କେନ୍ଦ୍ରାପଡ଼ା,୨୬ା୧୨: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୁରୁବାର ଅଣୁ କବି ବ୍ରହ୍ମାନନ୍ଦ ଦାସଙ୍କ ଊନବିଂଶ ପୁଣ୍ୟତିଥି ଉପସଭାପତି ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ତାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅଣୁ କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । […]
ରାଜ୍ୟ
କେନ୍ଦ୍ରାପଡ଼ା,୨୬ା୧୨: ଗୁରୁବାର କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡିର ୨୮ତମ ଜନ୍ମତିଥି ମୁନିସିପାଲିଟି ଟାଉନ୍ ହଲଠାରେ ଜିଲ୍ଲା ବିଜଡେି ସଭାପତି ଧିରେନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜନ୍ମ ଉତ୍ସବ ପାଳନ ପୂର୍ବରୁ ନୂଆ ବସ୍ଷ୍ଟାଣ୍ଡ ଓ ଖଡିଅଙ୍ଗଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସଭା ଆରମ୍ଭରେ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା […]
କେନ୍ଦ୍ରାପଡ଼ା,୨୫ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ଊତ୍ସବରେ ସଂଗଠନର ବରିଷ୍ଠ ସଦସ୍ୟ ତଥା ପ୍ରତିଷ୍ଠାତା ଉପଦେଷ୍ଠା ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱ କରି କହିଥିଲେ ଯେ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁ ଜଣେ ସୁନାମ ଧନ୍ୟ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଗରଦପୁର ପାଟକୁଳ […]
କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡମାଣିତିଆ ଗ୍ରାମର ସମାଜସେବୀ ସ୍ୱର୍ଗତ ପ୍ରଭାକର ପରିଡାଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବଡମାଣିତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ୭ନମ୍ବର […]
କେନ୍ଦ୍ରାପଡା,୨୫ା୧୨: ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନଜନକ ବକ୍ତବ୍ୟ ପ୍ରତିବାଦରେ ନିଖିଳ ଭାରତ ସମତା ସୈନିକ ଦଳ ଓଡିଶା ଶାଖା ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମତା ସୈନିକ ଦଳ ଓଡିଶା ଶାଖାର ସଭାପତି ସୁଧିର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ […]
ପଟ୍ଟାମୁଣ୍ଡାଇ ତା ୨୫/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲର ୨୦୦୧ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପବିତ୍ର ବଡଦିନ ଅବସରରେ ନିଆରା ବନ୍ଧୁମିଳନ ଉତ୍ସବ ଆୟୋଜନ କରାଯାଇ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସଂସଦ ସଭାପତି ଆଡ଼ଭୋକେଟ ମନୋଜ କୁମାର ନାୟକଙ୍କ ପୌରହିତ୍ୟରେ ବକ୍ତାରପୁର ହାଇସ୍କୁଲ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ […]
ଭୁବନେଶ୍ୱର ୨୫/୧୨-ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା । କେନ୍ଦ୍ରାପଡା ସର୍ବାଧିକ ୧୨୫ ମିଲିମିଟର ବର୍ଷା ରେକର୍ଡ । ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ବର୍ଷା ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ନେଇ ୨୪ ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ୱେଲମାର୍କ ଲୋପ୍ରେସର ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ଜାରିଛି । ଆସନ୍ତା […]
ଅନ୍ୱେଷଣ ବ୍ୟୂରୋ ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ । କରୋନା କାଳରେ ବ୍ୟବହାର ହେଉଥିବା ମାକ୍ରୋଲାଇଡ୍ସ୍, ଆଜିଥ୍ରୋମାଇସିନ୍ ଆଉ କାମ ଦେଉନି । ଏହାର ଉପଚାର ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ୩୦ ବର୍ଷର ଗବେଷଣା ପରେ ଆବିଷ୍କାର ହୋଇଛି ନୂଆ ଆଂଟିବାୟୋଟିକ୍ ନାଫିଥ୍ରୋମାଇସିନ୍ । ଯାହାକି ଶ୍ୱାସ ଜନିତ ସଂକ୍ରମଣ ରୋଗ ଓ ଅନ୍ୟ ସଂକ୍ରମଣ ଜନିତ ରୋଗକୁ ଭଲ […]
ନୂଆଦିଲ୍ଲୀ, ୨୪ା୧୨ ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ହରିବାବୁଙ୍କୁ ନିଯୁକ୍ତି ଦେଇଥିବା ବେଳେ ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି। ସେହିଭଳି ଓଡ଼ିଶା ସମେତ ଆଉ ୪ ରାଜ୍ୟରେ ମଧ୍ୟ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଜେନେରାଲ ବିଜୟ କୁମାର ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ କେରଳ […]
ପଟ୍ଟାମୁଣ୍ଡାଇ ୨୪/୧୨ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚ ପଦ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବଡପଡା ପଂଚାୟତ ସରପଂଚ ଆସନ ପାଇଁ ଆସନ୍ତା ଜାନୁଆରୀ ୨୮ ତାରିଖ ଉପନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ କମିଶନର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା […]
ପଟ୍ଟାମୁଣ୍ଡାଇ ୨୪/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ କଲେଜରେ ଗତ ୨୧ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ଜାତୀୟ ସେବା ଯୋଜନା ସ୍ୱେଛାସେବୀ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ ) କାର୍ଯ୍ୟକ୍ରମ ସଂଯୋଜକ ଡ଼ ବ୍ରଜ ନାରାୟଣ ପାତ୍ର ଓ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ ଗୌରୀ ସାମଲ ଉଦଘାଟନ […]
କେନ୍ଦ୍ରାପଡ଼ା,୨୪ା୧୨: ମଙ୍ଗଳବାର ସ୍ଥାନୀୟ ନେତାଜୀ ମଡେଲ ସ୍କୁଲର ୨୩ତମ କ୍ରୀଡା ଉତ୍ସବ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଅଭିଭାବକମାନେ ମଧ୍ୟ ଖେଳରେ ସହଯୋଗ କରିଥିଲେ । ଶିଶୁଙ୍କୁ ବିଭିନ୍ନ ବର୍ଗରେ ଭାଗ କରାଯାଇ ବିଭିନ୍ନ ଖେଳର ଆୟୋଜନ କରାଯାଇଥିଲା । ବେଲୁନ ଫୁଟା ରେସ୍, ବ୍ରିଞ୍ଜାଲ […]
କେନ୍ଦ୍ରାପଡା,୨୪ା୧୨: ବିଶ୍ୱର ମହାନ୍ ସନ୍ଥମାନଙ୍କ ମଧ୍ୟରେ ସଦ୍ଗୁରୁ ସାଇ ବାବା ଅନ୍ୟତମ । ତାଙ୍କ ଶ୍ରୀମୁଖ ନିଃସୃତ ପବିତ୍ର ଏକାଦଶ ବାଣୀ ଯୁଗଯୁଗକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଅନୁପ୍ରେରିତ କରୁଥିବ । କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶ୍ରୀ ଶିରଡି ସାଇ ମନ୍ଦିରର ପୁଣ୍ୟ ପ୍ରଥମ ସଂସ୍ଥାପନ ଦିବସ ଉତ୍ସବ ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶିରିଡି ସାଇ ଜନକଲ୍ୟାଣ ଟ୍ରଷ୍ଟ ଆନୁକୂଲ୍ୟରେ ଏବଂ ପ୍ରାକ୍ତନ ସାଂସଦ […]
କେନ୍ଦ୍ରାପଡ଼ା,୨୪ା୧୨: ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନ କରିବାକୁ ନେଇ କେନ୍ଦ୍ରାପଡା କଂଗ୍ରେସ ତୀବ୍ର ନିନ୍ଦା କରିଛି । ପୃଥିବୀରେ ସମ୍ମାନ ପାଉଥିବା ଏବଂ ଦେଶରେ ପୂଜା ପାଉଥିବା ଦଳିତ, ନିଷ୍ପେଷିତ, ଶ୍ରମିକଙ୍କ ଭଗବାନ ଡ. ଆମ୍ବେଦକର ସମସ୍ତଙ୍କୁ ସମାନ ଅଧିକାର ସମ୍ବିଧାନରେ ଦେଇଛନ୍ତି । ତାଙ୍କୁ ଗୃହମନ୍ତ୍ରୀ ଅମିତ ଶାହା ଅସମ୍ମାନ କରିବା ଏକ ନିନ୍ଦନୀୟ କାର୍ଯ୍ୟ ହୋଇଥିବାରୁ ସେ […]
କେନ୍ଦ୍ରାପଡା,୨୪ା୧୨: ଲଘୁରୂପ ଜନିତ ଲଗାଣ ବର୍ଷାଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ପ୍ରଭାବିତ ହୋଇଛି। ଏହି ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ ଫସଲ ନଷ୍ଟ ହେବା ସହିତ ପନିପରିବା ଚାଷ ଉଜୁଡ଼ି ଯାଇଛି। ଏହି ବର୍ଷା ଯୋଗୁଁ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦ୍ରାପଡା, ଡେରାବିଶ,ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର ବ୍ଲକ ସମେତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି […]
କେନ୍ଦ୍ରାପଡା ୨୩/୧୨-କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ୩ୟ ପ୍ରସ୍ତୁତି ବୈଠକ ମାଧପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ସାମାଜିକ ଗଣମ୍ୟାାଧ୍ୟମର ଶିର୍ଷକ “ବହିଥାକ ଖାଲି ରଖନ୍ତୁ” ପ୍ରମୋ ପୋଷ୍ଟର ଉନ୍ମୋଚିତ କରାଯାଇଛି । ଏହି ମେଳାରେ ଜାତୀୟ ସ୍ତରୀୟ ଖ୍ୟାତନାମା ପୁସ୍ତକ ପ୍ରକାଶନ ସଂସ୍ଥା ସହିତ ରାଜ୍ୟର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା […]
କେନ୍ଦ୍ରାପଡା,୨୩ା୧୨: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଖୁଆ ଓଢଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ୨୮ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ମୁଖ୍ୟବକ୍ତା ଭାବେ ଓଷ୍ଟା ରାଜ୍ୟ ସମ୍ପାଦକ […]
କେନ୍ଦ୍ରାପଡା,୨୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସାଇ ବିହାରରେ ଶ୍ରୀ ଶିରିଡି ସାଇ ଜନକଲ୍ୟାଣୀ ଟ୍ରଷ୍ଟ ପକ୍ଷରୁ ଶିରିଡି ସାଇ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି । ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ତତ୍ତ୍ୱାବଧାନରେ ସୋମବାର ପ୍ରାତଃ ୭ଟାରେ ଜଳାଧିବାସ, ୮ଟା ସମୟରେ ଶାନ୍ତିହୋମ, ୧୦ଟା ସମୟରେ ମହାଭିଷେକ କରାଯିବା ପରେ ମଧ୍ୟାହ୍ନରେ ଆରତୀ କରାଯାଇଥିଲା । ଏହି ଅବସରରେ ପ୍ରଜ୍ଞାନ ମିଶନର ପରମହଂସ ପ୍ରଜ୍ଞାନାନନ୍ଦଜୀ […]
କେନ୍ଦ୍ରାପଡ଼ା, ୨୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଗରିବ ମହିଳାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଲଘୁଚାପ ବର୍ଷା ପରେ ପରେ ପ୍ରବଳ ଶୀତ ଲାଗି ରହିଛି। ସେହି ଶୀତରୁ ରକ୍ଷା ପାଇବା ନିମନ୍ତେ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ନିଆଳ ଗ୍ରାମର ଗରିବ ମହିଳାମାନଙ୍କୁ ଶିତବସ୍ତ୍ର କମ୍ବଳ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଶ୍ରମର ବ୍ରହ୍ମଚାରୀ ନୃସିଂହ ଦାସ […]
କେନ୍ଦ୍ରାପଡା,୨୩/୧୨: ରାଜ୍ୟର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ କୋରୋସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ ହୋଇ ସଂସଦର ଗୌରବ ବୃଦ୍ଧି କରିଛନ୍ତି । ଗତକାଲି ଭୁବନେଶ୍ୱରସ୍ଥିତ ରେଡ୍କ୍ରସ୍ ଭବନରେ ପଲ୍ଲୀକବି ନନ୍ଦକିଶୋର ବଳ ଫାଉଣ୍ଡେସନ ପକ୍ଷରୁ ପ୍ରାୟୋଜିତ ରାଜ୍ୟସ୍ତରୀୟ ପଲ୍ଲୀକବିଙ୍କ ୧୪୯ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଉଲ୍ଲେଖଯୋଗ୍ୟ ଭୂମିକା ଏବଂ ସାରସ୍ୱତ ସାଧନା ପାଇଁ ରାଜଶ୍ରୀ ତଥା ବେଳାଭୂମି ସାହିତ୍ୟ ସଂସଦର ସଭାପତି ବିଶିଷ୍ଟ […]
ପଟ୍ଟାମୁଣ୍ଡାଇ ତା ୨୩/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତଅମୃତମଣୋହି ଶୁଦ୍ଧାନନ୍ଦ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧକ୍ଷ ନିଗମାନନ୍ଦ ସାମଲଙ୍କ ପୌରହିତ୍ୟ ଓ ନିର୍ମଳା ଜେନାଙ୍କ ସଂଯୋଜନା ରେ ଆୟୋଜିତ ଉତ୍ସବରେ ମାର୍ଗଦର୍ଶକ ସ୍ୱାମୀ ଅଦୈତା ନନ୍ଦ ସରସ୍ବତୀ ମୁଖ୍ୟଅତିଥି, ଶିକ୍ଷାବିତ ଅଶୋକ କୁମାର ଦାସ ମୁଖ୍ୟବକ୍ତା ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକ,ଇଂ ପ୍ରଦ୍ୟୁମ୍ନ ରାଉତ ଓ ଅମୃତମଣୋହି ସରପଞ୍ଚ ପ୍ରତିନିଧି ସିଦ୍ଧାର୍ଥ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ […]
ପଟ୍ଟାମୁଣ୍ଡାଇ ୨୩/୧୨ -ବରଗଡ ଜିଲ୍ଲା ବରପାଲି ବାଳକ ହାଇସ୍କୁଲରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲବୈଜ୍ଞାନିକ ପ୍ରଦର୍ଶନୀରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ଗ୍ରାମ ପଂଚାୟତ ଗଙ୍ଗାରାମପୁର ହାଇସ୍କୁଲର କୁନି ବୈଜ୍ଞାନିକ ପ୍ରାଣ ତୋଷ ପ୍ରଧାନଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଛନ୍ତିା ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ଚିତରଞ୍ଜନ କବିଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳାଇ ମୁଖ୍ୟଅତିଥି ,ପୋଖରୀଆପଡ଼ା ସାଧନାକେନ୍ଦ୍ର […]
କେନ୍ଦ୍ରାପଡ଼ା,୨୩ା୧୨: ବିଦ୍ୟୁତ୍ କର୍ମଚାରୀଙ୍କ ନିଯୁକ୍ତି ଓ ଦରମା ସମେତ ବିଭିିନ୍ନ ସମସ୍ୟା ସମାଧାନ ନହେବା ଯୋଗୁଁ କର୍ମଚାରୀମାନେ ସୋମବାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ସାରା ଓଡିଶାକୁ ଆଲୋକିତ କରୁଥିବା ବିଦ୍ୟୁତ୍ ଶ୍ରମିକଙ୍କ ଭାଗ୍ୟ ଆଜି ଅନ୍ଧାରରେ ଏହି ବାର୍ତ୍ତା ନେଇ ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଡାକରାରେ ସାରା ଓଡିଶାରେ ବିଦ୍ୟୁତ୍ ବଣ୍ଟନ ବିଭାଗରେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପାରାଦୀପ ବିଦ୍ୟୁତ୍ […]
ପଟ୍ଟାମୁଣ୍ଡାଇ ତା ୨୩/୧୨- ପଟ୍ଟାମୁଣ୍ଡାଇ କଲେଜ ଇଂରାଜୀ ବିଭାଗ ପକ୍ଷରୁ “ଦି କଲଚରାଲ ଡିପିକ୍ସନ ଅଫ ଓମେନ ଇନ ମିଡ଼ିଆ ଫୋକଲୋର ଆଣ୍ଡ ଲିଟିରେଚର :ଇଫେକ୍ଟସ ଅନ ସୋସି ଏଟାଲ ପରସେପସନସ ଇସ୍ୟୁଜ ଆଣ୍ଡ ଚ୍ୟାଲେଞ୍ଜେସ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପକ ଡ଼ ମାନସ କୁମାର ନାୟକ ଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ବିହାର ମହାତ୍ମାଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ […]