ରାଜ୍ୟ କ୍ୟାବିନେଟ୍‍ ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୭ ପ୍ରସ୍ତାବ ଉପରେ ମୋହର, ମିଶନ ଶକ୍ତି ସ୍କୁଟର ଯୋଜନା ସାମିଲ


ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

କମ୍ପ୍ରିହେନସିଭ କ୍ୟାନସର ପ୍ଲାନ ପାଇଁ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ

ମାର୍ଶାଘାଇ-ଜମ୍ବୁ ରାସ୍ତାର ହେବ ପ୍ରଶସ୍ତିକରଣ

ଭୁବନେଶ୍ୱର,୨୧ା୦୭-ରାଜ୍ୟ କ୍ୟାବିନେଟ୍ ର ୬୨ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୭ ଟି ପ୍ରସ୍ତାବ ଗୁଡିକ ସ୍ୱୀକୃତି ଲାଭ କରିଛି । ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ସଂପର୍କରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅନ୍ୟ ସମସ୍ତ ୧୭ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମିଶନ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ମଂଜୁରି ମିଳିଛି । ଏହି ଯୋଜନାରେ ଯୋଗ୍ୟା ସଦସ୍ୟାମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୁର୍ଣ୍ଣ ସୁଧ ଫେରସ୍ତ ପାଇବେ । ବର୍ତମାନ ସିଆରପିସିଏମ୍‌, ଏମବିକେ, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ର, ବିସିଏ ୭୫ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ , ୧ଲକ୍ଷ ୨୫ ହଜାର ଗ୍ରାମ ପଂଚାୟତ/ୱାର୍ଡ ବ୍ଲକ୍ ବା ସହର ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଏହି ଯୋଜନାରେ ଉପକୃତ ହେବେ । ସେହପରି କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା । ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି । କର୍କଟ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇବା ଉଦ୍ଦେଶ୍ୟରେ ଓଡିଶା ସାମ୍ମୁହିକ ସେବାର ଅଭିବୃଦ୍ଧି ପାଇଁ କ୍ୟାବିନେଟ୍ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛନ୍ତି । ୨ ବର୍ଷ ମଧ୍ୟରେ ୧୧ ଟି ସାମ୍ମୁହିକ କର୍କଟ ଚିକିତ୍ସା ୟୁନିଟ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ, ଭିମସାର ବୁର୍ଲା, ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ କୋରାପୁଟ, ଏମକେସିଜି, କଳାହାଣ୍ଡି ମେଡିକାଲ କଲେଜ, ବିବି ମେଡିକାଲ କଲେଜ ବଲାଙ୍ଗିର, ପିଆରଏମ୍ ବାରିପଦା, ଏଫଏମ୍ ମେଡିକାଲ କଲେଜ ବାଲେଶ୍ୱର, କେନ୍ଦୁଝର ଧରଣୀଧର ମେଡିକାଲ କଲେଜ , ତାଳଚେର ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରରେ ନିର୍ମାଣ କରାଯିବ । ଏହାପରେ ଉନ୍ନତ କର୍କଟ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ଏହା ବ୍ୟତୀତ ୫ ପ୍ରତିଶତ ସୁଧରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀଙ୍କ ଋଣ ଉପରେ ସୁଧ ଛାଡ । ଚଳିତ ଆର୍ôଥକ ବର୍ଷରୁ ଆଗାମୀ ପାଂଚ ବର୍ଷ ପାଇଁ ଏହି ସୁଧ ଛାଡ ବ୍ୟବସ୍ଥା ଲାଗୁ ହେବ । ଓଡିଶା ଲୋକାୟୁକ୍ତଙ୍କ ଦ୍ୱାରା ଉପସ୍ଥାପିତ ୨୦୨୨ ବର୍ଷର ରିପୋର୍ଟ ଅନୁମୋଦନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି । ଓଡିଶା ପର୍ଯ୍ୟଟନ ସେବା (ଓଟିଏସ୍ ) କ୍ୟାଡରର ପୁନର୍ଗଠନ ପାଇଁ ଓଡିଶା ପର୍ଯ୍ୟଟନ ସେବା ନିୟମାବଳୀ ୨୦୨୩କୁ କ୍ୟାବିନେଟ୍ ଅନୁମୋଦନ କରିଛି । ରାଜ୍ୟ ସେକ୍ଟର ସଡକ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ-ଜମ୍ବୁ ରାସ୍ତାକୁ ପ୍ରଶସ୍ତିକରଣ ପାଇଁ କ୍ୟାବିନେଟ୍ ନିଷ୍ପତି ହୋଇଛି । ଏହି ପ୍ରକଳ୍ପ ମାର୍ଶାଘାଇ ଠାରୁ ଗୋବରୀ ନଦୀ ନିକଟ ୨୪.୬୦୦ କିମି ରାସ୍ତା ୨ ଥାକିଆ ହେବ । ଏଥିପାଇଁ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ ର ୧୦୩.୪୫ କୋଟି ଟଙ୍କାର ବିଡ୍ କୁ ଅନୁମୋଦନ ମିଳିଛି । ୨୧ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବନ ସୁରକ୍ଷା ସମିତି କୋଠା ନିର୍ମାଣ ପାଇଁ ସରକାରଙ୍କ ନୂଆ ଯୋଜନା । ପ୍ରତି ଜିଲ୍ଲାରେ କୋଠା ନିର୍ମାଣ କାମ ହେବ ତ୍ୱରାନ୍ୱିତ । ସରକାରୀ ଉଦ୍ୟୋଗ, କମ୍ପାନୀ, ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବାକି ପଡିଥିବା ଜଳକର ଏଣିକି ଏକକ ଭାବେ ପରିଶୋଧ କରିହେବ । ଏଥିପାଇଁ ଜଳସଂପଦ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି । ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଲା ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ଦିଆଯିବ ପ୍ରୋତ୍ସାହନ ।


Next Post

୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

Fri Jul 21 , 2023
ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିବା ୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ କୁହାଯାଇଛି । ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୧ ଓ ୨୦୨୨ରେ ରାଜ୍ୟର […]

You May Like