କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ହୋଇଥିବା ସୁନାର ଫସଲ(ଧାନ ଚାଷ) ଏବେ ବିଲରେ ଭିଜୁଛି। କାରଣ ଲଘୁଚାପ ଜନିତ ବର୍ଷା ଗତ ୫ ଦିନ ଧରି ଲାଗି ରହିଛି। ଏହା ଫଳରେ ବିଲରେ ଅମଳ ହେବାକୁ ଥିବା ଧାନ ଏବେ ବର୍ଷାରେ ଭିଜୁଛି। ଅନେକ ସ୍ଥାନରେ ଧାନରେ ଗଜା ବାହାରିଲାଣି। ଏଭଳି ଅବସ୍ଥା ଦେଖି ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀମାନେ ବିଲରେ ୩୦ ଭାଗ ଧାନ […]
featured
କେନ୍ଦ୍ରାପଡ଼ା ତା-୨୭/୧୨ “ମୁଳନିବାସୀ ୟୁନାଇଟେଡ଼୍ ଫୋରମ୍ ଓଡ଼ିଶା” କେନ୍ଦ୍ରାପଡ଼ା ଜିଲ୍ଲା ଓ ଏହାର ବହୁ ସହଯୋଗୀ ସଂଗଠନ ସମୂହର ଶତାଧିକ କର୍ମକର୍ତା ଏକତ୍ର ହୋଇ “ଗଣ ଧାରଣା ଓ ପ୍ରତିବାଦ ସଭା” ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଟିତ ହୋଇଅଛି। ଆଧୁନିକ ଭାରତର ନିର୍ମାତା, ବିଶ୍ୱଜ୍ଞାନୀ, ସମ୍ବିଧାନର ପ୍ରଣେୟତା ତଥା ଭାରତରତ୍ନ ବାବାସାହେବ ଡ଼କ୍ଟର ଭି.ଆର୍ ଆମ୍ବେଦକରଙ୍କୁ ନେଇ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଗତ ୧୭ ତାରିଖରେ ସଂସଦରେ ନିଜ […]
ପଟ୍ଟାମୁଣ୍ଡାଇ ତା ୨୭/୧୨-ପୁରୀ ନୀଳାଚଳ ସାରସ୍ୱତ ସଂଘର ଶାଖା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ସାରସ୍ୱତ ସଂଘ ର ବାର୍ଷିକ ଉତ୍ସବ ନିଗମାନନ୍ଦ ଆସନ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଇ ଅବସରରେ ଏକ ସୁସଜ୍ଜିତ ଆସନ ମଣ୍ଡପରେ ଠାକୁରଙ୍କୁ ଉପବିଷ୍ଟ କରାଯାଇ ଷୋଡଶ ଉପଚାର ପୂଜା, ଆଳତି ସ୍ରୋତ ବନ୍ଦନା,ପ୍ରାର୍ଥନା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପୁରୀ ନୀଳାଚଳ ସାରସ୍ୱତ ସଂଘ ପରିଚାଳକ […]
ପଟ୍ଟାମୁଣ୍ଡାଇ ତା ୨୭/୧୨-ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ ମନମୋହନ ସିଂଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶୋକ ସଭା କରାଯାଇଛି । ଜିଲ୍ଲା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସତ୍ୟପ୍ରିୟ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ , ଧନେଶ୍ୱର ଦାସ, ରବି ନାରାୟଣ ମିଶ୍ର, ଅଶ୍ୱିନୀ ପାତ୍ର, ଜିଲ୍ଲା କଂଗ୍ରେସ ଦଳିତ ସେଲ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ […]
ପଟ୍ଟାମୁଣ୍ଡାଇ ୨୭/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଏ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିନାହିଁ। ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷାପରେ ଧାନବିଲ ବୁଡିିରହିଛି । ଗୁରୁବାର ପାଗ ଶୁଖିଲା ଥିବାରୁ କିଛି କଚଡା ଉଚ୍ଚ ସ୍ଥାନକୁ ଆସିଛି । ମାତ୍ର ଶୁକ୍ରୁବାର ଠାରୁ ପଟ୍ଟାମୁଣ୍ଡାଇ ଅଂଚଳର ବହୁଚାଷୀ ମେସିନରେ ଧାନକାଟି ଖୋଲା ଆକାଶ ତଳେ ଧାନବସ୍ତା ଅମଳ କରି ଜଗି ରହିଛନ୍ତି। ଚାଷୀ ଋଣ ଏବଂ କରଜ […]
ଭୁବନେଶ୍ୱର,୨୭/୧୨- ଗତ କିଛି ଦିନ ହେବ ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୁରୁବାର ଦିନରୁ ପାଗ ଶୁଖଲା ରହିଥିଛି ।ଏବେ ପୁଣି ଏକ ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ […]
ନୂଆଦିଲ୍ଲୀ,୨୬/୧୨-ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସନ୍ଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରାତି ପ୍ରାୟ ୯ଟା ୫୧ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ରୂପେ ମନମୋହନ […]
ଭୁବନେଶ୍ୱର,୨୬/୧୨-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଦିନିଆ ବର୍ଷା ଜନିତ ଫସଲ ହାନି ହୋଇଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ ପଞ୍ଜୀକୃତ ଚାଷୀ, ବୀମା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ କୃଷି ରକ୍ଷକ ଆପ୍ (Krishi Rakshak App) କିମ୍ବା ହେଲ୍ପ ଲାଇନ […]
ପଟ୍ଟାମୁଣ୍ଡାଇ ୨୬/୧୨ – ମୃତ୍ୟୁ କେତେବେଳେ ଆସେ କେହି କହିପାରିବେ ନାହିଁ । କଥାରେ ଅଛି ନିଶ୍ୱାସକୁ ବିଶ୍ୱାସ ନାହିଁ । ସେଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଘଟିଛି ଓ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବାହାରିଥିବା ସ୍ୱାମୀ ହଠାତ ସ୍ତ୍ରୀଙ୍କ ମୃତ୍ୟୁ ଯୋଗୁଁ ଅଯୋଧ୍ୟା ଦର୍ଶନ ଅଧୁରା ରହିଯାଇଛି । ପ୍ରକାଶ ଯେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ […]
କେନ୍ଦ୍ରାପଡା,୨୬ା୧୨: ଫସଲ କ୍ଷୟକ୍ଷତି ଦେଖି ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ମୃତ ଚାଷୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗ୍ରାମର ଭାବଗ୍ରାହୀ ମଲ୍ଲିକ(୫୨)। ଭାବଗ୍ରାହୀ ଦେଢ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ଲଘୁଚାପ ଜନିତ ବର୍ଷା ତାଙ୍କ ସୁନାର ଫସଲକୁ ଉଜାଡି ଦେଇଥିଲା। ଗୁରୁବାର ବର୍ଷା ଛାଡିଯିବା ପରେ ଶ୍ରୀ ମଲ୍ଲିକ ନିଜ ବିଲକୁ ଫସଲ ଦେଖିବାକୁ ଯାଇଥିଲେ। କିନ୍ତୁ […]
କେନ୍ଦ୍ରାପଡ଼ା,୨୬ା୧୨: ଭୁଲ ଇଞ୍ଜେକସନ ଦେଇ ନାବାଳକକୁ ହତ୍ୟା କରିଥିବା ଡା. କିଶୋର ମିଶ୍ରଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ନାବାଳକ ସୂର୍ଯ୍ୟକାନ୍ତର ପରିବାର ପକ୍ଷରୁ ଗୁରୁବାର ଧାରଣା ଦିଆଯାଇଛି। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ନାବାଳକ ସୂର୍ଯ୍ୟକାନ୍ତଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଠିକ ଇଞ୍ଜେକସନ ଦିଆଯାଇଥିଲେ ସେ ସୁସ୍ଥ ହୋଇଯାଇଥାନ୍ତା। କିନ୍ତୁ ଡାକ୍ତର ମିଶ୍ର ସୂର୍ଯ୍ୟକାନ୍ତଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ। ତେଣୁ ଭୁଲ ଇଞ୍ଜେକସନ […]
ପଟ୍ଟାମୁଣ୍ଡାଇ ତା ୨୬/୧୨- ପଟ୍ଟାମୁଣ୍ଡାଇ କଲେଜ ସାଂସ୍କୃତିକ ସଂସଦ ପକ୍ଷରୁ ଏକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତାକୁ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜ୍ଞାନ ରଞ୍ଜନ ପରିଡା ଓ ଭାସ୍କର ବେହେରା ବିଚାରକ ଭାବେ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ । ସାଂସ୍କୃତିକ ସଂସଦ […]
ବିଜେଡି ପ୍ରତିଷ୍ଠା ଦିବସରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ନବୀନ କହିଛନ୍ତି, ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ନେଇ ବିଜୁ ପ୍ରେମୀମାନେ ବିଜୁ ଜନତା ଦଳ ଗଠନ କରିଥିଲେ। ସେତେବେଳେ ବହୁ ଲୋକ କହିଥିଲେ ଏଥର ବିଜେଡି ଆଗୁ ବଢିପାରିବ ନାହିଁ କି ସଫଳ ହେବ ନାହିଁ। […]
ପଟ୍ଟାମୁଣ୍ଡାଇ ତା ୨୬/୧୨-ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହ ଗରିବ ଖଟିଖିଆ ସାଧାରଣ ଜନତାର ସ୍ୱାର୍ଥ ଓ ଅଧିକାର ପାଇଁ ବିଜେଡି ନବୀନ ପଟନାୟକଙ୍କ ନେତୃତ୍ୱରେ ରାଜରାସ୍ତାରେ ଲଢେଇ କରିବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଡିଭାଇନ ପ୍ୟାଲେସ ଠାରେ ଆୟୋଜିତ ବିଜେଡି କର୍ମୀ ସମାବେଶରେ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ […]
କେନ୍ଦ୍ରାପଡ଼ା,୨୬ା୧୨: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୁରୁବାର ଅଣୁ କବି ବ୍ରହ୍ମାନନ୍ଦ ଦାସଙ୍କ ଊନବିଂଶ ପୁଣ୍ୟତିଥି ଉପସଭାପତି ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ତାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅଣୁ କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । […]
କେନ୍ଦ୍ରାପଡ଼ା,୨୬ା୧୨: ଗୁରୁବାର କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡିର ୨୮ତମ ଜନ୍ମତିଥି ମୁନିସିପାଲିଟି ଟାଉନ୍ ହଲଠାରେ ଜିଲ୍ଲା ବିଜଡେି ସଭାପତି ଧିରେନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜନ୍ମ ଉତ୍ସବ ପାଳନ ପୂର୍ବରୁ ନୂଆ ବସ୍ଷ୍ଟାଣ୍ଡ ଓ ଖଡିଅଙ୍ଗଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସଭା ଆରମ୍ଭରେ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା […]
କେନ୍ଦ୍ରାପଡ଼ା,୨୫ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ଊତ୍ସବରେ ସଂଗଠନର ବରିଷ୍ଠ ସଦସ୍ୟ ତଥା ପ୍ରତିଷ୍ଠାତା ଉପଦେଷ୍ଠା ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱ କରି କହିଥିଲେ ଯେ ପ୍ରାକ୍ତନ ଶିକ୍ଷା ପରିଦର୍ଶକ ମନମୋହନ ସ୍ୱାଇଁ ଜଣେ ସୁନାମ ଧନ୍ୟ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଗରଦପୁର ପାଟକୁଳ […]
କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡମାଣିତିଆ ଗ୍ରାମର ସମାଜସେବୀ ସ୍ୱର୍ଗତ ପ୍ରଭାକର ପରିଡାଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବଡମାଣିତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ୭ନମ୍ବର […]
କେନ୍ଦ୍ରାପଡା,୨୫ା୧୨: ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନଜନକ ବକ୍ତବ୍ୟ ପ୍ରତିବାଦରେ ନିଖିଳ ଭାରତ ସମତା ସୈନିକ ଦଳ ଓଡିଶା ଶାଖା ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମତା ସୈନିକ ଦଳ ଓଡିଶା ଶାଖାର ସଭାପତି ସୁଧିର କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ […]
ପଟ୍ଟାମୁଣ୍ଡାଇ ତା ୨୫/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ହାଇସ୍କୁଲର ୨୦୦୧ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପବିତ୍ର ବଡଦିନ ଅବସରରେ ନିଆରା ବନ୍ଧୁମିଳନ ଉତ୍ସବ ଆୟୋଜନ କରାଯାଇ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଉପଲକ୍ଷେ ପୁରାତନ ଛାତ୍ର ସଂସଦ ସଭାପତି ଆଡ଼ଭୋକେଟ ମନୋଜ କୁମାର ନାୟକଙ୍କ ପୌରହିତ୍ୟରେ ବକ୍ତାରପୁର ହାଇସ୍କୁଲ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ବକ୍ତାରପୁର ହାଇସ୍କୁଲ ପ୍ରଧାନଶିକ୍ଷକ […]
ଭୁବନେଶ୍ୱର ୨୫/୧୨-ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା । କେନ୍ଦ୍ରାପଡା ସର୍ବାଧିକ ୧୨୫ ମିଲିମିଟର ବର୍ଷା ରେକର୍ଡ । ୨୭ ତାରିଖ ସକାଳ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ବର୍ଷା ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ନେଇ ୨୪ ଘଣ୍ଟା ପର୍ଯ୍ୟନ୍ତ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ୱେଲମାର୍କ ଲୋପ୍ରେସର ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ଜାରିଛି । ଆସନ୍ତା […]
ଅନ୍ୱେଷଣ ବ୍ୟୂରୋ ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ । କରୋନା କାଳରେ ବ୍ୟବହାର ହେଉଥିବା ମାକ୍ରୋଲାଇଡ୍ସ୍, ଆଜିଥ୍ରୋମାଇସିନ୍ ଆଉ କାମ ଦେଉନି । ଏହାର ଉପଚାର ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ୩୦ ବର୍ଷର ଗବେଷଣା ପରେ ଆବିଷ୍କାର ହୋଇଛି ନୂଆ ଆଂଟିବାୟୋଟିକ୍ ନାଫିଥ୍ରୋମାଇସିନ୍ । ଯାହାକି ଶ୍ୱାସ ଜନିତ ସଂକ୍ରମଣ ରୋଗ ଓ ଅନ୍ୟ ସଂକ୍ରମଣ ଜନିତ ରୋଗକୁ ଭଲ […]
ନୂଆଦିଲ୍ଲୀ, ୨୪ା୧୨ ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ହରିବାବୁଙ୍କୁ ନିଯୁକ୍ତି ଦେଇଥିବା ବେଳେ ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି। ସେହିଭଳି ଓଡ଼ିଶା ସମେତ ଆଉ ୪ ରାଜ୍ୟରେ ମଧ୍ୟ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଜେନେରାଲ ବିଜୟ କୁମାର ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ କେରଳ […]
ପଟ୍ଟାମୁଣ୍ଡାଇ ୨୪/୧୨ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚ ପଦ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବଡପଡା ପଂଚାୟତ ସରପଂଚ ଆସନ ପାଇଁ ଆସନ୍ତା ଜାନୁଆରୀ ୨୮ ତାରିଖ ଉପନିର୍ବାଚନ ଅନୁଷ୍ଠିତ ହେବ । ଏ ନେଇ କମିଶନର ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା […]
