ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ବୈଠକ


ବେଙ୍ଗାଲୁରୁ,୧୮ା୭: ବିରୋଧୀ ଦଳଙ୍କ ବେଙ୍ଗାଲୁରୁରେ ଜାରି ବୈଠକରେ ସେମାନଙ୍କ ମେଣ୍ଟ ପୂର୍ବରୁ ୟୁପିଏ ନାମରେ ଜଣାଯାଉଥିଲା । ଏବେ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ବାହାରର ରାସ୍ତା ଦେଖାଇ ଦେଇଛି । ଖଡଗେ କହିଛନ୍ତି ଯେ ଏବେ ବିଜେପି ଅଧ୍ୟକ୍ଷ ପୁରୁଣା ମେଣ୍ଟ ସହଯୋଗୀଙ୍କୁ ଏକଜୁଟ କରିବା ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଦଉଡୁଛନ୍ତି । ଏଠାରେ ଯେଉଁ ଏକତା ଦେଖାଯାଉଛି ତାହା ଏବେ ସେମାନଙ୍କ ଭୟର କାରଣ ପାଲଟିଛି । ଏହାର ପରିଣାମ ଆଗାମୀ ବର୍ଷ ନିର୍ବାଚନରେ ସେମାନଙ୍କର ପରାଜୟ ହେବ । ଏଣୁ କେନ୍ଦ୍ରରେ ସରକାର ଏବେ ସବୁ ସଂସ୍ଥାକୁ ବିରୋଧୀଙ୍କ ବିରୋଧରେ ଅସ୍ତ୍ରରୂପେ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି । ଖଡଗେ କହିଛନ୍ତି ଯେ ଆମର ଉଦ୍ଦେଶ୍ୟ କ୍ଷମତା ହାସଲ କରିବା ନୁହେଁ ବରଂ ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସାମାଜିକ ନ୍ୟାୟର ସୁରକ୍ଷା କରିବା । ଏଣୁ ଆସନ୍ତୁ ଆମେ ଭାରତକୁ ପ୍ରଗତି, କଲ୍ୟାଣ ଓ ବାସ୍ତବ ଗଣତନ୍ତ୍ର ପଥରେ ଆଗେଇ ନେବାକୁ ସଂକଳ୍ପ କରିବା ବୋଲି ଖଡଗେ କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୈଠକରେ କହିଛନ୍ତି ଯେ ମୁଁ ପ୍ରଥମରୁ ସ୍ପଷ୍ଟ କରିଦେଇଛି କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ଅଥବା କ୍ଷମତା ପାଇଁ ଏ ସବୁ କରୁ ନାହିଁ । ଏହା ପୂର୍ବରୁ ଚେନ୍ନାଇରେ ଷ୍ଟାଲିନଙ୍କ ଜନ୍ମଦିନରେ ମଧ୍ୟ କହିଥିଲି କଂଗ୍ରେସର କ୍ଷମତା ଅଥବା ପିଏମ ପଦରେ କୌଣସି ଆଗ୍ରହ ନାହିଁ । ଏହି ବୈଠକରେ ଆମର ଉଦ୍ଦେଶ୍ୟ ନିଜ ଲାଗି କ୍ଷମତା ହାସଲ କରିବା ନୁହେଁ । ଏହା ଆମର ସମ୍ବିଧାନ, ଗଣତନ୍ତ୍ର, ଧର୍ମ ନିରପେକ୍ଷତା ଓ ସାମାଜିକ ନ୍ୟାୟ ସ୍ଥାପନା ଲାଗି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ମୁଁ ଜାଣିଛି ଆମ ମଧ୍ୟରେ ପରସ୍ପର ବିରୋଧ ଅଛି, ହେଲେ ଏହି ମତାନ୍ତର ଏତେ ଅଧିକ ନୁହେଁ ଯେ ଆମେ ସେମାନଙ୍କୁ କଣକୁ ଠେସିଦେଇ ପାରିବାନି । ସେ କହିଛନ୍ତି ଯେ ସାଧାରଣ ଲୋକଙ୍କ ଲାଗି, ମୂଲ୍ୟ ବୃଦ୍ଧି ଭୋଗୁଥିବା ମଧ୍ୟମବର୍ଗଲାଗି, ବେକାରୀ ଭୋଗୁଥିବା ଯୁବକଙ୍କ ଲାଗି ଓ ଗରିବଙ୍କ ଲାଗି ଆମକୁ ଆମ ଭିତରେ ଥିବା ମତ ପାର୍ଥକ୍ୟକୁ ଭୁଲିବାକୁ ହେବ । ବୈଠକରେ ୨୬ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ଉଭୟ ପରସ୍ପରର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ମମତା ବାନାର୍ଜୀ ଓ ସୋନିଆ ଗାନ୍ଧିଙ୍କ ମଧ୍ୟରେ ଏପରି ସାକ୍ଷାତ ଆଲୋଚନା ପ୍ରାୟ ୨ ବର୍ଷ ପରେ ହୋଇଛି । ଏହା ପୂର୍ବରୁ ମମତା ବାନାର୍ଜୀ ଜୁଲାଇ ୨୦୨୧ରେ ସୋନିଆଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ବେଶ ଭଲ ସମ୍ପର୍କ ରହିଛି । ତେବେ ଦିଲ୍ଲୀ ଓ ପଶ୍ଟିମବଙ୍ଗରେ କଂଗ୍ରେସ ଓ ଟିଏମସି ନେତାଙ୍କ ମଧ୍ୟରେ ବୟାନବାଜୀ ଦୁଇ ଦଳଙ୍କ ମଧ୍ୟରେ ମତାନ୍ତର ମଧ୍ୟ କରିଛି । ଅତୀତରେ ମମତା ପଶ୍ଚିମବଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବୟାନରେ କ୍ଷୁବ୍ଧ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading