କେନ୍ଦ୍ରାପଡା,୨୭ା୨: ଏକ ଲାଞ୍ଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ଏଣ୍ଡର ଗ୍ରାମପଞ୍ଚାୟତର ପୂର୍ବତନ ଜି.ଆର.ଏସ ଥିବା ବେଳେ ଏକ ସିମେଣ୍ଟ କଂକ୍ରୀଟ ରାସ୍ତାର ନିର୍ମାଣ […]

କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ୧୦ଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ କରାଯିବାକୁ ଦାବି ହୋଇଛି। ଏନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ସଭାପତି ବ୍ରଜସୁନ୍ଦର ଭୂୟାଁଙ୍କ ନେତୃତ୍ୱରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଆଳି ବ୍ଲକ ଅନ୍ତର୍ଗତ ନୂଆପଡା, ବାଟିପଡା, ସାନମଙ୍ଗ, ସହିରା, ପତ୍ରପୁର, ନରେନ୍ଦ୍ରପୁର, ସିଙ୍ଗିରି, […]

କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଏକ ଆତ୍ମସୁରକ୍ଷା ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍‌ଙ୍କ ପୌରହିତ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବୋଷ୍ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ନାରୀ ଶକ୍ତିଶାଳୀ, ସେ ମାନସିକ ସ୍ତରରେ ଶକ୍ତିଶାଳୀ, କେବଳ ନିଜ ଉପରେ ବିଶ୍ୱାସ ରଖି ଏବଂ ଆତ୍ମସୁରକ୍ଷାର କୌଶଳଗୁଡିକ ପ୍ରୟୋଗ କରି […]

କେନ୍ଦ୍ରାପଡା ୨୭/୨ – କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ଅନୁଷ୍ଠାନ ‘ପୁନର୍ବାସ’ ପକ୍ଷରୁ ଚଳନଶକ୍ତି ବାଧିତ ଡେରାବିଶ ବ୍ଲକ ହରିଅଙ୍କ ଗ୍ରାମର ପାରାକ୍ରୀଡାବିତ୍ ବଲରାମ ସ୍ୱାଇଁଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ଉଦ୍ଭାଭିତ ଆତ୍ୟାଧୁନିକ ନିଓମୋସନ ବ୍ୟାଟେରୀ ସ୍କୁଟି ପ୍ରଦାନ କରାଯାଇଛି। ପୁନର୍ବାସ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି […]

କେନ୍ଦ୍ରାପଡା,୨୭ା୨: କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରଠାରେ ରେଳବାଇର ନୂତନ ଟିକେଟ୍ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ରଞ୍ଜନ ପରିଡା, ରେଳବାଇର ଷ୍ଟେସନ ମାଷ୍ଟର କାହ୍ନୁଚରଣ ସେଠୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମ୍ୟାନେଜର ମନୋରଞ୍ଜନ ସେଠୀ, ସରପଞ୍ଚଙ୍କ ପ୍ରତିନିଧି ଲୋହିତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ […]

କେନ୍ଦ୍ରାପଡା,୨୭ା୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସାଇ ମନ୍ଦିରରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ତତ୍ୱାବଧାନରେ ଜାଗର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିନସାରା ବିଧି ଅନୁସାରେ ସାଇ ମନ୍ଦିର ସମସ୍ତ ପୂଜାର୍ଚ୍ଛନା ହେବାପରେ ସନ୍ଧ୍ୟା ସମୟରେ ଆଳତୀ କରାଯାଇଥିଲା । ଏହି ଉପଲକ୍ଷେ ସ୍ୱରତୀର୍ଥ ସାସ୍କୃତିକ ଅନୁଷ୍ଠାନର ବିଶିଷ୍ଟ କଣ୍ଠଶିଳ୍ପୀ ରବିନ୍ଦ୍ର ମିଶ୍ର ଓ ସାଥୀମାନଙ୍କ ଦ୍ୱାରା ସାଇ ଭଜନ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଉପବାସ ରହି ଓ ଉଜାଗର […]

କେନ୍ଦ୍ରାପଡ଼ା,୨୭ା୨: ଗତକାଲି କେନ୍ଦ୍ରାପଡ଼ା ନିକଟସ୍ଥ ବାରୁଅ ଗ୍ରାମ ଇଟ୍ଟୀପୁର ପ୍ରସିଦ୍ଧ ଗିରିମଠ ପରିସରରେ ଚଳିତ ବର୍ଷ -୨୦୨୫ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବାର୍ଷିକ ଯଜ୍ଞ ଉତ୍ସବ, ଆଧ୍ୟାତ୍ମିକ ସଭା, ସମ୍ବର୍ଦ୍ଧନାସଭା, ଭଜନ କାର୍ଯ୍ୟକ୍ରମ ଇତ୍ୟାଦି ସ୍ଥାନୀୟ ମହାଦେବ ସେନା ତରଫରୁ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଆଇନଜୀବୀ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ବିଶିଷ୍ଟ ଅତିଥି କନିକା […]

କେନ୍ଦ୍ରାପଡା୨୬/୨-କେନ୍ଦ୍ରାପଡା କଜଳା ବିଲେଶ୍ୱର ମହାଦେବଙ୍କ କାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତ ୪ଟା ସମୟରେ ମହାସ୍ନାନ କାରାଯାଇ ପ୍ରାତ ୫ଟା ସମୟରେ ମଙ୍ଗଳା ଆରତି କାରାଯିବା ପରେ ବଡସିଂହାର ବେଷ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ମହାଦେବଙ୍କୁ ଦର୍ଶନକରି ଜାଗର ବ୍ରତ ପାଳନ କରିଥିଲେ । ସେହିପରି ସଂନ୍ଦ୍ୟା ୮ଟାରେ ମହାଦେବଙ୍କ ମହାଅଭିଷେକ କରାଯାଇଥିଲା । ମନ୍ଦିର ପରିସରରେ ବହୁଭକ୍ତ ଦିନସାରା […]

ପଟ୍ଟାମୁଣ୍ଡାଇ ତା ୨୬/୨-ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପବିତ୍ର ମହାଶିବରାତ୍ରି ଓ ଜାଗର ଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ପ୍ରସିଦ୍ଧ ଶୈବ ପୀଠ ଚନ୍ଦନନଗର ଚନ୍ଦ୍ରମଉଳି ପୀଠରେ ମହାଶିବ ରାତ୍ରି ଉପଲକ୍ଷେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଆଜି ପ୍ରତ୍ୟୁଷରୁ ପୂଜକ ପଣ୍ଡାମାନଙ୍କ ଦ୍ୱାରା ପ୍ରଭୁ ଚନ୍ଦ୍ରମଉଳି ମହାଦେବଙ୍କ ପୂଜାର୍ଚନା ଯଥାବିଧି ସମ୍ପନ୍ନ କରାଯାଇଥିଲା ।  ପ୍ରଭୁଙ୍କ ଦର୍ଶନ […]

କେନ୍ଦ୍ରାପଡା,୨୬ା୨: ତୁଳସୀ କ୍ଷେତ୍ରରେ ବୁଧବାର ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ନୀତି ଧୁମ୍‌ଧାମରେ ପାଳିତ ହୋଇଯାଇଛି। କ୍ଷେତ୍ର ମଧ୍ୟସ୍ଥ ବ୍ୟକଣ୍ଠେସ୍ୱର, କାଶୀବିଶ୍ୱନାଥ, ସିଦ୍ଧେଶ୍ୱ. ୟେଶାନିଶ୍ୱର୍‌, କ୍ଷେତ୍ର ପାର୍ଶ୍ୱବର୍ତ୍ତୀ ବୈଦ୍ୟନା. ଦେଉଳେଶ୍ୱର, ଦଣ୍ଡେଶ୍ୱର କୁମାରେଶ୍ୱର୍ ଭରତପୁରର ବଟେଶ୍ୱର ଓ ପ୍ରସିଦ୍ଧ ଅମରେଶ୍ୱର ପ୍ରଭୃତି ମନ୍ଦିରରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି। ସକାଳୁ ପ୍ରଭୁ ମହେଶ୍ୱରଙ୍କର ନୀତିକାନ୍ତି କରାଯିବା ପରେ ବେଲପତ୍ର ଅର୍ପଣ ରୁଦ୍ରାଭିଷେକ, ହୋମଯଜ୍ଞ, ନାମଯଜ୍ଞ, ଭଜନ ଓ କୀର୍ତ୍ତନ କରାଯିବା […]

କେନ୍ଦ୍ରାପଡା,୨୫ା୨: ଏକ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଅତିରିକ୍ତ ଜିଲ୍ଲାଜଜ ତ୍ରିବିକ୍ରମକେଶରୀ ଚିନ୍ନାରା ଦୋଷୀଙ୍କୁ ସାଢେ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜନୈକ ଲୋକଙ୍କର ଗତ ୨୮.୧୧.୨୦୧୫ରିଖରେ ଏକ ସାଇକେଲ ଚୋରି ହୋଇଥିଲା। ଏନେଇ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ସେହି ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପଚରାଉଚୁରା କରିବାରେ ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ […]

କେନ୍ଦ୍ରାପଡ଼ା, ୨୫/୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ଗୋବରୀ ନଦୀ କୂଳରେ ଅବସ୍ଥିତ ଶ୍ରୀ ଶ୍ରୀ ତ୍ରିବାଙ୍କେଶ୍ୱର ଶିବ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ରବିବାର ଦିନ ଅଙ୍କୁରାରୋପାଣ କରାଯାଇଥିଲା । ସୋମବାର ଦିନ ପ୍ରାପ୍ତ ସମୟରେ ଭକ୍ତମାନଙ୍କ ଦ୍ୱାରା ହନୁମାନ ମନ୍ଦିର ନିକଟ ଗୋବରୀ ଘାଟରୁ କଳସରେ ପାଣି ଆଣି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ […]

କେନ୍ଦ୍ରାପଡା: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟରାଷ୍ଟ୍ର ଚାରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ସ୍ଥାନୀୟ ପବ୍ଲିକ୍ ରିଡ଼ିଙ୍ଗରୁମ୍ ଠାରେ ମହାକୁମ୍ଭ କବିତା ଆସର ଅନୁଷ୍ଠିତ ହୋଇଯାଇଛି । “ମହାକୁମ୍ଭ କବିତା ନୈବେଦ୍ୟ’ ଶୀର୍ଷକ ଏହି ଆସରକୁ ବିଶିଷ୍ଟ କବି ଡାକ୍ତର ଅମିୟ ରଞ୍ଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ମହାକୁମ୍ଭ ବିଶ୍ୱଭାତୃତ୍ୱର ଏକ ମହାପର୍ବ ବୋଲି ମତବ୍ୟକ୍ତ କରିଥିଲେ । ସେ ଏହା ମଧ୍ୟ କହିଲେ, କେବଳ ସନାତନୀ […]

କେନ୍ଦ୍ରାପଡ଼ା,୨୪ା୨: କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ତିନିମୁହାଣୀ ଚଟିପୋଲ ନିକଟ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ କଟକ- ଚାନ୍ଦବାଲି ରାଜପଥରେ ଏକ ହାଇୱା ଧକ୍କାରେ ସୋମବାର ପୂର୍ବାହ୍ଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ମହିପାଳ ଅଞ୍ଚଳର ଶ୍ରଦ୍ଧାଞ୍ଜଳୀ ପୃଷ୍ଟି(୩୨)। ମହିଳା ଜଣକ ନିଜର ୪ ବର୍ଷର ପୁତ୍ର ସହ ସ୍ୱାମୀ କାମାକ୍ଷା ପ୍ରସାଦ ସାହୁଙ୍କ ସହିତ ସ୍କୁଟିରେ ବସି […]

କେନ୍ଦ୍ରାପଡ଼ା,୨୪ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ମ୍ୟାଚ୍ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଶିଷ୍ଟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲା ପରିଷଦ ସଭାପତି […]

କେନ୍ଦ୍ରାପଡ଼ା,୨୪ା୨: ରାଜ୍ୟର ଅଗ୍ରଣୀ ସମବାୟ ଅନୁଷ୍ଠାନ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୩୮ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟାଙ୍କର ଅଂଶୀଦାର, ଜମାକାରୀ, ଗ୍ରାହକ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ବ୍ୟକ୍ତ କରିଥିଲେ । ପ୍ରଥମେ ଓଡିଶାର ସମବାୟ ଆନ୍ଦୋଳନର ପୁରୋଧା […]

ପଟ୍ଟାମୁଣ୍ଡାଇ ତା ୨୪/୨- ହରା ଭାରତ ଓ ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉତ୍କଳ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଦୀପକ ବେହେରା (ହୃଦରୋଗ ବିଶେଷଜ୍ଞ), ଡାକ୍ତର ଦୀପକ ମହାପାତ୍ର (ଭେଷଜ ବିଶେଷଜ୍ଞ), ଅମିତ୍ କୁମାର ସିଂହ (ଅସ୍ଥିଶଲ୍ୟ ବିଶେଷଜ୍ଞ) ପ୍ରମୁଖ ଯୋଗ ଦେଇ ୧୦୦ ରୁ ଉର୍ଦ୍ଧ ରୋଗୀଙ୍କର ରକ୍ତଚାପ, ମଧୁମେୟ ଓ ଇ ସି […]

କେନ୍ଦ୍ରାପଡ଼ା,୨୩ା୨: କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଏକ ବନ୍ଧୁତ୍ୱପୂର୍ଣ୍ଣ ବାଳିକା ଫୁଟବଲ ମ୍ୟାଚ୍ ରବିିବାର ସନ୍ଧ୍ୟାରେ ଅନୁଷ୍ଠିିତ ହୋଇଯାଇଛି। ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ବରିଷ୍ଠ ଉପଦେଷ୍ଟା ସୟଦ ଅବଦୁଲ ସତ୍ତାର,କ୍ଲବର ଉପସଭାପତି ମୀର ବକ୍କାଉଲ୍ଲା […]

କେନ୍ଦ୍ରାପଡା,୨୩ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗଣ୍ଡାଖିଆ ଠାରେ ମୁର୍ଛନା ଏବଂ ଓଡିଶା କଲଚର ଆର୍ଟ ଏକାଡେମୀ, ଓଡିଶା ପକ୍ଷରୁ ଗୋବରୀ ମହୋତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ମୁର୍ଛନାର ନିର୍ଦେଶକ ବସନ୍ତ କୁମାର ଦାସଙ୍କ ପୈାରହିତ୍ୟରେ ଏବଂ ସଂଗୀତ ନିର୍ଦେଶକ ଦୀନେଶ ମଲ୍ଲିକଙ୍କ ସଂଯୋଜନାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଶିକ୍ଷାବିତ ତଥା ସମାଜସେବୀ ଶଶଧର ପଣ୍ଡା ମୁଖ୍ୟଅତିଥି, ବିଶିଷ୍ଟ ସମାଜସେବୀ ତପନ କୁମାର ଦାସ ମୁଖ୍ୟବକ୍ତା, ରାଜ୍ୟ ସଂସ୍କୃତି […]

କେନ୍ଦ୍ରାପଡ଼ା,୨୩ା୨: ପାରାଦ୍ୱୀପ-ହରିଦାସପୁର ରେଳପଥରେ କେନ୍ଦ୍ରାପଡା ଷ୍ଟେସନ୍‌ରୁ କଟକରୁ ଭୁବନେଶ୍ୱର ଡେଲି ପାସେଞ୍ଜର ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ସମାଜସେବୀ ସମୀର ଚାନ୍ଦ କେନ୍ଦ୍ରାପଡା ଷ୍ଟେସନ୍ ମାଷ୍ଟର୍ କାହ୍ନୁଚରଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡା ସାଂସଦ, କେନ୍ଦ୍ରାପଡା ବିଧାୟକଙ୍କୁ ଦାବିପତ୍ର ଦେଇଛନ୍ତି । ପ୍ରତ୍ୟେକ ଦିନ କଟକ, ଭୁବନେଶ୍ୱରକୁ ରେଳ ଚାଲିଲେ । ସାଧାରଣ ଲୋକେ ଅନେକ ଉପକୃତ ହେବେ । କଟକ, ଭୁବନେଶ୍ୱରରେ […]

ପଟ୍ଟାମୁଣ୍ଡାଇ ୨୨/୨ – ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବିଲିକଣା ପଂଚାୟତ ଧଣିଆପଲ୍ଲୀ ଗ୍ରାମରେ ଶନିବାର ଏକ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି । ଗ୍ରାମାଂଚଳ ଥାନା ପୋଲିସ ଏ ସମ୍ପର୍କରେ ମାମଲା ୭୦/୨୦୨୫ ରୁଜୁ କରି […]

କେନ୍ଦ୍ରାପଡା,୨୨ା୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦ୍ଦେଶ ନମିଳିବାରୁ ଆସନ୍ତା ୨୪ତାରିଖରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ କେତେକ ହିତାଧିକାରୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଦେବେନ୍ଦ୍ରନଗର ଗ୍ରାମର ସ୍ୱର୍ଗତ ବିଜୟ ସାହାଣୀଙ୍କ ପତ୍ନୀ କୈାଶଲ୍ୟା ସାହାଣୀବ୍ସେହି ବ୍ଲକର କବିତା ସ୍ୱାଇଁ, ବାସନ୍ତୀ ବଳ, ପଟ୍ଟାମୁଣ୍ଡାଇ ବ୍ଲକର ମୀନତି ଜେନା, ସଂଯୁକ୍ତା […]

କେନ୍ଦ୍ରାପଡା,୨୨ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଧାନମଣ୍ଡିରେ ଚାଷୀମାନଙ୍କୁ ଶୋଷଣ କରାଯାଉଥିବା ନେଇ ବେଷାମରିକ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ନବନିର୍ମାଣ କୃଷକ ସଙ୍ଘର ଏକ ପ୍ରତିନିଧିଦଳ ଏହି ଅଭିଯୋଗ ଆଣିଛନ୍ତି । ସଙ୍ଘ କହିଛି ଯେ ୪ଶହରୁ ଅଧିକ ଚାଷୀ ମେସେଜ ପାଇଥିଲେ ମଧ୍ୟ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି କେତେକ ଚାଷୀ ଟୋକନ ପାଇଥିଲେବି ଧାନ ବିକ୍ରୀ କରିପାରିନାହାନ୍ତି । ଜାନୁଆରୀ […]

କେନ୍ଦ୍ରାପଡା,୨୨ା୨: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ଦ୍ୱାରା ଆୟୋଜିତ ନୂତନ ଫୌଜଦାରୀ ସଂଶୋଧିତ ଆଇନ ଯାହାକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ଏକ ଆଲୋଚନା ଚକ୍ର ଜିଲ୍ଲା ଓକିଲ ସଂଘ ସଭାପତି ଆଇନଜୀବୀ ଧ୍ରୁବଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାର୍ କାଉନ୍‌ସିଲ୍ ଓ ରାଜ୍ୟ ଆଇନଜୀବୀ ସଂଘର ପୂର୍ବତନ […]