କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳମାନଙ୍କର ଏକ ବୈଠକ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ, ସିପିଆଇ, ସିପିଏମ୍ ଓ ଆପ୍ ଦଳର ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ ଭାଗନେଇ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାର ସମସ୍ତ ୫ଗୋଟି ବିଧାନସଭା କ୍ଷେତ୍ରରେ ମେଣ୍ଟ ତରଫରୁ ଜଣେ ଜଣେ ପ୍ରାର୍ଥୀ ଦେଇ ଏକାଠି ଲଢିବାକୁ ସର୍ବସମ୍ମତି […]
featured
ପଟ୍ଟାମୁଣ୍ଡାଇ , ବିଭିନ୍ନ ମାମଲାର ଆପୋଷ ବୁଝାବଣା ଭିତିିରେ ତ୍ୱରିତ ସମାଧାନ ପାଇଁ ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କୋର୍ଟର ସିଭିଲ ଜଜ ସିନିଅର ଡିଭିଜନ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ ରାଷ୍ଟ୍ରୀୟ ଲୋକଅଦାଲତରେ ସିିଭିଲ ଜଜ କମ ଜେଏମଏଫସି ସମୀକ୍ଷା ମହାନ୍ତି ଓ ଜେଏମଏଫସି ମୋନାଲିସା ପ୍ରଧାନଙ୍କ ସମେତ ବିଭିନ୍ନ ସରକାରୀ ବିଭାଗ ଓ ବ୍ୟାଙ୍କ ଅଧିକାରୀ ମାନେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଲୁଟେରାଙ୍କ ଉପଦ୍ରବ ବଢିବାରେ ଲଗିଛି । ଶୁକ୍ରବାରି ଦିବା ୧.୪୦ ମିନିଟ ସମୟରେ ଲୁଟେରା ମାନେ ଟଙ୍କା ଲୁଟ ଆଶାରେ ବହୁ ଦରକାରୀ ସରକାରୀ କାଗଜପତ୍ର ଥିବା ଜନୈକ ମଦ୍ରାସାର ପ୍ରଧାନଶିକ୍ଷକଙ୍କ ବ୍ୟାଗ ଲୁଟ କରି ଫେରାର ହୋଇଯାଇଛନ୍ତି । ସମ୍ପୃକ୍ତ ପ୍ରଧାନଶିକ୍ଷକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପୋଲିସ ଏକ ମୋକଦମା ରୁଜୁ କରି ବ୍ୟାଗ ଲୁଟ […]
ସର୍ବସାଧାରଣ ଶୌଚାଳୟର ବାହାରେ ତାଲା ଇକୋ ଟଏଲେଟ ନିର୍ମାଣ ପରେ ମଧ୍ୟ ତାଲା ଖୋଲା ହେଉନି ପୌର ପରିଷଦର ସ୍ୱଛ ଭାରତ ମିଶନ ଫେଲ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକାରେ ସ୍ୱଛ ଭାରତ ମିଶନ କିଭଳି ସଫଳ ହେବ ସେଥିପାଇଁ ସରକାରୀ ତହବିଲରୁ ଅର୍ଥ ବ୍ୟୟବରାଦ କରାଯାଇ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ଇକୋ ଶୌଚାଳୟ ଆଦି ବହୁ ପ୍ରକଳ୍ପ ହାତକୁ ନିଆଯାଇଛି । ସେଥିମଧ୍ୟରୁ ସର୍ବସାଧାରଣ ଶୌଚାଳୟ, ଗୋଷ୍ଠୀ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଅଧକ୍ଷା ସଲୀଳା ବାରିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏଡ଼ସ ରୋଗ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ପଡା ପଂଚାୟତରେ ଗତକାଲି ବିବାହ ପ୍ରସ୍ତୁତିବେଳେ ପେଟ୍ରୋଲଜନିତ ଅଗ୍ନିକାଣ୍ଡରେ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସାଙ୍ଗକୁ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପ୍ରକାଶ ଯେ ଗତକାଲି ବଡପଡା ଦଳିତସାହିର ରତ୍ନାକର ମଲିଜଙ୍କ ପୁଅ ବିବାହ ପାଇଁ ବରଯାତ୍ରୀଙ୍କ ବାଇକ ପାଇଁ ଆସିଥିବା ପେଟ୍ରୋଲରେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ପେଟ୍ରୋଲ ଟାଙ୍କିରୁ ବେଆନି ଭାବେ ବାରେଲ ବାରେଲ ଖୋଲା ପେଟ୍ରୋଲ ବିକ୍ରୀ ହେଉଛି । ଅତ୍ୟନ୍ତ ଦହନଶୀଳ ଏହି ପେଟ୍ରୋଲ ଓ ଡିଜେଲ ଖୋଲାରେ ଚାଲଣ ହେଉଥିବାରୁ ବିଭିନ୍ନ ସ୍ଥାନରେ ଦୃର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ଗୁରୁବାର ସଂନ୍ଧ୍ୟାରେ ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଡପଡା ଗ୍ରାମରେ ଏହି ଦହନଶୀଳ ଖୋଲା ପେଟ୍ରୋଲରେ ଅକସ୍ମାତ ନିଆଁଲାଗି ବଡ ଧରଣର ଦୁର୍ଘଟଣା […]
କେନ୍ଦ୍ରାପଡା ପଞ୍ଚୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା କର୍ମଶାଳା ଶୁକ୍ରବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୟନ କରାଯାଇଥିବା ୫୫୦ଟି ଗ୍ରାମରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ପ୍ରସ୍ତୁତ କରାଯିବ ସେଥିନେଇ ଅତିରିକ୍ତ ଜିଲ୍ଲାପାଳ ସବିଶେଷ ଆଲୋଚନା କରିଥିଲେ । ଉକ୍ତ ଯୋଜନା ପ୍ରସ୍ତୁତ କରିବା ସମୟରେ ଜନ ପ୍ରତିନିଧି, ଅଙ୍ଗନୱାଡି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ଚି୍ହ୍ନଟ ଓ ସହାୟକ ଉପକରଣ ବଂଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସବଡିଭିଜନ ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲି ପ୍ରିୟଦର୍ଶନୀ, ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ଜଗତସିଂହପୁର […]
ରାଜ୍ୟ ସରକାରଙ୍କ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ ବଡ଼ପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରଫେସର ଶ୍ରୀକାନ୍ତ ଦାସଙ୍କ ପୌରହିତ୍ୟ ଓ ପ୍ରାଧ୍ୟାପକ ଅମରେନ୍ଦ୍ର ପତିଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରାଚୁର୍ଯ୍ୟରେ ଭରପୁର ଓଡିଶାର ଯୁବଶକ୍ତି ପ୍ରକୃତ ଶକ୍ତି […]
କେନ୍ଦ୍ରାପଡା ଜିଲା ୬ ଓ ୮ ନଂ ଜୋନରେ ଥିବା ବିଜେଡି କର୍ମକର୍ତାଙ୍କ ପ୍ରଶିକ୍ଷଣ ଶିବିର ସହର ନିକଟ ସଂସ୍କୃତି ଭବନ ଠାରେ ଗୁରୁବାର ଅନୁଷ୍ଠିତ ହୋଇଛି । ତେବେ ଏହି ଶିବରକୁ ଆସିଥିବା ପ୍ରଶିକ୍ଷକ ଦେବାଶିଷ ସ୍ୱାଇଁ ଓ ମିହିର ରାୟଙ୍କ କାରକୁ ଅଣ୍ଡାମାଡ ହୋଇଛି । ଯାହା ବିଜେଡିରେ ଥିବା ଅସନ୍ତୁଷ୍ଟଙ୍କ କାର୍ଯ୍ୟ ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି । ପୂର୍ବାହ୍ନରେ ଏହି ଶିବିର ବିଧାୟକ […]
ପଟ୍ଟାମୁଣ୍ଡାଇ ତା ୭/୧୨-ରାଜ୍ୟ ସରକାର ମେଗା ପାନୀୟଜଳ ପ୍ରକଳ୍ପ ମାନଙ୍କରେ ତାଲିମପ୍ରାପ୍ତ ଟେକ୍ନିସିଆନ ନିଯୁକ୍ତି ପାଇଁ ଓରମାସ,, ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ଏବଂ ବସୁଧା ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକରେ ଏକକ ଦକ୍ଷତା ବିକାଶ ତାଲିମ ପାଇଁ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ବିଶ୍ୱଜିତ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ […]
ଗଣତାନ୍ତ୍ରିକ ଭାରତ ଦେଶରେ ସମ୍ବିଧାନର ଗୁରୁତ୍ୱ ଅଧିକ । ଏହା ମୁତାବକ ସୁଶାସନ ଆସିପାରିବ । ଏହାର ସୁରକ୍ଷାରେ ସମସ୍ତଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଅନୁଷ୍ଠିତ ସଭାରେ ଅତିଥିମାନେ ମତ ଦେଇଛନ୍ତି । ବାବାସାହେବ ସ୍ମୃତି ପରିଷଦ ଓ କେନ୍ଦ୍ରାପଡା ଜିଲା ବାବାସାହେବ ଷ୍ଟାଚ୍ୟୁ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ବୁଧବାର ଆୟୋଜିତ ହୋଇଥିଲା । କମିଟି ସଭାପତି […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଡପଡା ଗ୍ରାମରେ ବିବାହ ଉତ୍ସବରେ ଏକ ବଡ ଧରଣର ଦୁର୍ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଯାଇଛି । ବିବାହ ଉତ୍ସବରେ ସାମିଲ ହୋଇଥିବା ବରଯାତ୍ରୀଙ୍କ ବାଇକ ଗାଡିରେ ପେଟ୍ରୋଲ ଭରିବା ପାଇଁ ଆସିଥିବା ପେଟ୍ରୋଲରେ ଅକସ୍ମାତ ଘରେ ନିଆଁଲାଗି ଜଣେ ନାବାଳକ ଜୀବନ୍ତ ଦଗ୍ଧ ହେବା ସହିତ ୩ ଜଣ ଗରୁତର ଆହତ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ […]
ବାତ୍ୟା ମିଗ୍ଜୋମ୍ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି । ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ମଧ୍ୟ ସକାଳୁ ସକାଳୁ ଝିପିଝିପି ବର୍ଷା ଲାଗି ରହିଛି । ଫଳରେ ଅଧିକ ବର୍ଷା ସମ୍ଭାବନାକୁ ନେଇ ଚାଷୀ ଅମଳ ହେବାକୁ ଥିବା ଧାନ ନା ଘରକୁ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଂଚାୟତ ସାହୁପଡା ଗ୍ରାମରେ ଏକ ଭଙ୍ଗା ଦଦରା ଝାଟି ମାଟି ଘରେ ପଲିଥିନ ପକାଇ ଅତ୍ୟନ୍ତ ଅସହାୟ ଭାବେ କାଳାତିପାତ କରୁଛନ୍ତି ପକ୍ଷାଘାତ ରୋଗରେ ପୀଡିତା ଗରିବ ଅସହାୟା ବୃଦ୍ଧା ମହିଳା ସରୋଜିନୀ ମହାନ୍ତି । ସେ ଚଳପ୍ରଚଳ କରିପାରୁନଥିବାବେଳେ ତାଙ୍କ ସହିତ ରହୁଛନ୍ତି ଏକ ଜାଡ଼ି ଝିଅ ଓ ଏଭଳି ଦୟନୀୟ ପରିବାର ସମ୍ପର୍କରେ ଖବର ପାଇଁ ରାଜନଗର […]
ମିଶନ ଶକ୍ତି ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛିା ଓଏଲଏମ ସେକସନର ବନଜା ନନ୍ଦିନୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଯୋଗଦେଇ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ମା ମାନଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଏହି […]
ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କର୍ମୀ ସମ୍ମିଳନୀ ସ୍ଥାନୀୟ ଆଶୁତୋଷ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ରାଜନଗର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି, ଦୁର୍ନୀତି ଭ୍ରଷ୍ଟାଚାର ନେଇ କଡା ସମାଲୋଚନା କରିବା ସହିତ ପି ସି ସି […]
କେନ୍ଦ୍ରାପଡ଼ା,୦୬/୧୨: ଆଜି ସମ୍ବିଧାନର ମୁଖ୍ୟ ସ୍ଥପତି ତଥା ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଡକ୍ଟର ବି.ଆର ଆମ୍ବେଦକରଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକ କେନ୍ଦ୍ରାପଡା ବି.ଆର ଆମ୍ବେଦକର ବିଚାର ମଞ୍ଚ ଆନୁକୂଲ୍ୟରେ ବିଚାର ମଞ୍ଚ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ପୌରହିତ୍ୟରେ ପୁରୁଣା ବସଷ୍ଟାଣ୍ଡ ଠାରେ ବାବା ସାହେବଙ୍କ ପ୍ରତିମୃର୍ତ୍ତୀ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଚାର ମଞ୍ଚ ତରଫରୁ ବିଶିଷ୍ଟ ବ୍ୟକ୍ତିମାନେ ପ୍ରତିମୃର୍ତ୍ତୀରେ ମାଲ୍ୟାର୍ପଣ […]
ରାଜ୍ୟର ୩୦ଟି ଜିଲ୍ଲାରେ ଜନସାଧାରଣଙ୍କ ନିକଟରେ ଇନଟରନେଟ୍ ସେବା ପହଁଚାଇବା ପାଇଁ ସହଜ ଓ ସରଳ ଭାବରେ ରାଜ୍ୟ ସରକାରଙ୍କ ୫ଟି ଅଧିନରେ ମୋ ସେବା କେନ୍ଦ୍ର ପ୍ରତ୍ୟେକ ପଂଚାୟତରେ ଖୋଲିବା ପ୍ରୟାସ ଏବେ କେନ୍ଦ୍ରାପଡା ଜିଲ୍ଲାରେ ସଫଳ ହୋଇ ପାରିଛି । ସହଜ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଜିଲ୍ଲାର ୯ଟି ବ୍ଲକରେ ଥିବା ୨୪୯ ପଂଚାୟତ, କେନ୍ଦ୍ରାପଡା ମୁନିସିପାଲିଟିର ୨୧ଟି ଓ୍ୟାର୍ଡ ଓ ପଟ୍ଟାମୁଣ୍ଡାଇ […]
ପଟ୍ଟାମୁଣ୍ଡାଇ ବ୍ଲକ ସମନ୍ୱିତ ମହିଳା ଓ ଶିଶୁବିକାଶ ଯୋଜନାରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ସରକାରୀ ଅନୁଦାନ ଓ ସାମଗ୍ରୀ ଗୁଡିକର ବ୍ୟାପକ ବାଟମାରଣା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । । ସବୁଜାଣି ବିଭାଗୀୟ ଅଧିକାରୀ ମାନେ ଚୁପ ରହିବା ଘଟଣା ପ୍ରତିବାଦରେ ମଙ୍ଗଳବାର ବିଲିକଣା ପଂଚାୟତ ତେରୋହୀ ଦଳିତ ସାହିର ମହିଳା ପୁରୁଷ ମାନେ ପଟ୍ଟାମୁଣ୍ଡାଇ ବ୍ଲକ ସିଡିପିଓ କାର୍ଯ୍ୟାଳୟ ପରିସରରେ ଅନଶନ ଧାରଣା […]
କେନ୍ଦ୍ରାପଡ଼ା, ୦୫/୧୨: ପିଲାମାନଙ୍କ ମଧ୍ୟରେ ଚିତ୍ରକଳା ପ୍ରତି ଆଗ୍ରହ ସୃଷ୍ଟି ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ଚଳିତ ଡିସେମ୍ବର ମାସ ୧୦ ତାରିଖ ରବିବାର ଦିନ ପୁରୁଣା ମୁଖ୍ୟ ଡାକ୍ତରଖାନା ନିକଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସକାଳ ୯ ଟାରୁ ୧୨ ଘଟିକା ମଧ୍ୟରେ […]
କେନ୍ଦ୍ରାପଡ଼ା,୦୫/୧୨: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏବଂ ‘ନୂଆ ଓ’ ଫେଷ୍ଟିଭାଲ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ଡିସେମ୍ବର ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଏକକାଳୀନ ପଲ୍ଲିଶ୍ରୀ ମେଳା ଓ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ […]
କେନ୍ଦ୍ରାପଡ଼ା ତା.୦୪/୧୨ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶ୍ରୀ ବଳଦେବଜୀଉ ମନ୍ଦିର ଇଚ୍ଛାପୁର ଠାରେ ଆୟୋଜନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ।ବଳଦେବଜୀଉଙ୍କ ଦର୍ଶନ କରିବା ପରେ କେନ୍ଦ୍ରାପଡ଼ା ବିଧାନସଭା ବୁଥ ସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲ, ଲୋକସଭା ପ୍ରଭାରୀ ବିନୋଦ ଦାସ, […]










