ପଟ୍ଟାମୁଣ୍ଡାଇ ୨୮/୧୨- ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ଓ କମ୍ପୁଟର ସାଇନ୍ସ ବିଭାଗର ମିଳିତ ଆନୁକୂଲ୍ୟରେ “ଡ଼ିସ୍କ୍ରିଟ ମାଥା ମାଟିକସ ଆଣ୍ଡ ଆର୍ଟିଫିସିଆଲ ଇଟେଂଲିଜେନ୍ସ ” ରାଜ୍ୟ ସ୍ଥରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ କରିଥିବା ବେଳେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । […]
କେନ୍ଦ୍ରାପଡା,୨୮ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ ଶନିବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବର୍ତ୍ତମାନର ଅଧ୍ୟାପକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସମେତ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା […]
କେନ୍ଦ୍ରାପଡ଼ା,୨୮ା୧୨:କେନ୍ଦ୍ରାପଡ଼ା ଜିଲ୍ଲାରେ ଜାତିଗତ ନିର୍ଯ୍ୟାତନା ନାବାଳିକା ଦୁଷ୍କର୍ମ ମାମଲା ଓ ବୃଦ୍ଧା ମହିଳାଙ୍କୁ ଯଦୁପୁର ସରପଞ୍ଚ ଓ ଅନ୍ୟ ଆସାମୀମାନେ ଖୁଣ୍ଟିରେ ବାନ୍ଧି ବାଡେଇବା ମାମଲା ଓ ପଳାସପୁର ଦୀପକ ମଲ୍ଲିକ ନିର୍ଯ୍ୟାତନା ମାମଲାରେ ପୁଲିସ ନିଷ୍କ୍ରିୟ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ କରିଥିଲେ । ଜିଲ୍ଲାରେ ଦଳିତ ବର୍ଗଙ୍କ ଉପରେ ହତ୍ୟା, ଦୁଷ୍କର୍ମ, ଘରପୋଡି ଓ ନିର୍ଯ୍ୟାତନା ମାମଲା ପୁଲିସ ଥାନାରେ ଚାପିଦେବା ସହ […]
କେନ୍ଦ୍ରାପଡ଼ା,୨୮ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ରାମନଗରପାଟଣାସ୍ଥିତ ବନ୍ଧମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି । ଆଜି ସଦର ଥାନାରେ ମନ୍ଦିର ବନ୍ଧମଙ୍ଗଳା କମିଟିର ସଭାପତି ବଟକୃଷ୍ଣ ମହାରଣା ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ମହାରଣା କହିଛନ୍ତି ଯେ ଗତ ଶୁକ୍ରବାର ରାତିରେ ମା’ଙ୍କ ପୂଜା ବିଧି ସରିବା ପରେ କବାଟରେ ତାଲା ପକାଯାଇଥିଲା । ଶନିବାରଦିନ ସକାଳେ ଶ୍ରୀ ମହାରଣାଙ୍କ ଭଉଣୀ ଫୁଲ […]
ପଟ୍ଟାମୁଣ୍ଡାଇ ୨୮/୧୨-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଓଡ଼ିଆ ବିଭାଗ ଅଧ୍ୟାପକ ଶ୍ରୀଧର ବେହେରାଙ୍କୁ ନିଯୁକ୍ତି ଦିଆଯାଇଚ୍ଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ସରକାରୀ ଚିଠି ନଂ ୨୫୧/ପିଡବ୍ଲ୍ୟୁଡିସି ତା ୨୩. ୧୨. ୨୪ରିଖ ଅନୁଯାୟୀ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳ ଅଫିସ ଆଦେଶ ନଂ ୧୩୭୫ ତା ୨୭. ୧୨. ୨୦୨୪ବଳରେ ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡା ୨୮/୧୨: ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ଫୋନି’ ଆନୁକୁଲ୍ୟରେ ଭୁବନେଶ୍ୱରର ସୁନାମ ଧନ୍ୟ ନାଟ୍୍ୟ ସଂସ୍ଥା “ଅଜିତ୍’ ର ଲୋକପ୍ରିୟ ନାଟକ ଘଐ୩୧୬ ପରିବେଷଣ ହୋଇଥିଲା । ଏହି ବହୁ ଚର୍ଚ୍ଚିତ ନାଟକ ଜାତୀୟ ରାଜ ପଥରେ ମଧ୍ୟ ରାତ୍ରିରେ ସଙ୍ଗଠିତ ଏକ ବାସ୍ତବ ଅନୁଭୂତି ଆଧାରିତ ଘଟଣା ଉପରେ ପର୍ଯ୍ୟବେସିତ । ଏହାକୁ ନିଖୁଣ ଭାବରେ ଅଭିନୟ କରି ଦର୍ଶକ ମାନଙ୍କ ମନ ମୋହିତ କରିଥିଲେ । […]
ପଟ୍ଟାମୁଣ୍ଡାଇ ତା ୨୮/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସଂସାର ଫଳ ପଂଚାୟତ ଗୁଣ୍ଠି -ସଂସାରଫଳ ରାଧାକୃଷ୍ଣ ଉଚ୍ଚବିଦ୍ୟାନିକେତନର ୧୯୮୯ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ବାସୁଦେବ ନାଥଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ପଦ୍ମାଳୟା ପ୍ରଧାନ ମୁଖ୍ୟ ଅତିଥି,ପ୍ରାକ୍ତନ ପ୍ରଧାନଶିକ୍ଷକ ଗୋଲକ ବିହାରୀ ପଣ୍ଡା,ପ୍ରାକ୍ତନ […]
ଭୁବନେଶ୍ୱର, ୨୭/୧୨/୨୦୨୪ ବିଭିନ୍ନ ଗଣମାଧ୍ୟମରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ସମ୍ପର୍କିତ ପ୍ରକାଶିତ ଓ ପ୍ରସାରିତ ଖବରକୁ ଗମ୍ଭୀରତାର ସହ ଗ୍ରହଣ କରି ଶୁକ୍ରବାର ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏକ ସମୀକ୍ଷା ବୈଠକ କରିଛନ୍ତି । ଚାଷୀମାନଙ୍କଠାରୁ ସୂଚନା ପାଇବା ପରେ କିପରି ଯଥାଶୀଘ୍ର କ୍ଷେତ୍ର ଅନୁଧ୍ୟାନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ଏବଂ ଚାଷୀଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ […]
କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡା ଜିଲ୍ଲା ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମ ୧୯୮୨ ବ୍ୟାଚ ଶିକ୍ଷାର୍ଥୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ତରାପୁର ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମା’ ଶାରଳାଙ୍କର ମାର୍ଜନା ଓ ପୂଜାର୍ଚ୍ଚନା, ମନ୍ଦିର ପରିବେଶ ସଫେଇ ଓ ପରିମଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ଦାଶ ଓ ୪୦ ଜଣ […]
ପଟ୍ଟାମୁଣ୍ଡାଇ ୨୭/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇ ପଟ୍ଟାମୁଣ୍ଡାଇ ଅବକାରୀ ଟିମ ନୁଆଗାଁରେ ଚଠାଉ କରିଥିଲେ । ମଦ ଜବତ ସମୟରେ ଅବକାରୀ ସ୍କାର୍ଡ ଉପରେ ମଦମାଫିଆ ଆକ୍ରମଣରେ ୨ଜଣ ଅବକାରୀ ନିରୀକ୍ଷକ ଗୁରୁତର ଆହତ ହୋଇଥିବାବେଳେ ଜଣେ ଅଳ୍ପବହୁତେ ଆହତ ହୋଇଥିବା ଜଣାପଡିଛି। ସୁଚନା ଅନୁଯାଇ କେନ୍ଦ୍ରାପଡା ଜିଲା ଅବକାରୀ ବିଭାଗ ନିର୍ଦ୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ଅବକାରୀ ଦଳ ପଟ୍ଟାମୁଣ୍ଡାଇ ସହର […]
କେନ୍ଦ୍ରାପଡା ୨୭/୧୨- ଜିଲ୍ଲା ସଂସ୍କ୍ରୁତି ଭବନ ପରିସରରେ ସିମ୍ଫୋନି ପକ୍ଷରୁ ଯୁବ ସାଂସ୍କୃତିକ ମହୋତ୍ସବ ଯୁବ ତରଙ୍ଗ ରଙ୍ଗ ତୁଳୀ ସ୍ପର୍ଶରେ ଅତିଥି ଭାବେ ପ୍ରଖ୍ୟାତ୍ କଥାକାର ରାମ ଚନ୍ଦ୍ର ବେହେରା, ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ଦେବେନ୍ଦ୍ର କୁମାର ଦାସ, ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତି ଯୋଗଦେଇ ଉଦଘାଟନ କରିଛନ୍ତି । ସଭାପତି ନବ ଜ୍ୟୋତି ରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବ ପର୍ବ କବିତା […]
କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ହୋଇଥିବା ସୁନାର ଫସଲ(ଧାନ ଚାଷ) ଏବେ ବିଲରେ ଭିଜୁଛି। କାରଣ ଲଘୁଚାପ ଜନିତ ବର୍ଷା ଗତ ୫ ଦିନ ଧରି ଲାଗି ରହିଛି। ଏହା ଫଳରେ ବିଲରେ ଅମଳ ହେବାକୁ ଥିବା ଧାନ ଏବେ ବର୍ଷାରେ ଭିଜୁଛି। ଅନେକ ସ୍ଥାନରେ ଧାନରେ ଗଜା ବାହାରିଲାଣି। ଏଭଳି ଅବସ୍ଥା ଦେଖି ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନେ ବିଲରେ ୩୦ ଭାଗ ଧାନ […]
କେନ୍ଦ୍ରାପଡ଼ା ତା-୨୭/୧୨ “ମୁଳନିବାସୀ ୟୁନାଇଟେଡ଼୍ ଫୋରମ୍ ଓଡ଼ିଶା” କେନ୍ଦ୍ରାପଡ଼ା ଜିଲ୍ଲା ଓ ଏହାର ବହୁ ସହଯୋଗୀ ସଂଗଠନ ସମୂହର ଶତାଧିକ କର୍ମକର୍ତା ଏକତ୍ର ହୋଇ “ଗଣ ଧାରଣା ଓ ପ୍ରତିବାଦ ସଭା” ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଟିତ ହୋଇଅଛି। ଆଧୁନିକ ଭାରତର ନିର୍ମାତା, ବିଶ୍ୱଜ୍ଞାନୀ, ସମ୍ବିଧାନର ପ୍ରଣେୟତା ତଥା ଭାରତରତ୍ନ ବାବାସାହେବ ଡ଼କ୍ଟର ଭି.ଆର୍ ଆମ୍ବେଦକରଙ୍କୁ ନେଇ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଗତ ୧୭ ତାରିଖରେ ସଂସଦରେ ନିଜ […]
କେନ୍ଦ୍ରାପଡା,୨୭ା୧୨: ଦେଶ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଦୂରଦ୍ରଷ୍ଟା ରାଷ୍ଟ୍ରନେତାଙ୍କୁ ହରାଇଲା। ସେ ଆଉ କେହି ନୁହଁନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ। ମନରେଗା ଠାରୁ ଆରମ୍ଭ କରି ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜଳ ପରିମଳ ମିଶନ, ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ, ସର୍ବ ଶିକ୍ଷା ଅଭିଯାନ, ଖାଦ୍ୟ ସୁରକ୍ଷା ଆଇନ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ଏଫଡିଆଇ ତଥା ମୁକ୍ତ ଅର୍ଥନୀତି ଯାଏ ଦେଶର […]
ପଟ୍ଟାମୁଣ୍ଡାଇ ତା ୨୭/୧୨-ପୁରୀ ନୀଳାଚଳ ସାରସ୍ୱତ ସଂଘର ଶାଖା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ସାରସ୍ୱତ ସଂଘ ର ବାର୍ଷିକ ଉତ୍ସବ ନିଗମାନନ୍ଦ ଆସନ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଇ ଅବସରରେ ଏକ ସୁସଜ୍ଜିତ ଆସନ ମଣ୍ଡପରେ ଠାକୁରଙ୍କୁ ଉପବିଷ୍ଟ କରାଯାଇ ଷୋଡଶ ଉପଚାର ପୂଜା, ଆଳତି ସ୍ରୋତ ବନ୍ଦନା,ପ୍ରାର୍ଥନା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପୁରୀ ନୀଳାଚଳ ସାରସ୍ୱତ ସଂଘ ପରିଚାଳକ […]
ପଟ୍ଟାମୁଣ୍ଡାଇ ତା ୨୭/୧୨-ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ ମନମୋହନ ସିଂଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶୋକ ସଭା କରାଯାଇଛି । ଜିଲ୍ଲା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସତ୍ୟପ୍ରିୟ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ , ଧନେଶ୍ୱର ଦାସ, ରବି ନାରାୟଣ ମିଶ୍ର, ଅଶ୍ୱିନୀ ପାତ୍ର, ଜିଲ୍ଲା କଂଗ୍ରେସ ଦଳିତ ସେଲ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ […]
ପଟ୍ଟାମୁଣ୍ଡାଇ ୨୭/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଏ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିନାହିଁ। ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷାପରେ ଧାନବିଲ ବୁଡିିରହିଛି । ଗୁରୁବାର ପାଗ ଶୁଖିଲା ଥିବାରୁ କିଛି କଚଡା ଉଚ୍ଚ ସ୍ଥାନକୁ ଆସିଛି । ମାତ୍ର ଶୁକ୍ରୁବାର ଠାରୁ ପଟ୍ଟାମୁଣ୍ଡାଇ ଅଂଚଳର ବହୁଚାଷୀ ମେସିନରେ ଧାନକାଟି ଖୋଲା ଆକାଶ ତଳେ ଧାନବସ୍ତା ଅମଳ କରି ଜଗି ରହିଛନ୍ତି। ଚାଷୀ ଋଣ ଏବଂ କରଜ […]
ଭୁବନେଶ୍ୱର,୨୭/୧୨- ଗତ କିଛି ଦିନ ହେବ ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୁରୁବାର ଦିନରୁ ପାଗ ଶୁଖଲା ରହିଥିଛି ।ଏବେ ପୁଣି ଏକ ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ […]
ନୂଆଦିଲ୍ଲୀ,୨୬/୧୨-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରାତି ପ୍ରାୟ ୯ଟା ୫୧ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ରୂପେ ମନମୋହନ […]
ଭୁବନେଶ୍ୱର,୨୬/୧୨-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ଜନିତ ଫସଲ ହାନି ହୋଇଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ ପଞ୍ଜୀକୃତ ଚାଷୀ, ବୀମା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ଆପ୍ (Krishi Rakshak App) କିମ୍ବା ହେଲ୍ପ ଲାଇନ […]
ପଟ୍ଟାମୁଣ୍ଡାଇ ୨୬/୧୨ – ମୃତ୍ୟୁ କେତେବେଳେ ଆସେ କେହି କହିପାରିବେ ନାହିଁ । କଥାରେ ଅଛି ନିଶ୍ୱାସକୁ ବିଶ୍ୱାସ ନାହିଁ । ସେଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଘଟିଛି ଓ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବାହାରିଥିବା ସ୍ୱାମୀ ହଠାତ ସ୍ତ୍ରୀଙ୍କ ମୃତ୍ୟୁ ଯୋଗୁଁ ଅଯୋଧ୍ୟା ଦର୍ଶନ ଅଧୁରା ରହିଯାଇଛି । ପ୍ରକାଶ ଯେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ […]
କେନ୍ଦ୍ରାପଡା,୨୬ା୧୨: ଫସଲ କ୍ଷୟକ୍ଷତି ଦେଖି ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ମୃତ ଚାଷୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗ୍ରାମର ଭାବଗ୍ରାହୀ ମଲ୍ଲିକ(୫୨)। ଭାବଗ୍ରାହୀ ଦେଢ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ଲଘୁଚାପ ଜନିତ ବର୍ଷା ତାଙ୍କ ସୁନାର ଫସଲକୁ ଉଜାଡି ଦେଇଥିଲା। ଗୁରୁବାର ବର୍ଷା ଛାଡିଯିବା ପରେ ଶ୍ରୀ ମଲ୍ଲିକ ନିଜ ବିଲକୁ ଫସଲ ଦେଖିବାକୁ ଯାଇଥିଲେ। କିନ୍ତୁ […]
କେନ୍ଦ୍ରାପଡ଼ା,୨୬ା୧୨: ଭୁଲ ଇଞ୍ଜେକସନ ଦେଇ ନାବାଳକକୁ ହତ୍ୟା କରିଥିବା ଡା. କିଶୋର ମିଶ୍ରଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ନାବାଳକ ସୂର୍ଯ୍ୟକାନ୍ତର ପରିବାର ପକ୍ଷରୁ ଗୁରୁବାର ଧାରଣା ଦିଆଯାଇଛି। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ନାବାଳକ ସୂର୍ଯ୍ୟକାନ୍ତଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଠିକ ଇଞ୍ଜେକସନ ଦିଆଯାଇଥିଲେ ସେ ସୁସ୍ଥ ହୋଇଯାଇଥାନ୍ତା। କିନ୍ତୁ ଡାକ୍ତର ମିଶ୍ର ସୂର୍ଯ୍ୟକାନ୍ତଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ। ତେଣୁ ଭୁଲ ଇଞ୍ଜେକସନ […]
ପଟ୍ଟାମୁଣ୍ଡାଇ ତା ୨୬/୧୨- ପଟ୍ଟାମୁଣ୍ଡାଇ କଲେଜ ସାଂସ୍କୃତିକ ସଂସଦ ପକ୍ଷରୁ ଏକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତାକୁ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜ୍ଞାନ ରଞ୍ଜନ ପରିଡା ଓ ଭାସ୍କର ବେହେରା ବିଚାରକ ଭାବେ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ । ସାଂସ୍କୃତିକ ସଂସଦ […]