କେନ୍ଦ୍ରାପଡା, ୫ା୧: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ ଗୋପଛକଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁନ୍ଗୋ ମୁଖ୍ୟ ଅତିଥି ଓ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ। ଚଳିତ ବର୍ଷ ପାର୍ଟିର ବର୍ଷ ବ୍ୟାପି ଶତବାର୍ଷିକ ଉତ୍ସବ ପାଳନ କରାଯାଉଥିବାରୁ ପାର୍ଟିର ଗୌରବମୟ ଐତିହ୍ୟ ଓ ଜନଗଣଙ୍କ ସ୍ୱାର୍ଥରେ ଦୀର୍ଘ ସାଲିସ ହୀନ ସଂଗ୍ରାମର ଇତିହାସ […]
featured
କେନ୍ଦ୍ରାପଡ଼ା,୫/୧-କେନ୍ଦ୍ରାପଡ଼ା ସହର ସର୍ବ ପୁରାତନ ପ୍ରସିଦ୍ଧ ଶ୍ରୀ ଶ୍ରୀ ବିନୋଦ ବିହାରୀଜୀଉଙ୍କ ମନ୍ଦିର ଗତ ୬ମାସ ତଳେ ବଜ୍ରାଘାତରେ କ୍ଷତିଗ୍ରସ୍ତ ହେବା ପରେ ଏହି ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ ଗତ ଶୁକ୍ରବାର ଦିନ ଏହି ମନ୍ଦିର ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ମନ୍ଦିରର ସୁରକ୍ଷା ଓ ଏହାର ପାରିପାଶ୍ୱର୍ିକ ବିକାଶ ନେଇ କ’ଣ କରାଯାଇପାରିବ ସେସଂପର୍କରେ ଟ୍ରଷ୍ଟବୋର୍ଡ଼ […]
କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ପ୍ରଶାସନ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ଜାରି କରିବାପରେ ଜମି ହରାଉଥିବା ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସ୍ରୁଷ୍ଟି ହୋଇଛି। ଏହାକୁ ପ୍ରଶମିତ କରିବା ପାଇଁ ଚାଷୀ ପ୍ରତିନିଧିମାନଙ୍କ ସହିତ ଜିଲ୍ଲା ପ୍ରଶାସନର ଏକ ଦ୍ୱିପାକ୍ଷିକ ଆଲୋଚନା ସଭା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିିତ ହୋଇଯାଇଛି। ପ୍ରଶାସନ ଜମି ଅଧିଗ୍ରହଣ କରିବା […]
ପଟ୍ଟାମୁଣ୍ଡାଇ ୫/୧-ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ “୨୦୩୬ସୁଦ୍ଧା ଓଡିଶା ଏକ ବିକଶିତ ରାଜ୍ୟ ହେବାର ସମ୍ଭାବନା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ବିଭାଗୀୟ ମୁଖ୍ୟ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ପ୍ରଫେସର ମିତାଲି ଚିନାରା ମୁଖ୍ୟଅତିଥି,ଭୁବନେଶ୍ୱର ଜାତୀୟ ବିଜ୍ଞାନଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ସହକାରୀ ପ୍ରଫେସର ଡ଼ […]
କେନ୍ଦ୍ରାପଡା ୪/୧-କେନ୍ଦ୍ରାପଡା ଇଭେଣ୍ଟମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଶେଷ ପ୍ରସ୍ତୁତି ବୈଠକ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ନିର୍ଦ୍ଦେଶରେ ମହୀପାଳ ସ୍ଥିତ ଟେଲିକମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକମେଳା ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ । ସଦସ୍ୟ ଶୁଭାଶୁଂ ଦାସଙ୍କ ଅଧ୍ୟକ୍ଷତାରେ ଆଜିର ବୈଠକରେ ସଭାପତି ଅକ୍ଷୟ ପାଣି ସଦସ୍ୟମାନଙ୍କୁ ସେମାନଙ୍କ ଦାୟୀତ୍ୱ ବଣ୍ଟନ କରିଥିଲେ । ଏହି […]
କେନ୍ଦ୍ରାପଡ଼ା, ୪ା୧: କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ ବିଶ୍ୱ ବ୍ରେଲୀ ଦିବସ ଓ ବ୍ରେଲୀ ଲିପିର ଜନକ ମହାତ୍ମା ଲୁଇସ୍ ବ୍ରେଲ୍ଙ୍କ ୨୧୬ତମ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍ୱପ୍ନାଂଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶିନୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ, […]
ପଟ୍ଟାମୁଣ୍ଡାଇ ତା ୪/୧-ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ , ଗାଇଡ଼ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏନ ସି ସି ଶିକ୍ଷକ ସରୋଜ କୁମାର ସ୍ୱାଇଁ, କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜିକା ଅନିତା ଧଳ, ସ୍କାଉଟ ମାଷ୍ଟର ଅନିଲ […]
ପଟ୍ଟାମୁଣ୍ଡାଇ ୨/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚାଷୀର ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡି ଦେଇଛି । ବର୍ଷା ଛାଡି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି । ବର୍ଷା ଜଳ ନିଷ୍କାସନ ପଥ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବର ଦଖଲ ହୋଇଥିବାରୁ ଚାଷ ଜମି ଗୁଡ଼ିକରେ ବର୍ଷା ପାଣି ଲହଡ଼ି ମାରୁଛି । ବର୍ଷା ପାଣିରେ ଧାନ ବୁଡିରହିଥିବାରୁ ଗଜା ବାହାରି ଗଲାଣି । ଜଳ ପ୍ରବେଶ […]
ପଟ୍ଟାମୁଣ୍ଡାଇ ୩/୧-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଏମଏନ ହାଇସ୍କୁଲ ଏନସିସି କ୍ୟାଡ଼େଟଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା ନିରାକାର ପରିଡା ଉଦଘାଟନ କରିଥିଲେ । ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଏନସିସି କାଡେଟ୍ସ ମାନଙ୍କ ଦ୍ୱାରା ହସ୍ପିଟାଲ ପରିସର ସଫେଇ ସହିତ ଏକ ପରିବେଶ ସଚେତନତା ଅଭିଯାନ କରାଯାଇଥିଲା । ଏମଏନ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ […]
ପଟ୍ଟାମୁଣ୍ଡାଇ ତା ୩/୧-ଓଡିଶାର ସର୍ବବୃହତ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ (ଗଡ଼ମେକର)ର ୧୮ତମ ଶିଶିର ଉତ୍ସବ ଓ ୩୮ତମ ବାର୍ଷିକ ଉତ୍ସବ ଅବସରରେ ନୂଆ ବର୍ଷ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ସମ୍ମୁଖ ସୁସଜ୍ଜିତ ମଞ୍ଚରେ ଗଡ଼ମେକର ପ୍ରତିଷ୍ଠାତା ନିର୍ଦେଶକ ଗୀତି କବି ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଗୀତ-ବାଦ୍ୟ, ନୃତ୍ୟ,-ନାଟ୍ୟ, ଚିତ୍ରାଦି ପଞ୍ଚକଳାକୁ ନେଇ ଗଡ଼ମେକରର ଆକାଶବାଣୀ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଚିତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ […]
କେନ୍ଦ୍ରାପଡା ୩/୦୧- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଅନ୍ନପୁର୍ଣ୍ଣା ଥୁଏଟର ପୁରୀଠାରେ ଜାତୀର ସ୍ତରୀୟ ଶ୍ରୀକ୍ଷେତ୍ର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ବସନ୍ତ କୁମାର ଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଶ୍ରୀକ୍ଷେତ୍ରରତ୍ନ ସମ୍ମାନ ଓ ଶଙ୍ଖକ୍ଷେତ୍ର ସମ୍ମାନ ଓଡିଶାରୁ ୨୦୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ରାଷ୍ଟପତି ପୁରସ୍କାର […]
କେନ୍ଦ୍ରାପଡ଼ା,୩ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ତ୍ରୟୋଦଶ ମ୍ୟାଚ୍ରେ ଗୋପବନ୍ଧୁ କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶୁକ୍ରବାର ଦିନ ଆଳି କ୍ରିକେଟ ଓ ସ୍ପୋର୍ସ କାଉନ୍ସିଲ ଏବଂ ଗୋପବନ୍ଧୁ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି […]
କେନ୍ଦ୍ରାପଡ଼ା,୨ା୧: ଜାନୁୟାରୀ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବାର ବ୍ୟବସ୍ଥା କରାଯାଇଛି । ଗୁରୁବାର ସକାଳ ସାଢେ ୧୦ଟା ବେଳେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ରଥ ଜିଲ୍ଲାର […]
କେନ୍ଦ୍ରାପଡ଼ା,୨ା୧: ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଉପଲକ୍ଷେ ଜଣ୍ଟିଲୋ ଡାକବଙ୍ଗଳା ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମତବ୍ୟକ୍ତ କରିଥିଲେ। ଜଳସମ୍ପଦ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ ଉମେଶ […]
କେନ୍ଦ୍ରାପଡା, ୧ା୧: ଗାଡି ଭଡା ବାବଦ ବକେୟା ଅର୍ଥ ଅଦାୟକୁ ନେଇ ଜଣେ ଗାଡି ମାଲିକଙ୍କୁ ହତ୍ୟା କରାଯାଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ବିରସ୍ୱତୀ ଗ୍ରାମର ନରହରି ନାଥଙ୍କ ପୁଅ କାହ୍ନୁ ଚରଣ ନାଥ ଓରଫ କାଳିଆ (୫୦) ତାଙ୍କ ଟାଟା ଏସି ଗାଡିରେ ଭଡାସୁତ୍ରରେ ସେହି ଗ୍ରାମର କେତେକ ଧାନବେପାରୀଙ୍କ ଧାନ ବିଭିନ୍ନ ସ୍ଥାନକୁ […]
କେନ୍ଦ୍ରାପଡ଼ା,୧ା୧: ବିଶ୍ୱଶାନ୍ତି ପ୍ରାର୍ଥନା ଦିବସର ମୁଖ୍ୟ କେନ୍ଦ୍ର ପୁରାଣ ପ୍ରସିଦ୍ଧ ତୁଳସୀ କ୍ଷେତ୍ର। ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଜାନୁଆରୀ ୧ ତାରିଖ ଦିନ କେନ୍ଦ୍ରାପଡ଼ା ଦିବ୍ୟଜୀବନସଂଘ ପକ୍ଷରୁ ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ଅତି ଭକ୍ତିପୂତ ପରିବେଶରେ ପାଳିତ ହୋଇଯାଇଛି।ମହାମନ୍ତ୍ର ମୃତ୍ୟୁଞ୍ଜୟ ମନ୍ତ୍ର, ନାରାୟଣ ମନ୍ତ୍ର, ଦେବୀମନ୍ତ୍ର ଜପ ସହିତ ବିଶ୍ୱ ପ୍ରାର୍ଥନା ଆବୃତ୍ତିି କରାଯାଇଥିଲା। ଅତିରିକ୍ତ […]
କେନ୍ଦ୍ରାପଡ଼ା,୧ା୧: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଷ୍ଟାଫ୍ କମିଟି ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଇଂରାଜୀ ନବବର୍ଷ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ଷ୍ଟାଫ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଆରମ୍ଭ ହୋଇଥିଲା ଏକ ନିଆରା ଓ ମାନବଧର୍ମୀ ମହତ କାର୍ଯ୍ୟ “ରକ୍ତଦାନ ଶିବିର”। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏହାକୁ ଶୁଭ ଉଦ୍ଘାଟନ କରିବା ସହ ଏଭଳି ମହତ କାର୍ଯ୍ୟ ପାଇଁ ଷ୍ଟାଫ୍ […]
ପିଲାବେଳେ ଶୁଣିଥିଲୁ “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି । ହେଲେ ଭାରତରେ ଏବେ ଏହିଭଳି ପଦ ଗାଇବାକୁ କ୍ୱଚିତ୍ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ଦୃଷ୍ଟାନ୍ତ ସରକାରୀ ତଥ୍ୟ ଓ ଉଚ୍ଚ ପଦବୀରେ ଥିବା ଲୋକଙ୍କ ବକ୍ତବ୍ୟରୁ ପ୍ରମାଣ ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବ ସମୟକୁ ଦେଖିଲେ ସର୍ବଦା ଦେଶପ୍ରେମ, ବିକାଶ ଓ ଅଗ୍ରଗତିର ଧ୍ୱନି ଦେଇ ଜନସାଧାରଣଙ୍କ […]
କେନ୍ଦ୍ରାପଡ଼ା,୩୧ା୧୨: ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଧାନ ଓ ପରିବା ଚାଷୀଙ୍କୁ ଭେଟି ସେମାନଙ୍କ ଦୁଃଖ ବୁଝିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଓ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ କ୍ଷତିଗ୍ରସ୍ତ ଶସ୍ୟ କ୍ଷେତ୍ର ବୁଲି ଦେଖିଥିଲେ। ସାଂସଦ ଶ୍ରୀ ପଣ୍ଡା ଜଜାଙ୍ଗର ଜେନା ପୋଖରୀ ପଡିଆରେ ହେଲିକପ୍ଟରରୁ ଓହ୍ଲାଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳ ବୁଲିଥିଲେ। ଏହି […]
କେନ୍ଦ୍ରାପଡ଼ା, ୩୧ା୧୨: ଲଗାଣବର୍ଷାରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ହୋଇଥିବା ଫସଲହାନୀ ଜନିତ କ୍ଷୟକ୍ଷତିର ତଦନ୍ତ ରିପୋର୍ଟ ବୁଧବାର ସନ୍ଧ୍ୟା ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏସମ୍ପର୍କିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏଭଳି ନିର୍ଦେଶ ଦେଇଥିଲେ। ବୈଠକରେ ଉପସ୍ଥିତ ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ […]
ପଟ୍ଟାମୁଣ୍ଡାଇ ୩୧/୧୨ -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଶ୍ୟାମସୁନ୍ଦ୍ରପୁର ଏକ ପଡ଼ିଆଠାରେ ଅପରାହ୍ନ ୨ ଟା ୨୦ମିନିଟ ସମୟରେ ହେଲିକପ୍ଟର ଯୋଗେ ଅବତରଣ କରିବାପରେ ବିଜେଡି ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ। ହଜାର ହଜାର ଚାଷୀ […]
କେନ୍ଦ୍ରାପଡ଼ା,୩୦ା୧୨: ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲାରେ ଧାନମଣ୍ଡି ଗୁଡିକରେ ଧାନ କ୍ରୟ ନିମନ୍ତେ ୪ଟି ପ୍ରାଥମିକ କୃଷି ସମବାୟ ସମିତିର ଚାଷୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତି ସମୁହର ଉପସହକାରୀ ନିବନ୍ଧକ ଅଜୟ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ବେଷାମରିକ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ, କେନ୍ଦ୍ରାପଡା ବ୍ଲକର […]
କେନ୍ଦ୍ରାପଡା,୩୦ା୧୨: ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ଜାନୁଆରୀ ପହିଲାରେ କେନ୍ଦ୍ରାପଡାର ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ପୀଠରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରାର୍ଥନା ଦିବସ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ସେହି ଦିନ ପୂର୍ବାହ୍ନ ୮ଟା ସମୟରେ ଶ୍ରୀଜୀଉଙ୍କ ରଥଦାଣ୍ଡରେ […]
କେନ୍ଦ୍ରାପଡ଼ା, ୩୦ା୧୨: ଦରିଆ ରାମଚଣ୍ଡୀ ପୀଠ, ରାମନଗର ଅଞ୍ଚଳର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ ଭାବେ ରାଜା ରାଜୁଡ଼ା ସମୟରୁ ଜଣାଶୁଣା ରହିଛି । ଆଉ ୧୯୭୨ ମସିହା ଠାରୁ ଏହି ପୀଠ ଦେବୋତ୍ତର ବିଭାଗ ଅଧୀନରେ ରହି ଆସିଛି। କିନ୍ତୁ ନିୟମ ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ନୂଆ ଟ୍ରଷ୍ଟବୋର୍ଡ ଗଠନ ହେବା କଥା। ହେଲେ ଦିର୍ଘ ବର୍ଷ ଧରି ଏହି ନିୟମକୁ ପାଳନ କରାଯାଉନାହିଁ। ଅର୍ଥାତ […]
