କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ତରଫରୁ ଶୁକ୍ରବାର ଷଣ୍ଢପଲ୍ଲୀ କେନାଲ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ଓ ପ୍ରଫେସର ଭରତ ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ଧର ପାତ୍ର, ବରିଷ୍ଠନାଗରିକ ମଂଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଶିକ୍ଷାବିତ ଲଷ୍ମୀଧର ପାତ୍ର,କାର୍ଯକାରୀ ସଭାପତି କଣ୍ଡୁରୀ […]
କେନ୍ଦ୍ରାପଡା ସହର ଉପକଣ୍ଠ ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥଜୀଉଙ୍କ ଝୁଲଣ ଯାତ୍ରା ଦୀର୍ଘ ୫ ଦିନ ଧରି ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରାପଡାର ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇ ଶ୍ରୀଜୀଉଙ୍କ ଆର୍ଶୀବାଦ ଭିକ୍ଷା ପୂର୍ବକ ଆଗାମୀ ୧୫ ଦିନ ମଧ୍ୟରେ ଜୀଉଙ୍କ ଦୋଳବେଦୀରେ ପୁର୍ନବିନ୍ୟାସ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଜୀଉଙ୍କ ମନ୍ଦିରର ପୁନରୁଦ୍ଧାର ଓ ଦୋଳବେଦୀକୁ […]
କେନ୍ଦ୍ରାପଡ଼ା, ୧ା୯: ଅଖିଳ ଭାରତ କୃଷକ ସଭା(ଏ.ଆଇ.କେ.ଏସ.) କେନ୍ଦ୍ରାପଡା ଜିଲ୍ଲା କମିଟି ଓ ରମଚଣ୍ଡୀ କୃଷକ ସଭା ପକ୍ଷରୁ ଆଜି କୃଷକଙ୍କର ଦାବି ଦିବସ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ୧୯୩୬ ମସିହା ଆଜିର ଦିନରେ ପରାଧିନ ଭାରତ ବର୍ଷରେ ଅଖିଳ ଭାରତ କୃଷକ ସଭା ଗଠିତ ହୋଇ ଦେଶ ସ୍ୱାଧୀନତାର ଅନେକ ଏ.ଆଇ. କେ.ଏସ. ନେତା […]
କେନ୍ଦ୍ରାପଡା ବିଧାନସବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ସାତଗୋଟି ଧୋୟାଅଞ୍ଚଳର ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଡରା, ଅମୃତମଣୋହି ଓ ବଲୁରିଆର ପଞ୍ଚାୟତରେ ଏକ ମିଳିତ କଂଗ୍ରେସ କର୍ମୀ ବୈଠକ ଦାଣ୍ଡିସାହି ଠାରେ ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ “ଆମେ ବିଧାନ ସଭା ଯିବା” ସଂକଳ୍ପ ଗ୍ରହଣ କରାଯାଇଛି । ପୂର୍ବଚନ ମନ୍ତ୍ରୀ ଗଣେଶ୍ୱର ବେହେରା ସମେତ କଂଗ୍ରେସର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ କୁମ୍ଭୀର ଆକ୍ରମଣରେ ଛଅଟି ଲୋକ ପ୍ରାଣ ହରାଇଥିବା ଘଟଣା ବ୍ରାହ୍ମଣୀ ନଦୀର ତଟବର୍ତ୍ତୀ ଗାଁରେ ଭୟଙ୍କର ଆତଙ୍କ ସୃଷ୍ଟି କରିଛି । ମାତ୍ର ୭୫ ଦିନ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ, ରାଜନଗର ବ୍ଲକରୁ ୨ ଜଣ ଓ ବରୀ ବ୍ଲକରୁ ଜଣେ ରକ୍ତମୁଖା କୁମ୍ଭୀରର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଘାଗରାଡିଆ, କୁଳସାହି, ଶାସନ, ବରୀ ବ୍ଲକର ଅମଂପୁର […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଅଂଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ମାଡୁନଥିବା ଯୋଗୁଁ ସବୁଠି ସ୍ଥିତି ବେହାଲ । ସରିଲା ଶ୍ରାବଣ, କିନ୍ତୁ ବର୍ଷାର ଦେଖାନାହିଁ । ନା ଅଛି ମୌସୁମୀ ବର୍ଷା ନା ଲଘୁଚାପଜନିତ ବର୍ଷା । ଚାଷୀ ଚାଷ କାର୍ଯ୍ୟ ପାଇଁ ମଟରପମ୍ପ ଲଗାଇ ରୁଆ ପୋତା କରୁଛନ୍ତି । ମୁଖ୍ୟ କେନାଲର ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପାଣି କ୍ଷେତକୁ […]
କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ସର୍ବ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସନ୍ଧ୍ୟାରେ ପୈାର ଟାଉନହଲରେ ପୈାରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନେକ ସ୍ମୃତି ଓ କୃତି ଯୋଡି ହୋଇ ରହିଛି କେନ୍ଦ୍ରାପଡା ସହିତଆମର ସ୍ମୃତି ଆମର ଉତ୍ତର ପିଢୀକୁ ଅନୁପ୍ରାଣିତ କରିବ । କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରଡାଗଡ-ଏକମାଣିଆ ନଦୀରେ ଘାଟଡଙ୍ଗା ଚଳାଉଥିବା ସୁଦର୍ଶନ ସ୍ୱାଇଁଙ୍କୁ ମରଣୋତର ଭାବେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ସୁଦର୍ଶନଙ୍କ ସ୍ତ୍ରୀ ସୁବାସୀ ସ୍ୱାଇଁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଉତ୍ସବରେ କ୍ରୀଡାମନ୍ତ୍ରୀ ତୃଷାରକାନ୍ତୀ ବେହେରା, ହକି ଇଣ୍ଡଆ ସଭାପତି ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ପ୍ରଦୀପକୁମାର ଜେନା, ୫-ଟି ସଚିବ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମରେ ଗୁରୁବାର ଅଭୟ ରାଉତଙ୍କୁ ବ୍ରାହ୍ମଣୀ ନଦୀପଠାରେ କୁମ୍ଭୀର ଝାମ୍ପି ନେଇଯାଇଥିବା ଖବରପାଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଶୋକସନ୍ତପ୍ତ ଅଭୟଙ୍କ ବାସଭବନରେ ପହଁଞ୍ଚି ତାଙ୍କ ପରିବାରକୁ ଶାନ୍ତ୍ୱନା ଦେବା ସହ ସମବେଦନା ଜଣାଇଥିଲେ । ସେଠାରେ ଉପସ୍ଥିତ ଥିବା ରେଞ୍ଜ ଅଫିସର ଚିତରଂଜନ ବେଉରା ଓ ଫରେଷ୍ଟର ବିଜୟ ପାତ୍ରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହିତ ବ୍ଲକ କଂଗ୍ରେସ […]
କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆତଙ୍କ ପୁଣି ଦେଖିବାକୁ ମିଳିଛି । ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ଦୁଇମାସ ମଧ୍ୟରେ ୫ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଲେଣି । ରାଜନଗର ବ୍ଲକ ରାଜପୁର ଗ୍ରାମର ଅଭୟ ରାଉତ (ଭାସିଆ) ୬୫ବର୍ଷକୁ ବ୍ରାହ୍ମଣୀ ନଦୀ ପଠାରୁ କୁମ୍ଭୀର ଝାମ୍ପି ନେଇଛି । ସବୁଠାରୁ ବଡକଥା ହେଲା, ଅନିଲର ଆଖି ଆଗରେ ତା ବାପା ଅଭୟକୁ କୁମ୍ଭୀର ଝାମ୍ପି ନେଉଥିବାର […]
କେନ୍ଦ୍ରାପଡ଼ା, ତା୩୧/୮: ଦରିଦ୍ର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡ଼ା କୋର୍ଟ ସମେତ ଏହାର ନିକଟବର୍ତି ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ । […]
ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩୫ ତମ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ସାଢେ ୫ ଟା ବେଳେ ପରିଷଦ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯାଇଥିବା ବେଳେ ୮ ଟାରେ ପୌରଧ୍ୟକ୍ଷ ହେମନ୍ତ ସାହୁ ଜାତୀୟ ପତକା ଉତୋଳନ କରିଥିଲେ । ଏହାପରେ ପୌରାଂଚଳ ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ ଓ ବିଜୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟରେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ କଂଗ୍ରେସର ଏକ ବୈଠକ ଗରାପୁର କଂଗ୍ରେସ କାର୍ଯ୍ୟଳୟ ଠାରେ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସିଂହଗାଁ ପଞ୍ଚାୟତର କଂଗ୍ରେସ କମିଟିର ପୁର୍ନଗଠନ କରାଯାଇ ଦୀପକ କୁମାରଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ନିର୍ବାଚିତ କରାଯାଇଛି । ଏଥିସହ ପଞ୍ଚାୟତ କଂଗ୍ରେସ କମିଟିର ସୁରେନ୍ଦ୍ର ଦାସ ଉପ ସଭାପତି ଓ ହୃଷିକେଶ ମଲ୍ଲିକଙ୍କୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି । […]
ପୁଣି ମଣିଷ ଖିଆ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବ୍ରାହ୍ମଣୀ ନଦୀରେ ଧୋଇ ହେଉଥିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଘଟିଛି ଏହି ଅଭାବନୀୟ ଘଟଣା । ମୃତ ବ୍ୟକ୍ତି ହେଲେ ଭାସ୍କର ରାଉତ (୬୦) । ଗ୍ରାମବାସୀଙ୍କ ଦ୍ୱାରା ଖୋଜା ଖୋଜି ଜାରି ରହିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମର ଭାସ୍କର ରାଉତ (୬୦)ଙ୍କୁ କୁମ୍ଭୀର ଝାମ୍ପି ନେଇ ଥିବା ସୁଚନା ମିଳିଛି।ନଦୀ କୂଳରେ ମଇଁଷି ଚରାଉଥିବ ବେଳେ ଟାଣିନେଇଥିବା ଜଣାପଡିଛି।
ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟ ମୁହାଁ ହେବାରେ ଲାଗିଛନ୍ତି । ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ ଆସି ପଟ୍ଟାମୁଣ୍ଡାଇ, ରାଜନଗର ଅଂଚଳରେ ଡେରା ପକାଇଛନ୍ତି । ଚାଷ ପ୍ରତି ବିମୁଖ ବର୍ତମାନର ଯୁବପିଢ଼ିଙ୍କୁ ଏଠାରେ ବର୍ଷ ସାରା କିଛି କାମଧନ୍ଦା ମିଳୁନି । ଚାଷ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନି । ଏପରିକି କେନାଲ ଥାଇ ମଧ୍ୟ ଜମିରେ ଜଳସେଚନ […]
ପଟ୍ଟାମୁଣ୍ଡାଇ ତା ୩୦.୮-ପଟ୍ଟାମୁଣ୍ଡାଇ ପୌର ପରିଷଦର ବିକାଶ ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଆଜି ପୌର ପରିଷଦ ଦ୍ୱାରା ବିଭିନ୍ନ ୱାର୍ଡରେ ନିର୍ମିତ ମିଶନଶକ୍ତି ଗୃହ ଓ ଗୋଷ୍ଠୀ ଶୌଚାଳୟକୁ ଉଦଘାଟନ କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ବିଧାୟକ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବିଜେଡି ଦଳୀୟ କାର୍ଯାଳୟରୁ ବାହାରି ୧ନଂ ୱାର୍ଡରେ ଗୋଷ୍ଠୀ ଶୌଚାଳୟ […]
କେନ୍ଦ୍ରାପଡ଼ା,୩୦ା୮ : କେନ୍ଦ୍ରାପଡା ଜିଲ୍ଲା ୟୁଥ ସ୍ପୋର୍ଟସ, ଆଥଲେଟିକ, ଖୋଖୋ, ଲନବଲ ଓ ହ୍ୟାଣ୍ଡବଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରୁ ସହର ମଧ୍ୟ ଦେଇ ନୂଆ ବସଷ୍ଟାଣ୍ଡ ଏବଂ ନୂଆ ବସଷ୍ଟାଣ୍ଡରୁ ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ମିନି ମାରାଥନକୁ ମୁଖ୍ୟ ଅତିଥି ପୋଲିସ ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ପତାକା ଦେଖାଇ […]
କେନ୍ଦ୍ରାପଡ଼ା,୩୦ା୮ : ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ କେନ୍ଦ୍ରାପଡାର ବରପୁତ୍ର ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରଚେଷ୍ଟା ଏବଂ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ଦୀର୍ଘ ୧୮ବର୍ଷ ଧରି ଚାଲି ଆସୁଥିବା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିରେ ଆଜି ଗୋପୂଜା ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ହିନ୍ଦୁ ରୀତି ନୀତି ଅନୁଯାଇ ଗୋମାତା ମାନଙ୍କୁ ଚନ୍ଦନ, ସିନ୍ଦୁର, କଜ୍ୱଳ […]
କେନ୍ଦ୍ରାପଡା, ୩୦ା୮- ଗତକାଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ନାନକାର ଗ୍ରାମ କେନାଲ କଡରେ ଥିବା ଗୋବିନ୍ଦଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତ ଜାନୁୟାରୀ୨୦୨୦ ମସିହା ୧୯ତାରିଖ ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲ ସହିତ ମିଶ୍ରଣ କରି ବନ୍ଦ କରିଦେବା ଫଳରେ ନାନକାର ଗ୍ରାମର ୪ନଂ ୱାର୍ଡ ଓ ଚକ୍ରୋଡା ଗ୍ରାମ ପଞ୍ଚାୟତର ୧୩ନଂ ୱାର୍ଡ ଗୋବିନ୍ଦଜୀଉପାଟଣା ଓ ବିରିବାଟି ଗ୍ରାମକୁ […]
କେନ୍ଦ୍ରାପଡା ୩୦/୮- କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଆଜି ପ୍ରାତ କାଳରେ ଜୟମଙ୍ଗଳା ଆଳତୀ, ନିତିସ୍ନାନ କରାଯାଇ ଖେଚୁଡିଧୂପ ଲାଗି କରାଯାଇଥିଲା । ଏହାପରେ ଶ୍ରୀଜୀଉଙ୍କର ବସ୍ତ୍ର ଉଲ୍ଲଗୀ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯିବା ପରେ ପୁରୀ ଶ୍ରୀକ୍ଷେତ୍ରରୁ ଆସିଥିବା ରାକ୍ଷୀ ବନ୍ଧନ କରାଯାଇଥିଲା । ପରେ ପରେ ଲକ୍ଷେ ତୁଳସୀ ଅର୍ପଣ କରାଯାଇ ପୂଜାର୍ଚ୍ଚନା […]
କେନ୍ଦ୍ରାପଡା- ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଶ୍ରୀ ବଳଦେବଜୀଉ ରଥ ଦାଣ୍ଡରେ କେନ୍ଦ୍ରାପଡା ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଇନାଥ କଳା ପରିଷଦ ଆନୁକୂଲ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଭାଗିତାରେ ଶ୍ରୀ ବଳଦେବଜୀଉ ଜନ୍ମ ମହୋତ୍ସବ-୨୦୨୩ ମହାସମାରୋହରେ ପାଳିତ ହୋଇଛି । ଆମେ ମତ ଆମ ପୂର୍ବପୁରୁଷଙ୍କୁ ସମ୍ମାନ ଦେବା ତେବେ ଆଗାମୀ ପିଢି ସେମିତି ଭାବରେ ଆମକୁ ସମ୍ମାନ ଦେବ ତେଣୁ ବଳଦେବଜୀଉଙ୍କର ଜନ୍ମଦିନ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଗୁରୁବାର ୩୫ ତମ ସ୍ୱାୟତ ଶାସନ ଦିବସ ପାଳନ କରିବ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଗତ ୩ ଦିନ ପୁର୍ବରୁ ବିଧାୟକ, ପୌର ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ମାତ୍ର ଦୀର୍ଘ ବର୍ଷ ଧରି ବସ୍ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଂଚଳବାସୀ ଦାବି କରି ଆସୁଥିଲେ […]
ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଏକ ଟିମ୍ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆସନ୍ତା ସେପ୍େଟମ୍ବର ୧୩ରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗୁଆ ନିର୍ବାଚନ ନେଇ ଭବିଷ୍ୟବାଣୀ କରିବା ପରେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି । ତେବେ ନିର୍ବାଚନ କମିଶନ ଟିମ୍ଙ୍କ ଗସ୍ତ […]