରେ ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ଉପକୂଳ ଓଡ଼ିଶାର ଆଦ୍ରତା ୭୦ ପ୍ରତିଶତ ପର୍ଯ୍ୟନ୍ତ ରହୁଥିବାରୁ ପ୍ରବଳ ଗୁଳିଗୁଳି ଅନୁଭୂତ ହେଉଛି । ଉପକୂଳ ଓଡ଼ିଶାରେ ଅଧିକ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଥିବାରୁ ଝାଞ୍ଜିପବନ ଓ ଗୁଳୁଗୁଳି ଅଧିକ ହେଉଛି ।


Discover more from

Subscribe now to keep reading and get access to the full archive.

Continue reading