କେନ୍ଦ୍ରାପଡ଼ା,୪ା୧୦: ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ପକ୍ଷରୁ ବୁଧବାର ମହାତ୍ମାଗାନ୍ଧୀଙ୍କ ୧୫୫ତମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଅନୁଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ପୋଲିସ ଡିଏସପି ସରିତା ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତିରପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନଦର୍ଶ […]
ରାଜ୍ୟ
କେନ୍ଦ୍ରାପଡା,୪/୧୦: କେନ୍ଦ୍ରାପଡାର ଚିତ୍ରଗୁରୁ ତଥା କେନ୍ଦ୍ରାପଡାକୁ ପ୍ରତିନିଧିତ୍ୱ କରି ଦେଶ ଓ ବିଦେଶରେ ବହୁ ପ୍ରଦର୍ଶନୀରେ ଭାଗ ନେଇ କେନ୍ଦ୍ରାପଡା ପାଇଁ ଗୌରବ ଆଣିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ୱଚ୍ଛତା ଚିତ୍ର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବର୍ନ୍ଧିତ କରିଛନ୍ତି । ଅକ୍ଟୋବର ୨ତାରିଖ ବୁଧବାର ଅପରାହ୍ନ ୪ଟା ସମୟରେ […]
ପଟ୍ଟାମୁଣ୍ଡାଇ ୩/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖରିପାଳ ଗ୍ରାମର ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ତରଫରୁ ଜାରି ନୋଟିସ୍କୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟର ସମସ୍ତ ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ପାଇଁ ଏକ ଅନ୍ଲାଇନ୍ ତାଲିମ କାର୍ଯ୍ୟକ୍ରମ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ […]
କେନ୍ଦ୍ରାପଡ଼ା,୩ା୧୦: ରାଜ୍ୟ ମିଲର ସଙ୍ଘର ୭ଦଫା ଦାବିକୁ ନେଇ କେନ୍ଦ୍ରାପଡା ଜିଲ୍ଲା ରାଇସ ମିଲର୍ସ ସଙ୍ଘ ପକ୍ଷରୁ ଗୁରୁବାର କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଙ୍ଘର ସଭାପତି ଧ୍ରୁବ ଚରଣ ସାହୁ ସଭାପତିତ୍ୱ କରି କହିଥିଲେ ଯେ ଧାନ ସଂଗ୍ରହ ପାଇଁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ନୂଆ ଝୋଟ ବସ୍ତା ଯୋଗାଇ ଦିଆଯାଇଥିବା ବେଳେ […]
କେନ୍ଦ୍ରାପଡ଼ା,୩ା୧୦: ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ କରାଯିବାକୁ ରାଜ୍ୟପାଳ ରଘୁବୀର ଦାସଙ୍କୁ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମହାତ୍ମାଗାନ୍ଧୀଙ୍କ ସାବରମତୀ ଆଶ୍ରମର ପ୍ରଥମ ଓଡିଆ ଛାତ୍ର, ଦୁଃଖିନୀ କନିକା ପୁସ୍ତକର ରଚୟିତା, କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଅତୁଳନୀୟ ଅବଦାନକୁ କେହି ଭୁଲିପାରିବେ ନାହିଁ। ବିପ୍ଳବୀଙ୍କ ସମ୍ପର୍କରେ […]
ପଟ୍ଟାମୁଣ୍ଡାଇ ତା ୩/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବାବୁରାମ ସାହୁ ଓ ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ଆନନ୍ଦ ପ୍ରସାଦ ପଣ୍ଡା,ସହ ସମ୍ପାଦକ କୀର୍ତ୍ତିମାନ ସାହୁ, କୋଷାଧ୍ୟକ୍ଷ ମନସ୍ମିତା ସାହୁ,ପ୍ରଧାନ ଆଚାର୍ଯ୍ୟ ବିକ୍ରମଜିତ ସ୍ୱାଇଁ,ଗୁରୁମା ଶୁଚିସ୍ମିତା ଦାଶ, ଲକ୍ଷ୍ମୀପ୍ରିୟା ଦାସ,ଶିବାନୀ […]
ପଟ୍ଟାମୁଣ୍ଡାଇ ତା ୩/୧୦-କେନ୍ଦ୍ରାପଡ଼ା ଜିଲ୍ଲା ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନ ନଗର ପଂଚାୟତ ଠାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ଚାରା ବଣ୍ଟନ କରି ପରିବେଶ ସୁରକ୍ଷା ବାର୍ତା ଦେଇଥିଲେ। ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, କେନ୍ଦ୍ରାପଡ଼ା […]
ପଟ୍ଟାମୁଣ୍ଡାଇ ୩/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଠାରେ ବାଲିପାଟଣା ନୋଡାଲ ହାଇସ୍କୁଲ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମଣ୍ଡପଡା-ବାଛରା ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ସିଆରସିସି ନମିତା ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଏବିଇଓ ପ୍ରେମବାଳା ମହାପାତ୍ର ମୁଖ୍ୟଅତିଥି, ଅନ୍ୟତମ ଏବିଇଓ ସୁନୀତି ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିଶୁଙ୍କ ଅନ୍ତର୍ନିହିତ […]
ପଟ୍ଟାମୁଣ୍ଡାଇ ୩/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଲୁରିଆ ପଂଚାୟତ ମହଲକଣ ଗ୍ରାମର ସମାଜସେବୀ ରମେଶ ଚନ୍ଦ୍ର ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବଲୁରିଆ ପଂଚାୟତ ପୂର୍ବତନ ସରପଂଚ ରାତିକାନ୍ତ ସାହାଣୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ସରପଂଚ ନିଶାମଣି ମହାନ୍ତି, ସମାଜସେବୀ ଗଗନ ମହାଳିକ,ତରଡିପାଳ ସମିତି ସଭ୍ୟ ନିରଞ୍ଜନ ବାରିକ ,ପ୍ରାକ୍ତନ ସି ଆର ସି ସି ସୁଦର୍ଶନ ପତି, ଶିକ୍ଷାବିତ ବାସୁଦେବ ବିଶ୍ୱାଳ, ଅଳପୁଆ ସରପଂଚ […]
କେନ୍ଦ୍ରାପଡ଼ା,୩ା୧୦: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଜ୍ରମହାକାଳୀ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋବିନ୍ଦଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍ଯାପିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ […]
କେନ୍ଦ୍ରାପଡ଼ା, ୨ା୧୦: ଭୟ ଓ ଆତଙ୍କ ପୂର୍ଣ୍ଣ ଯୁଦ୍ଧୋନ୍ମୁଖୀ ଆନ୍ତର୍ଜାତୀୟ ପରିସ୍ଥିତିରେ ମାନବ ସମାଜର ସ୍ଥାୟିତ୍ୱ ତଥା ବିଶ୍ୱ ଶାନ୍ତି ପାଇଁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ସତ୍ୟ ଓ ଅହିଂସା ବିଚାରର ଆବଶ୍ୟକତା ସମଗ୍ର ବିଶ୍ୱ ଅନୁଭବ କରୁଥିବା ବେଳେ ଆମେ ଭାରତୀୟମାନେ ଗାନ୍ଧିଜୀଙ୍କୁ ବୁଝିବା ଓ ତଦନୁଯାୟୀ ନିଜକୁ ଗଢିବା ପାଇଁ ତାଙ୍କୁ ଅଧିକରୁ ଅଧିକ ପଢିବାର ଆବଶ୍ୟକତା ଅଛି ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଜିଲ୍ଲା […]
କେନ୍ଦ୍ରାପଡ଼ା,୨ା୧୦: ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶିବାନନ୍ଦ ବିଦ୍ୟା ମନ୍ଦିର ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶିବାନନ୍ଦ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ସଦାଶିବ ପଣ୍ଡା, ଶ୍ରୀକାନ୍ତ ପ୍ରଧାନ, ପ୍ରହରାଜ ପଣ୍ଡା, ରୁଦ୍ରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇ […]
କେନ୍ଦ୍ରାପଡ଼ା,୨ା୧୦: ଆଜି ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ପବିତ୍ର ମହାଳୟା ଉପଲକ୍ଷେ ଚିର ସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଜନ୍ମୋତ୍ସବ ଏବଂ ସନ୍ଥ ସ୍ୱରୂପ ଦିବ୍ୟାତ୍ମା ତଥା ବିଲମୁଗବାଡି ଗ୍ରାମସ୍ଥିତ ଶ୍ରୀ ଭାଗବତ ଗାଦି ସଂସ୍ଥାପକ ବ୍ରହ୍ମଲୀନ ମାୟାଧର ଜେନାଙ୍କ ଶ୍ରାଦ୍ଧୋତ୍ସବ ଯଥାବିଧି ପାଳିତ ହୋଇଯାଇଛି । ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ରେଡିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡିଓରେ ଅହିଂସା […]
ପଟ୍ଟାମୁଣ୍ଡାଇ ୨/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଦୋଷିଆ ପଂଚାୟତ ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗତକାଲି ୩ଜଣ ଛାତ୍ରୀଛାତ୍ରଙ୍କୁ ଦୁଇ ମହିଳା ଜଣେ ଯୁବକଙ୍କୁ ଫେରି ବେପାରୀ ଛୁରି ଦେଖାଇବା ଘଟଣାରେ ପୋଲିସ ଜିମା ଦେଇଥିଲେ।ଏନେଇ ଛାତ୍ରଙ୍କ ବାପା ପ୍ରଦିପ ରାଉତ ଗ୍ରାମଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍କୁଲର ସହକାରୀ ଶିକ୍ଷକ ବିକାସ ମଲ୍ଲିକ, ପାଚିକା ବୌଦେଇ ସ୍ୱାଇଁ, ଗ୍ରାମବାସୀ ପ୍ରଦୀପ ସାହୁଙ୍କ […]
ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଓ ବ୍ଲକ ପରିସରରେ ସ୍ୱଛତା ପକ୍ଷ ପାଳନ ଅବସରରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନ୍ୱେଷଣ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭାଂଶୁ ସାହୂ,ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ସବଡିଭିଜନ ହସ୍ପିଟାଲ ମେଡିକାଲ ଅଫିସର ଡା ନିରାକାର ପରିଡା, ବିପିଏମ ପ୍ରଶାନ୍ତ ଜେନା, ପି ଏଚ ଓ ନୃସିଂହ ଦାଶ, ଅନ୍ୱେଷଣ ସମ୍ପାଦକ ଅନନ୍ତ କର […]
ପଟ୍ଟାମୁଣ୍ଡାଇ ୨/୧୦ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅଭିଭାବକ ସବିତା ବିଶ୍ୱାଳ, ସସ୍ମିତା ନାଥଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇ କଲେଜର ଶିକ୍ଷାଦାନ ଓ ପରୀକ୍ଷା ଫଳ ଉପରେ ଆଲୋକପାତ କରିବା ସହିତ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଅଧ୍ୟାପିକା […]
ପଟ୍ଟାମୁଣ୍ଡାଇ:୨/୧୦ -କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ସଂପାଦକ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ସହ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ସମ୍ପର୍କରେ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ପକ୍ଷରୁ ପଟ୍ଟାମୁଣ୍ଡାଇ ବାଇପାସ୍ ଠାରୁ ଏକ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ଉପରେ ଜନ ସଚେତନତା ସୃଷ୍ଟି କରାଯାଇ ଥିଲା […]
ପଟ୍ଟାମୁଣ୍ଡାଇ ୨/୧୦ -ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ରାଜ୍ୟବ୍ୟାପି ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କୁ ଏକଜୁଟ ହୋଇ ଦଳପାଇଁ କାମ କରିବାକୁ ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ନବୀନଙ୍କ ଆହ୍ୱାନ କ୍ରମେ ବୁଧବାର ସକାଳ ୯ରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା […]
କେନ୍ଦ୍ରାପଡ଼ା,୨ା୧୦: ବୁଧବାର ସକାଳ ୯ ଘଟିକା ସମୟରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଗରାପୁର ଛକ ଗାନ୍ଧୀ ପୀଠରେ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି ଶତାଧିକ ଦଳୀୟ କର୍ମୀ ଓ ପଦାଧିକାରୀଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ପଦଯାତ୍ରା କରି ତିନିମୁହାଣୀସ୍ଥିତ ଦାଣ୍ଡି ଯାତ୍ରା ସ୍ମାରକୀ ପୀଠରେ ପହଞ୍ôଚଥିଲେ । ସେଠାରେ ମହାତ୍ମା […]
କେନ୍ଦ୍ରାପଡ଼ା,୩୦ା୯: ପାର୍ବଣ ଋତୁ ଆଗମନରେ କେନ୍ଦ୍ରାପଡା ଓ ତାହର ଆଖପାଖ ଅଞ୍ଚଳରେ ବିଭିନ୍ନ ଉତ୍ସବ ପାଳିତ ହେଉଛି । ଏହି ସମୟରେ ଡିଜେ ଓ ଉଚ୍ଚଶକ୍ତି ସମ୍ପନ୍ନ ବାଜା ବଜାଯାଉଛି । ଯାହାଫଳରେ ବିଭିନ୍ନ ସମୟରେ ଡ଼ିଜେ ବାଜିବା ଫଳରେ ଏହାର ସୁଉଚ୍ଚ ଓ ଛାତି ଥରାଇବା ଭଳି ଶଦ୍ଦ ଲୋକଙ୍କ ହୃଦ୍ଘାତ ସମ୍ଭାବନାକୁ ବଢାଇ ଦେଉଥିବା ଏବଂ କୋମଳମତି ଶିଶୁଙ୍କ ମତିଷ୍କ ବିକାଶ ବାଧାପ୍ରାପ୍ତ ହେଉଥିବାନେଇ ଅଭିଯୋଗ ହୋଇ […]
ପଟ୍ଟାମୁଣ୍ଡାଇ,୧/୧୦: ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଏଚକେ ହାଇସ୍କୁଲ ଡାମରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ରଂଜନ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ସେନ, ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ପ୍ରଦୀପ ନାୟକ ଓ ସମ୍ମାନିତ ଅତିଥିଭାବେ ଖବରଦାତା ଜଗନ୍ନାଥ ଆଚାର୍ଯ୍ୟ , ସିଆରସିସି ଲକ୍ଷ୍ମଣ ସେଠୀ […]
ପଟ୍ଟାମୁଣ୍ଡାଇ ୧/୧୦-ପଟ୍ଟାମୁଣ୍ଡାଇ କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ଼ ମଥୁରୀ ଚରଣ ନାୟକ ଯୋଗ ଦେଇ ଓମେନ ଇମପାୱାରମେଂଟ ଆଣ୍ଡ ପଲିଟିକସ ଏଫ ଡେଭେଲପମେଂଟ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲୋ କଲେଜ ସମାଜ ବିଜ୍ଞାନ ବିଭାଗ […]
ପଟ୍ଟାମୁଣ୍ଡାଇ ୨୮/୯ -ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଦୁଃଶାସନ ପରିଡାଙ୍କ ପୌରହିତ୍ୟରେ ରସାୟନ ବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ବହୁ ଅଭିଭାବକ ଯୋଗ ଦେଇ ସୁଚିନ୍ତିତ ମତାମତ ଦେବା ସହିତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବାରେ କଲେଜର ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଡ଼ ବୈକୁଣ୍ଠ […]
କେନ୍ଦ୍ରାପଡ଼ା,୧ା୧୦: ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପୌରପାଳିକା ଟାଉନ ହଲରେ ପାଳିତ ହୋଇଯାଇଛି। ସକାଳେ ସେମାନଙ୍କ ପାଇଁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗଗୁରୁ ସଞ୍ଜୟ ମଥାନ ସେମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହାପରେ ପୌରପରିଷଦ ନିକଟସ୍ଥ ଫ୍ରେଜର ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିର୍ଜା କରିମ ବେଗଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ […]