ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭଜପା ସଭାପତି ସ୍ୱାଗତ ଦାଶଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ତେତେଲଙ୍ଗା ଗ୍ରାମରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ନାରୀ ନେତ୍ରୀ କାନନ ବାଳା ଦାସ, ବିଷ୍ଣୁପ୍ରିୀୟା ମହାପାତ୍ର, ରାଜନଗର ଭାଜପା ପ୍ରଭାରୀ ସୁନାକର ପ୍ରଧାନ, ସୁଭେନ୍ଦୁ ଦାଶ, ସୋମନାଥ ଷଡଙ୍ଗୀ ପ୍ରଭୁତି ଯୋଗଦେଇ ଗ୍ରାମର ଘରକୁ ଘର ଯାଇ ଲୋକ ମାନଙ୍କୁ ଭାଜପା ସଦସ୍ୟତା ଗ୍ରହଣ କରାଇଥିଲେ। ଏହି […]
କେନ୍ଦ୍ରାପଡ଼ା, ୬ା୧୦: କେନ୍ଦ୍ରାପଡା ପୈାରପାଳିକା ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ଏକ ନର୍ସିଂହୋମ ଚାଲୁଥିବା ଜାଣି କେନ୍ଦ୍ରାପଡା ଟାଉନ ଥାନା ପୋଲିସ ରବିବାର ଚଢାଉ କରିଛି। ଗିରଫ ହେବା ଭୟରେ ନର୍ସିଂହୋମର ମାଲିକ ଫେରାର ହୋଇଯାଇଛନ୍ତିବୋଲି ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସହରର ପୁରୁଣା ମେଡିକାଲ ରୋଡସ୍ଥିତ ଏକ ନର୍ସିଂହୋମ ବିଲଡିଂର ପ୍ଲାନ ଅନୁମୋଦନ ହୋଇଥିବା ନେଇ କଟକ ମଣ୍ଡଳ ଅଗ୍ନିଶମ ବିଭାଗକୁ ପଠାଇଥିଲା। […]
କେନ୍ଦ୍ରାପଡ଼ା, ୬ା୧୦: ଶ୍ରୀବଳଦେବଜୀଉ ମନ୍ଦିର ମଣୋହି ନୀତି ପାଇଁ ଗଚ୍ଛିତ ଗୁଆ ଘିଅ ଦୁର୍ଗନ୍ଧଯୁକ୍ତ ହେବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ଘିଅ ଯୋଗାଣକାରୀ ସଂସ୍ଥା ଏହି ଦୁର୍ଗନ୍ଧଯୁକ୍ତ ଘିଅକୁ ଫେରାଇ ନେଇ ନୂତନ ଘିଅ ପ୍ରଦାନ କରି ନିଜର ଭୁଲ୍ ସଂଶୋଧନ କରିବାକୁ ଉଦ୍ୟମ କରିଛି । କିନ୍ତୁ ଏହି ଦୁର୍ଗନ୍ଧଯୁକ୍ତ ଘିଅ ପାଇଁ କିଏ ଦାୟୀ ତାହାର ପର୍ଦ୍ଦାଫାସ ନ ହେବାରୁ ଶ୍ରୀବଳଦେବଜୀଉଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ […]
କେନ୍ଦ୍ରାପଡ଼ା,୬ା୧୦: ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘର କେନ୍ଦ୍ରାପଡା ଡିଭିଜନର ଦ୍ୱିତୀୟ ଦ୍ୱିର୍ଷିକ ସମ୍ମିଳନୀର ଖୋଲା ଅଧିବେସନ ରବିବାର କେନ୍ଦ୍ରାପଡା ମୁଖ୍ୟ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଓଡିଶା ସର୍କଲର ପୂର୍ବତନ ସମ୍ପାଦକ ଅଶୋକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା ସର୍କଲର ପୂର୍ବତନ ସମ୍ପାଦକ ହିମାଂଶୁ ଶେଖର ଦାସ, ପୂର୍ବତନ ସମ୍ପାଦକ ନିର୍ମଳ ଚନ୍ଦ୍ର ସିଂ, ସି.ପି.ଆଇ.(ଏମ)ର ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ, […]
କେନ୍ଦ୍ରାପଡା,୬/୧୦: ମସ୍ତିଷ୍କ ପକ୍ଷାଘାତ ଏକ ଗମ୍ଭୀର ସ୍ନାୟୁ ଓ ମାଂସପେଶୀଜନିତ ଭିନ୍ନକ୍ଷମତା ଯାହା ମାତୃ ଗର୍ଭାବସ୍ଥା ଓ ପ୍ରସବକାଳୀନ ତଥା ପରବର୍ତ୍ତୀ ପାର୍ଶ୍ୱପ୍ରଭାବର ପରିଣାମ ଅଟେ। ସଚେତନତା ମାଧ୍ୟମରେ ଏହାର ପ୍ରତିରୋଧ ଓ ପ୍ରଭାବିତ ସମୂହଙ୍କ ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ୬ ଅକ୍ଟୋବର ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟରତ ପୁନର୍ବାସ ପକ୍ଷରୁ ଏକ ସଚେତନଧର୍ମୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ତଥା ମୁଖ୍ୟ […]
ପଟ୍ଟାମୁଣ୍ଡାଇ ୬/୧୦-ଦେଶର ଆଗାମୀ ଭବିଷ୍ୟତ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ହେଲେ ଦେଶ ସଶକ୍ତ ହେବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ କଖାରୁଣୀ ଠାରେ କଖାରୁଣୀ ଉନ୍ନୀତ ଉପ୍ରା ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଆୟୋଜିତ ଶିଶୁ ମହୋତ୍ସବ ସୁରଭି -୨୦୨୪ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ସିଆରସିସି ଅରବିନ୍ଦ ବଳଙ୍କ ପୌରହିତ୍ୟ ଓ ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ […]
ପଟ୍ଟାମୁଣ୍ଡାଇ ୬/୧୦-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ରବିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧିକାରି ପ୍ରଦୀପ ନାଗ ଯୋଗ ଦେଇ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ଯଥା ଶିଘ୍ର ପଦେକ୍ଷପ ନିଆଯିବା ସହିତ ୫୧ ଲକ୍ଷ ଟଙ୍କା ବ୍ୟୟରେ […]
ପଟ୍ଟାମୁଣ୍ଡାଇ ୬/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବଡମହନପୁର ହରିଜନ ସାହିରେ କମେଟମାରାକୁ କେନ୍ଦ୍ରକରି ଶନିବାର ରାତିରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ । ପୋଲିସ ତଦନ୍ତ ପରେ ମାମଲା ନଂ ୪୭୫/୨୦୨୪ ଓ ୪୭୬/୨୦୨୪ରେ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷରୁ ୧୦ ଜଣଙ୍କୁ ପଟ୍ଟାମୁଣ୍ଡାଇ କୋଟ ପଠାଇଥିବା ଗ୍ରାମାଂଚଳ ଥାନା […]
କେନ୍ଦ୍ରାପଡ଼ା,୫ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀସିଦ୍ଧବଳଦେବଜୀଉଙ୍କୁ ପଚା ଘିଅ ଅର୍ପଣ କରାଯାଉଛି। ଯାହାକୁ ନେଇ କେତେକ ସେବାୟତ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ସନ୍ଧ୍ୟା ନୀତି ବିଳମ୍ବ ଘଟିଛି। ଏହା ପ୍ରଚାରିତ ହେବା ପରେ ଘିଅର ପ୍ରସ୍ତୁତି ମାସ, ବ୍ୟାଚ ନଂ, ଏକ୍ସପାଇରୀ ତାରିଖ ଇତ୍ୟାଦି ଯାଞ୍ଚ କରାଯାଇଥିଲା। ହେଲେ ଏ ସମସ୍ତ କୈାଣସି ଘିଅ ଟିଣରେ ଉଲ୍ଲେଖ ହୋଇ ନଥିବା ଜଣାପଡିଥିଲା। ତେଣୁ ଦୀର୍ଘଦିନ ଧରି ଏକ […]
କେନ୍ଦ୍ରାପଡ଼ା,୫ା୧୦: କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣପୂର୍ବ କ୍ଷେତ୍ର, ଭୁବନେଶ୍ୱର ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ଦିବସୀୟ ତ୍ରିସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର କାର୍ଯର୍୍ୟକାରୀ ଅଧ୍ୟକ୍ଷ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଆଧୁନିକ ସମାଜରେ ଭୂତଳ ଜଳ ଜନିତ ସମସ୍ୟା ଓ ତାର ନିରାକରଣରେ ମାନବ ସମାଜର ସହଭାଗିତା” ଉପରେ ମତବ୍ୟକ୍ତ କରିଥିଲେ। […]
ପଟ୍ଟାମୁଣ୍ଡାଇ ତା ୫/୧୦-ପଟ୍ଟାମୁ ଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ଗ୍ରାମ ପଞ୍ଚାୟତର ବିଶିଷ୍ଟ ସମାଜବାଦୀ ଅକ୍ଷୟ ସାମଲଙ୍କ ମାଁ ମୟୀୟସୀ ପାଲୁଣୀ ସାମଲଙ୍କ ଏକାଦଶାହ ଅବସରରେ ଵାଘତୈଳା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଧୃବ -ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀ କାନ୍ତ ସ୍ଵାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଓଉପଦା ସରପଞ୍ଚ ମମତା ସାମଲ,ବିଶିଷ୍ଟ ଯୁବ ସମାଜ […]
ପଟ୍ଟାମୁଣ୍ଡାଇ ୬/୧୦କ-ଓଡିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡ଼ମେକର )ର ୩ଜଣ କଣ୍ଠଶିଳ୍ପୀ ଆକାଶବାଣୀ ବି ଗ୍ରେଡ଼ ମାନ୍ୟତା ପାଇଛନ୍ତି । ସେମାନେ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମର ସୁପ୍ରିୟା ଦାଶ, ଗୁଣୁପୁରର ସୌମ୍ୟ ରଞ୍ଜନ ଗାହାଣ ଓ ପୋଖରୀଆପଡାର ମନସ୍ୱିନୀ ମହାପାତ୍ର । ଗଡ଼ମେକର ପ୍ରତିଷ୍ଠାତା ସଭାପତି ଗୀତିକବି ସୁଶାନ୍ତ ପାଣିଙ୍କ ପ୍ରଶିକ୍ଷଣରେ ସେମାନେ ଆଜି ଏହି ସଫଳତା ୋସଲ କରିଥିବା […]
ପଟ୍ଟାମୁଣ୍ଡାଇ ୫/୧୦- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲ ପରିସରରେ ବକ୍ତାରପୁର କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସିଆରସିସି ସଂଘମିତ୍ରା ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, କାଉନସିଲର ଝରଣା ବେହେରା ମୁଖ୍ୟବକ୍ତା, ରାଜ୍ୟସ୍ତରୀୟ ଶିକ୍ଷକ ନେତା ସିଆରସିସି ମଳୟ ଜେନା, ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ ସର୍ବେଶ୍ୱର ପତି, ସିଆରସିସି […]
କେନ୍ଦ୍ରାପଡ଼ା, ୪ା୧୦: କେନ୍ଦ୍ରାପଡା ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ଦାୟୀତ୍ୱରେ ଅବହେଳା ଓ ସେବା ଯୋଗାଇବାରେ ବିଫଳତା ପାଇଁ ଡାକ ବିଭାଗକୁ ଜୋରିମାନାରେ ଦଣ୍ଡିତ କରିଛନ୍ତି। କମିଶନ ଠାକୁରପାଟଣା ଉପ- ଡାକଘରର ଉପ-ଡାକପାଳ, କେନ୍ଦ୍ରାପଡା ଡିଭିଜନର ଡାକ ଅଧୀକ୍ଷକ ଓ ପାଟକୁରା ଉପଡାକଘରର ଉପ-ଡାକପାଳଙ୍କୁ ୨ହଜାରଟଙ୍କା କ୍ଷତିପୁରଣ ସହ ଅଦାଲତରେ ମାମଲା ଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ଅଭିଯୋଗକାରୀ ପବିତ୍ର କୁମାର ପାଣିଙ୍କୁ ଦେବା ପାଇଁ ନିର୍ଦେଶ […]
କେନ୍ଦ୍ରାପଡ଼ା,୪ା୧୦: ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଶୁକ୍ରବାର ଗରାପୁରସ୍ଥିତ ହନୁମାନଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ସମ୍ପାଦକ ଉମାଶଙ୍କର ଜେନା ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିଥିଲେ ଓ ଏହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା। ପୂର୍ବ ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ପ୍ରସ୍ତାବ ଓ ସଭାର ଅନୁମୋଦନ କ୍ରମେ ବିଗତ […]
କେନ୍ଦ୍ରାପଡ଼ା,୪ା୧୦: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବନିପାଳ ଗ୍ରାମର ଅଧିବାସୀମାନେ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଲୁଣାପାଣି ଚିଙ୍ଗୁଡିଘେରୀ ପାଇଁ ଧାନଚାଷ ସଂପୂର୍ଣ୍ଣ ଉଜୁଡି ଯାଉଛି। ତୁରନ୍ତ ଏହାର ପ୍ରତିକାର କରାନଗଲେ ସେମାନଙ୍କ ଜୀବନଜୀବିକା ଏହାଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ସେହି ଗ୍ରାମର କୃଷ୍ଣଗୋପାଳ ସେଠୀ ନାମକ ବ୍ୟକ୍ତି ପ୍ରାୟ ୫ଏକର ଜମିରେ […]
କେନ୍ଦ୍ରାପଡା, ୪/୧୦: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ୨୦୧୯ ମସିହାଠାରୁ ଏକ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗଠନ କରାଯାଇ ସମାଜର ବିଭିନ୍ନ ବର୍ଗର ୨୫୦ରୁ ଅଧିକ ସକ୍ରିୟ ବରିଷ୍ଠ ନାଗରିକମାନଙ୍କୁ ନେଇ ଜିଲ୍ଲାରେ ଏକ ବଳିଷ୍ଠ, ସମ୍ମାନଜନକ ସଂଗଠନ ରୂପେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିପାରିଛି । ପରିବର୍ତ୍ତିତ ସମୟାନୁଯାୟୀ ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ […]
ପଟ୍ଟାମୁଣ୍ଡାଇ ୪/୧୦ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଢାଖଣ୍ଡ -ମଠସାହି କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସଞ୍ଜୟ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ସହକାରୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ପଢିଆରୀ ମୁଖ୍ୟଅତିଥି,ଅଢାଖଣ୍ଡ ମଠସାହି ଉନ୍ନୀତ ଉପ୍ରା ସ୍କୁଲ ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ମିଶ୍ର, ଅଇନିପଡା-ପଛପଡା ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ […]
ପଟ୍ଟାମୁଣ୍ଡାଇ ୪/୧୦ – ପଟ୍ଟାମୁଣ୍ଡାଇ କଲେଜ ଜୁନିୟର ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥା ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ତାଲିମ ଶିବିରରେ ବୌଦ୍ଧ ପଂଚାୟତ କଲେଜ ଉଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ରାଜ୍ୟ […]
କେନ୍ଦ୍ରାପଡ଼ା,୪ା୧୦: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ କଲେଜ ପରିସରରେ ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନ ଠାରୁ ଏହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ କଲେଜ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି […]
କେନ୍ଦ୍ରାପଡ଼ା,୪ା୧୦: ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ପକ୍ଷରୁ ବୁଧବାର ମହାତ୍ମାଗାନ୍ଧୀଙ୍କ ୧୫୫ତମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଅନୁଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପୋଲିସ ଡିଏସପି ସରିତା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତିରପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନଦର୍ଶ […]
କେନ୍ଦ୍ରାପଡା,୪/୧୦: କେନ୍ଦ୍ରାପଡାର ଚିତ୍ରଗୁରୁ ତଥା କେନ୍ଦ୍ରାପଡାକୁ ପ୍ରତିନିଧିତ୍ୱ କରି ଦେଶ ଓ ବିଦେଶରେ ବହୁ ପ୍ରଦର୍ଶନୀରେ ଭାଗ ନେଇ କେନ୍ଦ୍ରାପଡା ପାଇଁ ଗୌରବ ଆଣିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ୱଚ୍ଛତା ଚିତ୍ର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବର୍ନ୍ଧିତ କରିଛନ୍ତି । ଅକ୍ଟୋବର ୨ତାରିଖ ବୁଧବାର ଅପରାହ୍ନ ୪ଟା ସମୟରେ […]
ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସ୍କୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ପାଇଁ ଏକ ଅନ୍ଲାଇନ୍ ତାଲିମ କାର୍ଯ୍ୟକ୍ରମ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ […]
କେନ୍ଦ୍ରାପଡ଼ା,୩ା୧୦: ରାଜ୍ୟ ମିଲର ସଙ୍ଘର ୭ଦଫା ଦାବିକୁ ନେଇ କେନ୍ଦ୍ରାପଡା ଜିଲ୍ଲା ରାଇସ ମିଲର୍ସ ସଙ୍ଘ ପକ୍ଷରୁ ଗୁରୁବାର କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଙ୍ଘର ସଭାପତି ଧ୍ରୁବ ଚରଣ ସାହୁ ସଭାପତିତ୍ୱ କରି କହିଥିଲେ ଯେ ଧାନ ସଂଗ୍ରହ ପାଇଁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ନୂଆ ଝୋଟ ବସ୍ତା ଯୋଗାଇ ଦିଆଯାଇଥିବା ବେଳେ […]