ପଟ୍ଟାମୁଣ୍ଡାଇ ୨୭/୧୦ – ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ କେନ୍ଦ୍ରାପଡା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ଆକଳନ ପରେ ଜଣାପଡ଼ିବ। ରବିବାର ଅପରାହ୍ଣରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅଧିନ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର, ଡିହାପଡା, ବାଲିପାଟଣା, ବଡ଼ମୂଳ୍ୱସନ୍ତ ଓ ନିଳକଣ୍ଠପୁର ଆଦି ପଂଚାୟତ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସେ ଲୋକମାନଙ୍କ ସହିତ ମିଶି ତାଙ୍କର ଭଲମନ୍ଦ କଥା ପଚାରି […]
କେନ୍ଦ୍ରାପଡ଼ା, ୨୭ା୧୦: ରାଜ୍ୟର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୬ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟବହିତ ପୂର୍ବରୁ ରବିବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗରେ ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ଝୋଟି(ମୁରୁଜ), […]
ପଟ୍ଟାମୁଣ୍ଡାଇ ୨୬/୧୦ -ବାତ୍ୟା ‘ଦାନା’ ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି। ବାତ୍ୟା ଦାଉରୁ ରକ୍ଷା ପାଇଁ ଲୋକମାନଙ୍କୁ ବିଭିନ୍ନ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ସେଠାରେ ବିଭିନ୍ନ ପ୍ରକାର ଅତ୍ୟାବଶକୀୟ ସାମଗ୍ରୀ ମହଜୁଦ ମଧ୍ୟ ରଖାଯାଇଛି । ମାତ୍ର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଗାଁର କଲ୍ୟାଣ ମଣ୍ଡପ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଚରମବ୍ୟତିକ୍ରମ ଦେଖିବାକୁ ମିଳିଛି । ବାତ୍ୟା […]
ଭୁବନେଶ୍ୱର, : ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି। ବିଜେଡି ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଫୋକସ, ବାତ୍ୟା ଦାନାର ମୁକାବିଲା ଓ […]
ପଟ୍ଟାମୁଣ୍ଡାଇ ୨୬/୧୦ -ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ କଚ୍ଚା ଘର, ଆଜବେଷ୍ଟ ଘର ଭାଙ୍ଗି ଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଛନ୍ତି । ଘର ଭାଙ୍ଗି ଥିବା ଅଳ୍ପ କେତେକ ଲୋକ ଆଶ୍ରୟସ୍ଥଳୀରେ ଥିବାରୁ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । […]
ପଟ୍ଟାମୁଣ୍ଡାଇ ୨୬/୧୦ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶନିବାର ରାଜନଗର ନିର୍ବାଚନମଣ୍ଡଳୀ ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନରେ ଆସି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ସାଂସଦ ପଣ୍ଡାଙ୍କ ସହିତ ମହାକାଳପଡା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ, ପାଟକୁରା ଭାଜପା ନେତା ତେଜେଶ୍ୱର ପରିଡା, କେନ୍ଦ୍ରାପଡ଼ା ଭାଜାପା ନେତ୍ରୀ ଗୀତାଞ୍ଜଳି ସେଠୀ, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା, […]
ପଟ୍ଟାମୁଣ୍ଡାଇ ୨୬/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବାତ୍ୟା ‘ଦାନା’ ଅଘଟଣ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ନୂଆଗାଁର ଶରତ ମଲିକଙ୍କ ଘର ଉପରେ ଗୁରୁବାର ରାତିରେ ବାତ୍ୟା ସମୟରେ ଏକ ବିରାଟ ଗଛ ଉପୁଡି ପଡିବାରୁ ଘର ଭାଙ୍ଗିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତି କରିଥିଲେ । ଚିକିତ୍ସା ଧୀନ ଥିବା ଅବସ୍ଥାରେ ଶନିବାର […]
ପଟ୍ଟାମୁଣ୍ଡାଇ୨୬ା୧୦ -କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରାଂଚଳରେ ବାତ୍ୟା ‘ଦାନା’ଜନିତ ଘର ଭଙ୍ଗା ତଦନ୍ତ ତହସିଲ କର୍ମଚାରୀଙ୍କ ଦ୍ୱାରା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ପଟ୍ଟାମୁଣ୍ଡାଇ ତହସିଲ ପକ୍ଷରୁ ଏଭଳି ତଦନ୍ତ ଶନିବାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ତହସିଲର କର୍ମଚାରୀମାନେ ପୈାରାଂଚଳର ଘରକୁ ଘର ବୁଲି ବାତ୍ୟାରେ ଘର ଭାଙ୍ଗିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।
କେନ୍ଦ୍ରାପଡା,୨୬ା୧୦: ବାତ୍ୟା ‘ଦାନା’ ସମୟରେ କେନ୍ଦ୍ରାପଡା ବ୍ଲକ, କେନ୍ଦ୍ରାପଡା ପୌରାଞ୍ଚଳ ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଞ୍ଚାୟତର ଆଶ୍ରୟସ୍ଥଳୀମାନଙ୍କରେ ବିଧାୟକ ଗଣେଶ୍ୱର ବେହେରା ୨ଦିନ ଧରି ପରିଦର୍ଶନରେ ଯାଇଥିଲେ । ଏଥିସହିତ କେନ୍ଦ୍ରାପଡା ବ୍ଲକ ବି.ଡି.ଓ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ବି.ଡି.ଓଙ୍କ ସହିତ ମିଶି ବାତ୍ୟା ପିଡିତ ଲୋକମାନେ କିପରି ସରକାରୀ ରିଲିଫ୍ ଓ ସାହାର୍ଯ୍ୟ ପାଇବେ ସେଥିପ୍ରତି ତଦାରଖ କରିଥିଲେ । ବାତ୍ୟାସ୍ଥଳୀ ପରିଦର୍ଶନ ସମୟରେ ସେ ଲୋକମାନଙ୍କ […]
କେନ୍ଦ୍ରାପଡା,୨୬ା୧୦: ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଝଡ ‘ଦାନା’ର ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଜିଲ୍ଲାର ବିରୋଧି ଦଳର ସମସ୍ତ ୬ଜଣ ବିଧାୟକଙ୍କୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ । କେବଳ ଶାସକ ଦଳର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ଘୋର […]
କେନ୍ଦ୍ରାପଡ଼ା,୨୬ା୧୦: ବାତ୍ୟା ‘ଦାନା’ର ପ୍ରଭାବ ହ୍ରାସ ପାଇବା ପରେ ଯୋଗାଯୋଗକୁ ସୁଗମ କରିବା ନିମନ୍ତେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ସହିତ ମିଶି ରାସ୍ତା କରିଛନ୍ତି କେନ୍ଦ୍ରାପଡା ପୋଲିସ। ରାସ୍ତା ଉପରେ ବାତ୍ୟା ପବନରେ ଗଛ ଉପୁଡି ବା ଭାଙ୍ଗି ପଡି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ଜମ୍ବୁ,ରାଜକନିକା, ଆଳି, ରାଜନଗର ଓ ତାଳଚୂଆ ପ୍ରଭୃତି ଅଞ୍ଚଳରେ କେନ୍ଦ୍ରାପଡା ପୋଲିସ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳ ସହିତ ମିଶି ରାସ୍ତା […]
କେନ୍ଦ୍ରାପଡ଼ା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଚେସ ସଚେତନତା ଓ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍ଘାଟିିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଓଡିଶାର ସର୍ବକନିଷ୍ଠ ଆନ୍ତର୍ଜାତୀୟ ଚେସ ମାଷ୍ଟର ରାକେଶ ଜେନା, ଜାତୀୟ ପ୍ରଶିକ୍ଷକ ଏସ. ସତ୍ୟକାମ, ଆନ୍ତର୍ଜାତୀୟ ଆରବିଟର ତଥା ଜିଲ୍ଲା […]
ପଟ୍ଟାମୁଣ୍ଡାଇ ତା ୨୫/୧୦-ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷା ଓ ପବନରେ ବହୁ କଚ୍ଚା, ଆଜବେଷ୍ଟ ଘର ଭାଙ୍ଗି ଯାଇଥିବାବେଳେ ବ୍ୟାପକ ଫସଲ ହାନୀ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବହୁ ରାସ୍ତାଘାଟ ଧୋଇ ଯାଇଛି । ବଡ଼ ବଡ଼ ଗଛ ଉପୁଡି ପଡି ଗମନାଗମନ ବାଧାପ୍ରାପ୍ତ ହୋଇଛି । ଯଦିଓ ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡା,୨୫ା୧୦: ଦାନା ବାତ୍ୟା ପରିଚାଳନା ଓ ରିଲିଫ୍ ସହାୟତା ଅବହେଳା ଅଭିଯୋଗରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗରଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଜସ୍ମିନ ସୋରେନ୍ ଏବଂ ଆଳି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଞ୍ଜୟ ପ୍ରଧାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ଶ୍ରୀ ସୋରେନଙ୍କୁ ମାର୍ଶାଘାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବେଳେ ଶ୍ରୀ ପ୍ରଧାନଙ୍କୁ ରାଜକନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପସ୍ଥିତ ରହିବା […]
କେନ୍ଦ୍ରାପଡା,୨୫ା୧୦: ଗତ ଗୁରୁବାର ଦିନ ଦାନା ବାତ୍ୟା ସମୟରେ କାର୍ଯ୍ୟରତ ଥିବା ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ସାପ କାମୁଡିବାରୁ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱର ୪ନମ୍ବର ୟୁନିଟ୍ ଚିକିତ୍ସାଳୟର ମେଡିକାଲ ଅଫିସର ଡାକ୍ତର ବବୁଲ ମହାନ୍ତି ବାତ୍ୟା ଦାନା ପାଇଁ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଡେପୁଟେସନରେ ମହାକାଳପଡା ବାବର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । […]
କେନ୍ଦ୍ରାପଡା,୨୫ା୧୦: ଆଜି ସନ୍ଧ୍ୟା ୬ଟା ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବାତ୍ୟା ପରିଚାଳନା ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଶୂନ୍ୟ ମୃତ୍ୟୁ ନିମନ୍ତେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା କେନ୍ଦ୍ରାପଡା ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ସମର୍ଥ […]
ଡେରାବିଶ ୨୫/୧୦ ବେବର୍ତା ଅଜୟ ଦାସ : କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧିନ ଇନ୍ଦାଳୋ ପଂଚାୟତ ଅଢ଼ଙ୍ଗା ଗାଁର ହୃଷିକେଶ ମିଶ୍ର ଶୁକ୍ରବାର ଏକ ଲୁହାରଡ ଧରି ନିଜ ଛାତ ଉପରେ ମାଙ୍କଡ଼ ହୁଡାଉଥିବା ବେଳେ ଅସାବଧାନତା କାରଣରୁ ଛାତରୁ ଖସି ପଡିଥିଲେ। ହୃଷିକେଶ ଧରିଥିବା ଲୁହାରଡ ତାଙ୍କ ବେକରେ ପଶି ମୁଣ୍ଡରେ ବାହାରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଭାବେ ସ୍ଥାନୀୟ […]
କେନ୍ଦ୍ରାପଡ଼ା ୨୫/୧୦-ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା।ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏ ଚାଲୁ ରହିବ।ଏବେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୮୦ ରୁ ୧୦୦ କିମି ଚାଲିଛି। ଆଗକୁ ପବନର ବେଗ ଆହୁରି ବଢ଼ିବ। ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରେସ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଆହୁରି ପ୍ରାୟ […]
ପଟ୍ଟାମୁଣ୍ଡାଇ ୨୪/୧୦ -ବେଳକୁ ବେଳ ଭୟଙ୍କର ରୂପନେଇ ଦାନା ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଗୁରୁବାର ରାତିରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା କେନ୍ଦ୍ରାପଡା ଜିଲା ତାଳଚୁଆରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ, ରାଜନଗରରେ ବିଶେଷ ଭାବେ ପ୍ରଭାବକୁ ଦୃଷ୍ଟିରେ ରଖି ରେଡ ସିଗ୍ନାଲ ଦିଆଯାଇଛି। ଲୋକେ ସତର୍କ ରହିବାକୁ କୁହାଯିବା ପରେ ଏକପ୍ରକାର ଭୟର ବାତାବରଣ […]
କେନ୍ଦ୍ରାପଡା, ୨୪ା୧୦: ଆଜି ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନିମନ୍ତେ ନିଆଯାଇଥିବା ଆଗୁଆ ପଦକ୍ଷେପ ବିଷୟରେ ଆଭାସୀ ମାଧ୍ୟମରେ ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଓସୱାନ ହଲରେ ଉକ୍ତ ଆଭାସୀ ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଗସ୍ତରେ ଆସିଥିବା ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ […]
ଭୁବନେଶ୍ୱର୨୪/୧୦-ଧିରେ ଧିରେ ସ୍ଥଳଭାବର ନିକଟତର ହେଉଛି ବାତ୍ୟା ‘ଦାନା’ । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା ‘ଦାନା’ ।ଏବେ ପାରାଦୀପଠାରୁ ୧୦୦ କି.ମି. ଦୂରରେ ରହିଛି । ଧାମରାଠାରୁ ୧୩୦ କି.ମି. ଦୂରରେ ରହିଛି ।ଆଜି ମଧ୍ୟରାତ୍ରୀରୁ ଆରମ୍ଭ ହେବ […]
ଭୁବନେଶ୍ୱର,୨୪।୧୦:-ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ବେଳେ ବାତ୍ୟାର ବେଗ ଅଧିକ ରହିବା ଅନୁମାନ କରାଯାଉଥିବାରୁ ମାଟି ଘରେ ଥିବା ଲୋକେ ପକ୍କା ଘରକୁ ଚାଳିଯିବାକୁ କୁହାଯାଇଛି। ଏପରିକି ଟିଣ ଘର, ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଏହି ସମୟ […]
ଭୁବନେଶ୍ୱର,୨୪।୧୦- ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି ଦୂରରେ ଥିବା ବେଳେ ଧାମରାଠାରୁ ୨୧୦ କିମି ଦୂରରେ ରହିଛି। ରାତିରେ ଲ୍ୟାଣ୍ଡଫଲ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲ୍ୟାଣ୍ଡଫଲକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଭୀଷଣ ବାତ୍ୟାର ରୂପ ନେଇଥିବା ଦାନା […]
ପଟ୍ଟାମୁଣ୍ଡାଇ ୨୩/୧୦ -ସମ୍ଭାବ୍ୟ ବାତ୍ୟା “ଦାନା ଭିତରକନିକା ଠାରେ ଲ୍ୟାଣ୍ଡ ଫଲ କରିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଆଶା ଆଶଙ୍କା ଓ ଭୟ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ତଳିଆ ଅଂଚଳରେ ଥିବା ଅସୁରକ୍ଷିତ ଲୋକମାନଙ୍କ ଆଖିରୁ ନିଦ ହଜି ଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା “ଦାନା”କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି […]