ପଟ୍ଟାମୁଣ୍ଡାଇ ବ୍ଲକର ତରଡ଼ି ପାଳ ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଶାସନ ଜନସାଧାରଣ ସମସ୍ୟା ସମାଧାନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ମନ୍ତ୍ରୀ, ତରଡ଼ିପାଳ ସରପଂଚ ଦେବ […]
featured
ରାଜ୍ୟ ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ କଲେଜରେ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ. ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରାଚୁର୍ଯ୍ୟରେ ଭରପୁର ଓଡିଶାର ଯୁବଶକ୍ତି ପ୍ରକୃତ ଶକ୍ତି ହୋଇଥିବାରୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]
ଲୋକଙ୍କ ହାତ ପାହାନ୍ତାରେ ଉଚ୍ଚ ଗୁଣବତା ସମ୍ପନ୍ନ ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ପଟ୍ଟାମୁଣ୍ଡାଇ ପୌରାଂଚଳ ୧୩ ନମ୍ବର ୱାର୍ଡ ସ୍ଥିତ ପୋଖରିଆପଡା ଠାରେ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, ଏଡିଏମ ଡା. […]
ଭୁବନେଶ୍ୱରରେ ଲୁଟିଆଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜଣେ ଯାତ୍ରୀଙ୍କୁ ନିଶା ଦେଇ ଲୁଟପାଟ କରିବା ପରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଏକ ଜଙ୍ଗଲିଆ ସ୍ଥାନରେ ଛାଡିଦବା ଘଟଣା ରବିବାର ସଂନ୍ଧ୍ୟା ସମୟରେ ନିଜ ଗାଁରେ ପହଁଚି ଘଟଣା ସମ୍ପର୍କରେ କହି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡମୁଳବସନ୍ତ ଅଂଚଳର ପିତାମ୍ବର ରାଉତ ଗାଡି ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । […]
ପଟ୍ଟାମୁଣ୍ଡାଇ ୩.୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ମା ସାତ ଭଉଣୀ ପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର କବାଟ ଭାଙ୍ଗି ଭିତରେ ପଶି ଲକ୍ଷାଧିକ ଟଙ୍କାର ଗହଣା ସହ ଠାକୁରଙ୍କ ହୁଣ୍ଡୀ ବାକ୍ସରେ ଥିବା ଟଙ୍କା ଲୁଟି ନେଇଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲ ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହେବା ସହିତ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସ୍ଥିତିରେ ପରିବେଶ ସୁରକ୍ଷାର ଅପରିହାର୍ଯ୍ୟ ଆବଶ୍ୟକତା ରହିଥିବାରୁ ସବୁ ସ୍ତରରେ ସଚେତନତା ସୃଷ୍ଟି କରାଯିବା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ରବିବାର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଆଳି ବ୍ଲକ ନାଟରା ଗ୍ରାମର ପ୍ରଦିପ ସୁତାର (୩୯) ବୋଲି ଜଣାପଡ଼ିଛି । ସୂଚନାନୁସାରେ, ଆଳି ବ୍ଲକ ନାଟରା ଗାଁର ପ୍ରଦିପ ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ପୋଖରିଆପଡା ଗ୍ରାମରେ ଦୀର୍ଘ ବର୍ଷ ଧରି ଭଡ଼ାଘରେ ରହି କାଠକାମ କରି ନିଜର ପରିବାର […]
ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଜନୈକା ଦଳିତ ଯୁବତୀଙ୍କୁ ଖାଦ୍ୟରେ ନିଶା ବଟିକା ଦେଇ ଚେତାଶୂନ୍ୟ ଅବସ୍ଥାରେ ଅଶୀଳ୍ଳ ଫଟୋ ଉଠାଇ ଭାଇରାଲ କରିଦେବା ଭୟଭୀତ କରାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ନେଇ ପୀଡିତା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ସମ୍ପର୍କରେ ଏକ ମକଦମା ରୁଜୁ କରି ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ପଟ୍ଟାମୁଣ୍ଡାଇ […]
ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ ଓ ଆହନ ହସପିଟାଲ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୧୦ଟାରେ କଲେଜ ପରିସରରୁ ଏକ ସଚେତନତା ରାଲି ବାହାରି ତିନିମୁହାଣି ଛକ ଦେଇ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିକୁ କଲେଜ ଅଧ୍ୟକ୍ଷା ଡଃ. ହାଜିରା ସିଦ୍ଦିକା ଶୁଭାରମ୍ଭ କରିଥିବା ବେଳେ କଲେଜ ସମାଜସେବା ବିଭାଗର ଅମିତ କୁମାର ମହାନ୍ତି ଏହାର […]
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ସମାଜ କଲ୍ୟାଣ ବିଭାଗ ସହଯୋଗରେ ଗରାପୁରସ୍ଥିତ ରେସୱା ପରିଚାଳିତ ଜାଗୃତି-୨ ଆନୁକୂଲ୍ୟରେ ୧୬ଦିନିଆ ଲିଙ୍ଗ ଭିତିକ ହିଂସା ବିରୋଧରେ ମହିଳା ଓ ବାଳିକାମାନଙ୍କୁ ସଚେତନତା କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ରେସୱା ଶିଶୁଯତ୍ନ ଅନୁଷ୍ଠାନର ସଂଯୋଜକ ଅମିତରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ସତ୍ୟଭାମା ସେଠୀ […]
ସମ୍ମାନ ସାଉଁଟିବାକୁ ଯାଉଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଦିଗ୍ଦର୍ଶନରେ ନିରନ୍ତର ପ୍ରୟାସ କରିଆସୁଥିବା ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ନିଷ୍ଠାପର ଉଦ୍ୟମ ଯୋଗୁଁ ଜିଲ୍ଲା ପ୍ରଶାସନକୁ ମିଳିଛି ୨୦୨୩ ବର୍ଷ ପାଇଁ ରାଜ୍ୟ ପୁରସ୍କାର । ସମଗ୍ର ରାଜ୍ୟରେ ଶ୍ରେଷ୍ଠ ଜିଲ୍ଲାଭାବେ ଏହି ସମ୍ମାନ ଆସନ୍ତା ରବିବାର ଦିନ “ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ” ଅବସରରେ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍ଡୋର୍ […]
କେନ୍ଦ୍ରାପଡ଼ା ୩୦/୧୧:- କେନ୍ଦ୍ରାପଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଆଜି ଗୁରୁବାର ଦିନ ଅବସର ନେଇଛନ୍ତି । ସେ ରିଡର ଅଶୋକ ଦାସଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି । ସେ ୨୦୨୨ମସିହା ୩୦ତାରିଖରେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଅଧ୍ୟକ୍ଷଭାବେ ଯୋଗ ଦେବା ପରେ ସୈଖିକ ବାତାବରଣ ଫେରିଛି । ଏହା ପୂର୍ବରୁ ୨୦୧୧ ମସିହା ଫେବୃୟାରୀ କେନ୍ଦ୍ରାପଡା କଲେଜର ଆସୋସିଏଟ ପ୍ରଫେସର ଭାବରେ ଯୋଗଦେଇଥିଲେ । ୧୯୮୭ ମସିହା ମାର୍ଚ୍ଚ […]
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତି ନାଟକୀୟ ମୋଡ ନେଇଛି । ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଜିର ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କଲେଜର ବିଦାୟୀ ଅଧ୍ୟକ୍ଷ ଗୋପାଳ ବେହେରା ଅପରାହ୍ନରେ ଏକ ଟେଲିଫୋନ ବାର୍ତ୍ତାରେ ମୈାଖିକ ନିର୍ଦେଶ ବଳରେ ୩ଜଣ ବରିଷ୍ଠ ଅଧ୍ୟାପିକା ଓ ଅଧ୍ୟାପକଙ୍କୁ ଉପେକ୍ଷା କରି ୪ର୍ଥ ସ୍ଥାନରେ ଥିବା ଗଣିତ ବିଭାଗ ଅଧ୍ୟାପକ ଅଶୋକ କୁମାର ଦାସଙ୍କୁ କଲେଜ ଅଧ୍ୟକ୍ଷ ଦାୟୀତ୍ୱ ବେଆଇନ […]
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ, ସମସ୍ତ ୯ଟି ପଂଚାୟତ ସମିତି ଓ ତହସିଲ୍ କାର୍ଯ୍ୟାଳୟର କାର୍ଯ୍ୟକୁ ସମୀକ୍ଷା କରିଥିଲେ । ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାର ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ […]
କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଯଦୁପୁରୁ ଗ୍ରାମ ପଂଚାୟତରେ ସାଇ ଏଜୁକେସନାଲ ଆଣ୍ଡ ଚାରିଟେବୁଲୁ ଟ୍ରଷ୍ଟ ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଚାଷୀ ସମ୍ମାନ ପର୍ବ ଅନୁଷ୍ଠିତ ହୋଇଥରଲା । ଆଜିର ସମାଜରେ ଜଣେ ଚାଷୀ ଯେପରି ସାହାସିକତା ସହିତ ଚାଷକୁ ବୃତ୍ତି ଭାବେ ଗ୍ରହଣ କରି ଆମ ଦେଶକୁ ଖାଦ୍ୟ ଯୋଗାଇ ଦେଇଆସୁଛନ୍ତି । ସେମାନେ ତାଙ୍କର ପରିଶ୍ରମ ଓ ଦକ୍ଷତା ଯୋଗୁଁ ସମସ୍ତଙ୍କ […]
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଓଡିଶାର ଏକମାତ୍ର ପାଣି ପାଇପ କାରିଗର ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସ ଆଇ ପି ଟି )ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ସଂଜୀବ କୁମାର ରାୟସିଂହଙ୍କ ପୌରହିତ୍ୟରେ ସ୍ଥାନୀୟ ଏମଏନ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପଟ୍ଟାମୁଣ୍ଡାଇ […]
ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡା ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ ଗୁରୁବାର ସମିତି ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋତିର୍ମୟୀ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ପଟ୍ଟାମୁଣ୍ଡାଇ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରି ସ୍ଥାନୀୟ ଅଂଚଳବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜନଆରୋଗ୍ୟ ସମିତିର ସମ୍ପାଦକ ତଥା […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାର ଆଭାସୀ ଜରିଆରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଂଚାୟତରେ ଆମ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ରୋଜାଲିନ ମହାଳିକ, ନରସିଂହପୁର ପୁର ସରପଂଚ ଦିପ୍ତିମୟୀ ପରିଡା, ପି ଇ ଓ ଶ୍ରୀଚରଣ […]
କେନ୍ଦ୍ରାପଡା : ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡ଼ବ୍ଲ୍ୟ ଟି ଆଇ ) ପକ୍ଷରୁ ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ବ୍ଲକରେ କୁମ୍ଭୀର ଆକ୍ରମଣରେ ମୃତ ଓ ଆହତ ସମ୍ପର୍କରେ ସର୍ଭେ କରାଯିବା ସହିତ ଏ ଦିଗରେ ସୁରକ୍ଷିତ ରହିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ବୁଧବାର ଡ଼ ବିଶ୍ୱଜିତ ପଣ୍ଡାଙ୍କ ମାର୍ଗଦର୍ଶନ ଓ ଡ଼ବ୍ଲ୍ୟୁଟିଆଇ ପ୍ରକଳ୍ପ ମୁଖ୍ୟ ରୁତିକା ନାଥଙ୍କ ନେତୃତ୍ୱରେ ରାଜେଶ ମହାରଣା,କାହ୍ନା […]
କେନ୍ଦ୍ରାପଡା ଜିଲା ରାଜନଗର ବନଖଣ୍ଡ ଅଧିନ ଜଙ୍ଗଲ ଗୁଡ଼ିକରେ ବାରାହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଥିବା ବେଳେ ନିକଟବର୍ତି ସିମାନ୍ତ ଇଲାକା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛନ୍ତି । ଜଙ୍ଗଲ ଭିତରେ ଆବଶ୍ୟକ ଖାଦ୍ୟ ଅଭାବ ଯୋଗୁ ଖାଦ୍ୟ ଅନ୍ୱେଷଣରେ ବିଭିନ ଗ୍ରାମରେ ପ୍ରବେଶ କରି ଚାଷୀର ନିଦ ହଜେଇ ଦେଇଛନ୍ତି । ଧୋୟାଚଂଳରେ ଥିବା ବେଣା ଜଙ୍ଗଲରେ ଲୁଚିରହି ଫସଲ ନଷ୍ଟ କରିବା […]
କେନ୍ଦ୍ରାପଡା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକତରଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ଦୁର୍ନୀତି ଦାବୀରେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀପତ୍ର ଦିଆଯାଇଛି । ଗରାପୁର କଂଗ୍ରେସ କାର୍ଯ୍ୟଳୟଠାରୁ ଏକ ବିଶାଳ ବାଇକ୍ ରାଲି ବାହାରି ତିନିମୁହାଣୀ, ନୂଆ ବସ୍ଷ୍ଟାଣ୍ଡ୍ ଓ ପୁରୁଣା ବସ୍ଷ୍ଟାଣ୍ଡ୍ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲା । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁର୍ନୀତି ଓ […]
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅରୁଆ ଗ୍ରାମରେ ଥିବା ହରିହରାନନ୍ଦ ବାଳାଶ୍ରମରେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରୁ ବିଭିନ୍ନ ବ୍ଲକରେ ୧୬ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ୪ଟି ବିଭାଗରେ ବିଭକ୍ତ କରାଯାଇଛି । ‘କ’ ବିଭାଗରୁ କେନ୍ଦ୍ରାପଡା ସେଣ୍ଟ ଜାଭିୟର ହାଇସ୍କୁଲର ସାଇପ୍ରେରଣା, ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରାଜସ୍ମିତା କର ଓ ପୋଖରୀଆପଡା ନୋଡାଲ […]
Cuttack : The historic Baliyatra got off to a colorful start in Cuttack Monday evening. Finance Minister Bikram Keshari Arukha, in the presence of local MPs and MLAs, inaugurated the eight-day festival at Gadagadia Ghat on the bank of Mahanadi river, adjacent to the 10th-century Barabati Fort ruins. Spread over […]
କେନ୍ଦ୍ରାପଡ଼ା ଜିଲା ବିଭିନ୍ନ ଅଞ୍ଚଳରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ ପରିବେଶ ନଷ୍ଟ ସହିତ ଫ୍ଲାଏ ଆଶ୍ ଇଟା ନିର୍ମାତାଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଏଥିସହ ନୂତନ ଭାବେ ପରିବହନ ହେରାଫେରି ଜିଲାରେ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। କ୍ରେତାମାନେ […]










