ପଟ୍ଟାମୁଣ୍ଡାଇ ୨୦/୧୦ – ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷାରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରୁ ସନ୍ଦୀପ , ସୌମ୍ୟାଶ୍ରୀ, ସାଗରୀକା ସଫଳତା ପାଇ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂସାରଫଳ ପଂଚାୟତ ଗୁଣ୍ଠି ଗ୍ରାମର ସନ୍ଦିପ ସିଂହ୧୫୭ ତମ ସ୍ଥାନ ପାଇରଥିବା ବେଳେ ଦୋଷିଆ ପଂଚାୟତ ବାସୁଦେବପୁର ଗ୍ରାମର ସୌମ୍ୟାଶ୍ରୀ ଦାସ ୩୯୪ ସ୍ଥାନ ଓ ବଡମୂଳବସନ୍ତ ପଂଚାୟତ ବାଟିପଡା ଗ୍ରାମର ଶ୍ରୀମତୀସ୍ୱାଗରୀକା […]
କେନ୍ଦ୍ରାପଡ଼ା,୨୦ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ‘ମାଇ ଏନ୍ସିସି ଆଲୁମିନି ଆସୋସିଏସନ’କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତଃଜିଲ୍ଲା ମେଗା ପ୍ରତିଯୋଗିତା ପାଇଁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ଥିବା ମାଇଁ ଏନ୍ସିସି କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ମେଗା ପ୍ରତିଯୋଗିତାରେ ନୃତ୍ୟ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ ଭଳି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବାକୁ […]
ପଟ୍ଟାମୁଣ୍ଡାଇ ୧୯/୧୦-ସାମାନ୍ୟ ବର୍ଷା ପବନ ଯୋଗୁ ପଟ୍ଟାମୁଣ୍ଡାଇ ସହରରେ ୬ରୁ ୮ ଘଣ୍ଟା ଧରି ଲାଇନ୍ ଚାଲିଯାଇଛି। ସହର ଠାରୁ ଉପକଣ୍ଠ ଅବସ୍ଥା ଆହୁରି ଭୟଙ୍କର। ସାମାନ୍ୟ ବର୍ଷାରେ ଯଦି ଏମିତି, ତେବେ ବାତ୍ୟା ହେଲେ କି ଅବସ୍ଥା ହେବ ସେ ନେଇ ପ୍ରଶ୍ନ ଉଠିଛି। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟାଟା ପାଓ୍ବାର ଭିତ୍ତିଭୂମି ପ୍ରସ୍ତୁତି ଓ ଗ୍ରାହକସେବା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିବା ନେଇ କୁହାଯାଉଥିଲେ ମଧ୍ୟ ଏଭଳି […]
ପଟ୍ଟାମୁଣ୍ଡାଇ ୧୮/୧୦–ଶାରଦୀୟ ଦୂର୍ଗା ପୂଜା ଉତ୍ସବ ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଓ ସଂସ୍କୃତି ଓ ପରମ୍ପରାର ମୁକସାକୀ ହୋଇଥିଲେ ମଧ୍ୟ ବିଗତ କେତେବର୍ଷ ହେବ ମା ଧନଦାତ୍ରୀ ଗଜଲଷ୍ମୀଙ୍କ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏହି ପୂଜା ଆରମ୍ଭ ବେଳେ ହାତଗଣତି କେତୋଟି ମେଢ଼କୁ ନେଇ ଆରମ୍ଭ କରାଯାଇଥିଲା । ମାତ୍ର ଏବେ ଏହା ପଟ୍ଟାମୁଣ୍ଡାଇ ସହର ସମେତ ଗ୍ରାମାଂଚଳର ବିଭିନ୍ନ ଜାଗାରେ ଗଜଲଷ୍ମୀ ପୂଜାର ଭିନ୍ନ […]
ପଟ୍ଟାମୁଣ୍ଡାଇ ୧୮/୧୦-କେନ୍ଦ୍ରାପଡ଼ା ଜିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଦର୍ଶନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୂର୍ଯ୍ୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି କବି ନିରୁପମା ଦାସ, ଗାନ୍ଧୀ ପ୍ରତିଷ୍ଠାନ ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉତ ମୁଖ୍ୟବକ୍ତା ଓ ଉପସଭାପତି ରବୀନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅହିଂସା, ଶାନ୍ତି ପ୍ରତିଷ୍ଠା ଓ ଗାନ୍ଧୀବାଦ ଉପରେ ଆଲୋଚନା […]
କେନ୍ଦ୍ରାପଡ଼ା, ୧୮ା୧୦: ଜଣେ କର୍କଟ ପିଡିତା ମହିଳାଙ୍କୁ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଆର୍ଥିକ ସହଯୋଗର ହାତ ବଢାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ କର୍କଟ ପିଡିତାଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଯୋଜକ ପ୍ରଦୀପ କୁମାର ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟର ସଂଯୋଜକ […]
କେନ୍ଦ୍ରାପଡା, ୧୮ା୧୦: ପବିତ୍ର କୁମାର ପୂର୍ଣ୍ଣିମା ଉପଲକ୍ଷେ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ କୁମାର ଉତ୍ସବ-୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବରେ […]
ଗାଁ ଛକ ପିଣ୍ଡି ଉପରେ ଗାଁ ଲୋକେ ବସି ଆଲୋଚନା re ଅକ୍ଟୋବର ମାସରେ ବାତ୍ୟା ଆସିଲେ ବଡ ଭୟ ଲାଗେ । ନରେନ୍ଦ୍ର ବାବୁ – ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭି ନାହିଁ। ପୁଣି ଅକ୍ଟୋବର ୨୨ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ମଡେଲ ପକ୍ଷରୁ […]
କେନ୍ଦ୍ରାପଡା,୧୫ା୧୦: ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ବସନ୍ତ କୁମାର ପତିଙ୍କ ଧର୍ମପତ୍ନୀ ଧର୍ମପରାୟଣା ମହିଳା କନକ ମଞ୍ଜରୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ମହିପାଳସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ୟାକ୍ସ ଆପିଲ ଟ୍ରିବ୍ୟୁନାଲ ବିଚାରପତି ଯଥା ସ୍ୱର୍ଗତ ମଞ୍ଜରୀ ଦେବୀଙ୍କ ବଡପୁଅ ଶୁଭେନ୍ଦୁ ପତିଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନାଇଟେଡ୍ନେସନ୍(ମିଳିତ ଜାତିସଂଘ)ର ପରାମର୍ଶଦାତା ଦେବୀ ପ୍ରସାଦ ଦାସ, ଇଂ ଗୁରୁ ପ୍ରସାଦ […]
କେନ୍ଦ୍ରାପଡା ୧୭/୧୦ – ପୁନର୍ବାସ ପକ୍ଷରୁ ଛୋଟ ଛୋଟ ଉଦ୍ୟେ।।ଗ କରି ନିଜ ନିଜକୁ ସ୍ୱାବଲମ୍ବୀ କରିବାକୁ ପ୍ରୟାସ ଜାରି ରଖିଥିବା ଚାରି ଜଣ ଯୁବ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କମ୍ପ୍ୟୁଟର ଓ ସହାୟକ ଉପକରଣ ପ୍ରଦାନ କରାଯାଇଛି । କୌଣସି କାରଣ ବଶତଃ ଦୁର୍ଘଟଣାଗ୍ରସ୍ତ ହୋଇ ଅଥବା ଜନ୍ମରୁ ଭିନ୍ନକ୍ଷମତାର ଶିକାର ହୋଇଥିବା ପଲ୍ଲୀ ରଘୁନାଥପୁରର ସଚିକାନ୍ତ ମଲ୍ଲିକ, ହରିଅଙ୍କର ବଳରାମ ସ୍ୱାଇଁ, କେନ୍ଦ୍ରାପଡା ସହର […]
କେନ୍ଦ୍ରାପଡ଼ା, ୧୭ା୧୦: ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟିର ଏକ ବୈଠକ ଗୋପଛକ ନିକଟରେ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମହାକାଳପଡା ସିଏଚସି ସଭାପତି ସାଥି ରଞ୍ଜୁ ବେହେରା ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ଜିଲ୍ଲା ସମ୍ପାଦିକା ସାଥି କାନ୍ତିପ୍ରଭା ନାୟକ ବିଗତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ ସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଏଆଇଟିୟୁସି […]
କେନ୍ଦ୍ରାପଡ଼ା, ୧୭ା୧୦: ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା ବିଜୟୀ ହୋଇ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଗତ ୬ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଯୋଗିତାକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ […]
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ରଟପଙ୍କ ଗ୍ରାମରରେ ଏକ ଅଭାବନୀୟ ଘଟଣା ଘଟିଛି ଯାଇଛି । ନଦୀ ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଜଣେ ଯୁବକଙ୍କୁ କୁମ୍ଭୀର ଟାଣିଟାଣି ନେଇଯାଇଛି। ସୁଚନାନୁଯାଇ ଶଙ୍କରର ଏକ ବଳଦ ନାଳ ନିକଟରେ ଚରୁଥିଲା। ବଳଦ ଦେଖାନଦେବାରୁ ବୁଧବାର ଅପରାହ୍ନରେ ଶଙ୍କର ଖୋଜିବାକୁ ଯିବା ସମୟରେ କୁମ୍ଭୀର ଟାଣି ତାଙ୍କୁ ନେଇଥିଲା। ଶଙ୍କରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ […]
କେନ୍ଦ୍ରାପଡ଼ା,୧୬ା୧୦ : ଅରିଲୋ ଆଶ୍ରମର ବାବା ବଳିଆଙ୍କ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ବୁଧବାର ଶ୍ରୀ ବଳଦେବଜୀଉଙ୍କ ସପ୍ତଦଶତମ ବାର୍ଷିକ ଅନନ୍ତ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ଶ୍ରୀ ଜୀଉଙ୍କ ପହୁଡ ଫିଟିବାପରେ ଆଳତି କରାଯାଇ ନୀତିସ୍ନାନ କରାଯାଇଥିଲା । ଏହାପରେ ଦିଅଁମାନଙ୍କୁ ନୂତନ ଅଙ୍ଗବସ୍ତ୍ରରେ ସଜ୍ଜିତ କରାଯାଇ ବାବା ବଳିଆଙ୍କ ପକ୍ଷରୁ ଦିଅଁଙ୍କ ପାଦରେ ଏକହଜାର ଆଠଶହ ତୁଳସୀ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ […]
କେନ୍ଦ୍ରାପଡ଼ା, ୧୬ା୧୦: କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ମଦ୍ରାସା ଆରବିୟା ତାଲିମୁଲ ଇସଲାମ୍ରେ କେନ୍ଦ୍ରାପଡା ଜିଲ୍ଲା ମଦ୍ରାସା ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୟଦା ସୁହିଲ୍ ଅଖତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ମଦ୍ରାସାମାନଙ୍କର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ସଭାପତି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉର୍ଦ୍ଦୁ ଭାଷା ମିଳିତ ସଂଘ (ୟୁଏନ୍)ରେ ମାନ୍ୟତା ପାଇଥିବାରୁ […]
କେନ୍ଦ୍ରାପଡ଼ା, ୧୬ା୧୦: ସମସ୍ତଙ୍କର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିବସ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ସେକ୍ ଇନାୟତ୍(ଚନ୍ଦନ)ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ସୟଦ୍ ମନସୁର୍ ଶାହା ପିରବାବାଙ୍କ ମଜାରରେ ଚାଦର ଚଢାଯିବା ସହ ନବୀନ ବାବୁଙ୍କ ସୁସ୍ଥ ନିରାମୟ ଜୀବନ କାମନା କରାଯାଇ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା […]
ପଟାମୁଣ୍ଡାଇ ୧୬.୧୦- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହ ପରିସରରେ ପୁରାତନ ଛାତ୍ର ସଂସଦର ଉପସଭାପତି ଶିକ୍ଷକ ନେତା ବିଜୟ କୁମାର ସାହୁଙ୍କ ସଭାପତିତ୍ୱ ଏକ କାର୍ଯ୍ୟକାରୀ କମିଟି ସଭା ଅନୁଷ୍ଠିତ ହୋଇଯାଇଛିା ଏହି ସଭାରେ ସଂସଦର ୧୪ତମ ବାର୍ଷିକ ଉତ୍ସବ ୨୦୨୪ ର ଆୟ ବ୍ୟୟ ସମୀକ୍ଷା କରାଯିବା ସହିତ ଏକ କମିଟି ଗଠନ କରାଯାଇ ଦାୟୀତ୍ୱ ହସ୍ତାନ୍ତର […]
କେନ୍ଦ୍ରାପଡ଼ା, ୧୬ା୧୦: ସଂସ୍କୃତି ଗୋଟିଏ ଜାତିର ଆତ୍ମା ପରି। ଆତ୍ମାହୀନ ଶରୀର ଯେପରି ପ୍ରାଣ ସ୍ପନ୍ଦନ ହୀନ ହୋଇ ପଡି ରହେ, ସଂସ୍କୃତି ହୀନ ଜାତିଟିଏ ସେହିପରି ବେଶୀକାଳ ବଞ୍ଚି ରହିପାରେ ନାହିଁ। ଇଂରେଜ ଶାସକ ତଥା ପଡୋଶୀମାନଙ୍କ ଶତ ଚକ୍ରାନ୍ତ ସତ୍ତ୍ୱେ ଆଜି ଓଡିଆ ଯଦି ଏକ ଜାତି ରୂପେ ତିଷ୍ଠି ରହିଛି, ତାହା କେବଳ ତାର ଉଚ୍ଚ ସାଂସ୍କୃତିକ ବିଭବ ପାଇଁ ହିଁ ସମ୍ଭବ ହୋଇଛି। ଆମ […]
ପଟ୍ଟାମୁଣ୍ଡାଇ ୧୬/୧୦ -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜଡେି ସୁପ୍ରିମ ନବୀନ ପଟ୍ଟନାୟକ ବୁଧବାର ୭୯ ବର୍ଷରେ ପାଦ ଥାପିଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଜନସେବାର ସଂକଳ୍ପ ଦିବସ ପାଳନ କରିବା ସହିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏକ ରକ୍ତ ଦାନ ଶିବର ସ୍ଥାନୀୟ ଡିଭାଇନ ପ୍ୟାଲେସ୍ ରେ ଅନୁଷ୍ଠିତ ହୋଇଛି […]
କେନ୍ଦ୍ରାପଡ଼ା, ୧୬ା୧୦: କେନ୍ଦ୍ରାପଡ଼ା ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ମହାଲକ୍ଷ୍ମୀଙ୍କ ପୂଜା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ କୈବର୍ତ୍ତ ସମାଜ ପକ୍ଷରୁ ନିର୍ମିତ ମହାଲକ୍ଷ୍ମୀଙ୍କ ମନ୍ଦିରରେ ମା’ଲକ୍ଷ୍ମୀଙ୍କର ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୂଜାରେ କୈବର୍ତ୍ତ ସମାଜ ପକ୍ଷରୁ ନୂଆ ଧାନରେ ପ୍ରସ୍ତୁତ ପାରମ୍ପରିକ ଚୁଡାଘଷା ଭୋଗ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରାଯିବା ସହ ସାମୁହିକ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। […]
ପଟ୍ଟାମୁଣ୍ଡାଇ ୧୫/୧୦-ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୬ଜଣ ବିଜେଡି ସମର୍ôଥତ ସମିତି ସଭ୍ୟ ଶାସକ ଭାଜପା ଦଳରେ ସାମିଲ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ମଙ୍ଗଳବାର ରାତ୍ରୀ ସାଢେ ୮ରେ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ଯେ ଗତ ୨୦୨୨ ମସିହା ପଂଚାୟତ ନିର୍ବାଚନରେ ଖଡ଼ିଅଂଟା ପଂଚାୟତରେ ବିଜେଡି ସମର୍ôଥତ […]
ପଟ୍ଟାମୁଣ୍ଡାଇ ୧୫/୧୦-ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଦଳର ବିପୁଳ ବିଜୟ ପାଇଁ କେନ୍ଦ୍ରୀୟ ଭାଜପା ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ରାଷ୍ଟ୍ରୀୟ ଭାଜପା ସଭାପତି ଜେ ପି ନଡ୍ଡା ଭାଜପା ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଭାଜପା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି । ବୈଜୟନ୍ତ ଦିଲ୍ଲୀରେ ଭାଜପା ସଂଗଠନକୁ ଅଧିକ ମଜଭୁତ କରି ଆସନ୍ତା ବିଧାନସଭା ନିର୍ବାଚନରେ ଦଳକୁ […]
କେନ୍ଦ୍ରାପଡା, ୧୫ା୧୦: ସୂଚନା ଅଧିକାର ଆଇନ୍ରେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ତଥା ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ […]
କେନ୍ଦ୍ରାପଡ଼ା,୧୫ା୧୦ : କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଞ୍ଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକବ୍ରତ ପାଳନ ପାଇଁ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବରମାସ ୧୦ତାରିଖ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ କରାଯିବ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ମଞ୍ଜୁୁର ହୋଇଥିବା ଅନୁଦାନରେ “ତୁଳସୀ ଭବନ” ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ […]