କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡା ଜିଲ୍ଲା ଉତ୍ସବ ସଂନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ କେନ୍ଦ୍ରାପଡା ‘ଲ’କଲେଜ ଛକ ଶ୍ରୀ ବଳଦେବଜୀୟୁ ନାଟ୍ୟ ଓ ସଂସ୍କୃତି ଏକାଡେମୀର ନିର୍ଦ୍ଦେଶକ ଅଭିରାମ ନାୟକ ଓ ବରିଷ୍ଠ ନୃତ୍ୟଶିଳ୍ପୀ କୁମାରୀ ତପସ୍ୱିନୀ ନାୟକଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ପରିକଳ୍ପିତ ଷଢରିପୁ ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲା । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୃତ୍ୟ ଶିଳ୍ପୀ […]

କେନ୍ଦ୍ରାପଡା,୧୪ା୧: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ତଥା ତୁଳସୀକ୍ଷେତ୍ରରେ ମକର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଧବାର ପ୍ରତୁଷରୁ ଦ୍ୱାର ଫିଟା ନୀତି, ଜୟମଙ୍ଗଳା ଆଳତୀ, ନୀତି ସ୍ନାନ ବଲ୍ଲଭ ଧୂପ ଅନୁଷ୍ଠିତ ହୋଇଥିଲା। ସକାଳ ୯ଟା ୩୦ରେ ସକାଳ ଖେଚୁଡ଼ି ଧୂପ ହୋଇଥିଲା। ଭକ୍ତମାନେ ଏହାପରେ ମହାପ୍ରଭୂଙ୍କ ଦର୍ଶନ କରିଥିଲେ। ହଜାର ହଜାର ଭକ୍ତ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। ଅପରାହ୍ଣ ୩ଟା […]

ଉଦ୍‌ଯାପିତ ହେଲା କେନ୍ଦ୍ରାପଡା ତ୍ରୟୋବିଂଶତମ ପୁସ୍ତକ ମେଳା   କେନ୍ଦ୍ରାପଡା,୧୩ା୧: କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌) ଦ୍ୱାରା ଆୟୋଜିତ ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ କେମ୍‌ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଆଲାସ୍କା ବିଶ୍ୱବିଦ୍ୟାଳୟ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା, ବରିଷ୍ଠ କବି ତଥା […]

ପୁସ୍ତକମେଳା ଷଷ୍ଟ ସନ୍ଧ୍ୟା କେନ୍ଦ୍ରାପଡ଼ା, ୧୧ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଷଷ୍ଟ ଦିବସରେ ୫ଟି ଅଧିବେଶନରେ କବିତା ପାଠଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଭବହୀନ ସାହିତ୍ୟ ପ୍ରାଣଶୂନ୍ୟ ଓ ସମ୍ବେଦନହୀନ । ଆଧୁନିକ ପିଢି ବ୍ୟକ୍ତିଗତ ଅନୁଭବରୁ ସାହିତ୍ୟ ସୃଷ୍ଟିକଲେ ତାହା କାଳଜୟୀ ହେବ ବୋଲି କେନ୍ଦ୍ରାପଡା ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟାରେ ମତପ୍ରକାଶ ପାଇଛି । […]

ପୁସ୍ତକ ମେଳା ପଞ୍ଚମ ସଂନ୍ଧ୍ୟାରେ କେନ୍ଦ୍ରାପଡ଼ା,୧୦ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ପଞ୍ଚମସନ୍ଧ୍ୟାରେ କିଶୋର/କିଶୋରୀ ମାନଙ୍କର ପ୍ରତିଭାର ପ୍ରଦର୍ଶନ ‘କିଶୋର ସ୍ପନ୍ଦନ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କିଶୋର/କିଶୋରୀ ମାନଙ୍କର ପ୍ରତିଭାର ପ୍ରୋତ୍ସାହନ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ସଭାର ଆୟୋଜିନ କରାଯାଇଥିଲା । ଏଥିରେ ପୁଷ୍ପିତା ସାହୁ […]

କେନ୍ଦ୍ରାପଡ଼ା,୭ା୧:କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ଅବସ୍ଥାକୁ ଚାଲି ଯାଇଛି। ପରିସ୍ଥିତି ନ ସୁଧୁରିଲେ ଆସନ୍ତା ୧୬ ତାରିଖରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେଡି ଧମକ ଦେଇଛି। ଏ ନେଇ ବିଜେଡିର ଏକ ପ୍ରତିନିଧି ଦଳ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଭେଟି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ସେହିପରି ରାଜନଗର ବ୍ଲକରେ ମହିଳା ବିଡିଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ […]

କେନ୍ଦ୍ରାପଡ଼ା,୭ା୧:ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ ବୋଲି ୨୩ ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଥିଲେ । ଆଜିର ପୁସ୍ତକ ମେଳାକୁ ଉଦଘାଟନ ପୂର୍ବକ ଲେଖକଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ଲେଖାଲେଖି ଏକ କଠିନ ତଥା ଶ୍ରେଷ୍ଠ ସୃଜନକର୍ମ ବୋଲି କହିଥିଲେ । ତେବେ ସାତଭାୟା ସମ୍ପର୍କରେ ଏକ ତଥ୍ୟ ଭିତ୍ତିକ ଅନୁଶୀଳନର ଆବଶ୍ୟକତା […]

କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡା ବ୍ଲକ ଓ ପୈାରପରିଷଦର ବ୍ରାହ୍ମଣ ମହାସଭାର ନୂତନ କର୍ମକର୍ତ୍ତା ନିର୍ବାଚନ କପାଳେଶ୍ୱର ସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପବିତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ନିତ୍ୟାନନ୍ଦ ମିଶ୍ର । ପ୍ରଥମେ ବେଦପାଠ କରିଥିଲେ ଅବିନାଶ ମିଶ୍ର । ପଣ୍ଡିତ ହରେକୃଷ୍ଣ ପତି ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ସମ୍ପାଦକ ପଣ୍ଡିତ କିଶୋର ଚନ୍ଦ୍ର […]

୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଉଦ୍‌ଘାଟିତ କେନ୍ଦ୍ରାପଡା: ୨୩ ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ସ୍ଥାନୀୟ ମହିପାଳ ସ୍ଥିତ ଟେଲିକମ ପଡିଆରେ ଉଦଘାଟିତ ହୋଇଯାଇଛି । ବହିଟି ପାଖରେ ନଥିଲେ ଜୀବନ ଅସପୂର୍ଣ୍ଣ ବୋଲି ଅତିଥିମାନେ କହିଥିଲେ । ଏହି ଉତ୍ସବରେ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ବଳଦେବଜୀଉଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ପୁସ୍ତକ ମେଳା ଉଦଘାଟନ କରିଥିଲେ […]

କେନ୍ଦ୍ରାପଡା ୫/୧: ୬ ଜାନୁୟାରୀରୁ ୧୩ ଜାନୁୟାରୀ ପର୍ଯ୍ୟନ୍ତ ଆଠଦିନ ବ୍ୟାପୀ ଆୟୋଜିତ ହେଉଥିବା ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାରେ ଚଳିତ ବର୍ଷ ସାମିଲ ହେବ ନିଆରା ଚିତ୍ର ପ୍ରଦର୍ଶନୀ । “ବେଷ୍ଟ ଅଫ୍ କେନ୍ଦ୍ରାପଡ଼ା” ଶୀର୍ଷକରେ ଏହି ପ୍ରଦର୍ଶନୀ କେନ୍ଦ୍ରାପଡ଼ା ଜିଲ୍ଲାର ଐତିହାସିକ କୀର୍ତ୍ତି, ମନ୍ଦିର ପର୍ଯ୍ୟଟନ ଓ ବିଶେଷ କରି ପ୍ରସିଦ୍ଧ ଭିତରକନିକାର ଜୈବବିବିଧତା ବିଭବକୁ ପ୍ରଦର୍ଶିତ କରିବ ବୋଲି ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ଓ […]

ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ନାଟକ, ଘୋଡ଼ା ନାଚ, କଣ୍ଢେଇ ନାଚ ଏବଂ ଅକ୍ଷୟ ସଙ୍ଗୀତର ଅପୂର୍ବ ସମାହାରରେ ସଭିଏଁ ଉଲ୍ଲସିତ କେନ୍ଦ୍ରାପଡା ୫/୧ : କେନ୍ଦ୍ରାପଡ଼ା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ସ୍ଥାନୀୟ ସିଦ୍ଧ ମହାପୁରୁଷଙ୍କ ମଠ ପରିସରରେ ତୁଳସୀ ମହୋତ୍ସବର ଚତୁର୍ଥ ସଂସ୍କରଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। […]

କେନ୍ଦ୍ରାପଡା ୫/୧- କେନ୍ଦ୍ରପଡା ବ୍ଲକ ଅନ୍ତର୍ଗତ ମରଡପୁର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଉଷାରାଣୀ ଗୀତିନାଟ୍ୟ ପରିଷଦ ଓ ସଙ୍ଗୀତ ସଦନର ବାର୍ଷିକ ବୈଠକ ଓ ବନ୍ଧୁମିଳନ ଉତ୍ସବ ବନ୍ଦରେଶ୍ୱରରେ ଥିବା ନଙ୍ଗୁଳି ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପ୍ରଭାତ କୁମାର ସିଂହଙ୍କ ପୌରହିତ୍ୟରେ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ସଦସ୍ୟମାନେ ସେମାନଙ୍କର ବହୁମୁଲ୍ୟ ମତାମତ ଦେଇଥିଲେ । ଏଥି ସହିତ ଚଳିତ […]

କେନ୍ଦ୍ରାପଡ଼ା,୪ା୧: କେନ୍ଦ୍ରାପଡା ଶିକ୍ଷା ବିକାଶ ସମିତି ଅଧିନରେ କେନ୍ଦ୍ରାପଡ଼ା ସଂକୁଳର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଡେରାବିଶ ବ୍ଲକ ଅନ୍ତର୍ଗତ ତିଲଙ୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଗାର ଗୋଟି ଶିଶୁବିଦ୍ୟାମନ୍ଦିରରୁ ଦୁଇଶହ ଭାଇଭଉଣୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟଅତିଥି ଶିବ ପ୍ରସାଦ ରାଉତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଧ୍ୱଜା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ। ଏହାପରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ […]

କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡ଼ା ପୌରସଂସ୍ଥା ଦ୍ୱାରା ପରିଚାଳିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ମହାତ୍ମା ଲୁଇସ ବ୍ରେଲିଙ୍କ ୨୧୭ ତମ ଜୟନ୍ତୀ ଓ ବିଶ୍ୱ ବ୍ରେଲି ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ଼ ଦେବେନ୍ଦ୍ର କୁମାର ଦାସ, ମୁଖ୍ୟବକ୍ତା ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଓ ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପିକା ସସ୍ମିତା ଅଧିକାରୀ, ବିଶିଷ୍ଟ […]

କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚୟତ ଖେଳପଡିଆରେ ସାହାସପୁର ମହାବୀର ଆଥଲେଟିକ କ୍ଲବ ଆନୁକୂଲ୍ୟରେ ମଣିବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟିମ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ସାହାସପୁର ମହାବୀର ଆଥଲେଟିକ କ୍ଲବ ହଳଦୀଡିହ ର ମଣିବାବା କ୍ରିକେଟ କ୍ଲପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦଯାପିତ କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚୟତ ଖେଳପଡିଆରେ ସାହାସପୁର ମହାବୀର ଆଥଲେଟିକ କ୍ଲବ ଆନୁକୂଲ୍ୟରେ ମଣିବାବା କ୍ରିକେଟ […]

କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡ଼ା ଜିଲ୍ଲାର ବସପୁର ଠାରୁ କେନ୍ଦ୍ରାପଡା ସଦର ଥାନା ଦେଇ କାକଟ ଲକ୍ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟରାସ୍ତାରେ ଯାତାୟତ କରିବାରେ ଏବେ ଗୁରୁତର ବାଧା ଉପୁଜିଛି। ଏହି ରାସ୍ତା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଦୁଇଟି ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ସଡ଼କ। ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି।ଏହି ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଚିକିତ୍ସାଳୟ, କଲେଜ୍ ଓ ସହରର ମୁଖ୍ୟ […]

କେନ୍ଦ୍ରାପଡ଼ା,୪ା୧:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁର ସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟରରେ ଗୁରୁପୂଜନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ଶିକ୍ଷକ ଅକ୍ଷୟ କୁମାର ଦାଶ, ରବୀନ୍ଦ୍ର କୁମାର ପରିଡା, ପ୍ରେମାନନ୍ଦ ଷଡଙ୍ଗୀ, ମଧୁସୁଦନ ନାଥ, କ୍ଷୀରୋଦ ଚନ୍ଦ୍ର ସାମଲ, ପ୍ରଭାତୀ ବିଶ୍ୱାଳ, ଭ୍ରମରବର ରାଉତ, ଭାବଗ୍ରାହୀ ନନ୍ଦ ପ୍ରମୁଖଙ୍କୁ ଛାତ୍ରଛାତ୍ରୀମାନେ ପୂଜା […]

ପଟ୍ଟାମୁଣ୍ଡାଇ ୩୦/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଜୟହିନ୍ଦ୍ ଉଚ୍ଚବିଦ୍ୟାଳୟ, ଦାଣ୍ଡିସାହିଠାରେ ୧୯୮୦ ମାଟ୍ରିକ ବ୍ୟାଚ୍ ଛାତ୍ର-ଛାତ୍ରୀଙ୍କର ସାଥୀ ମିଳନ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନ୍ୟୁନ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ ହୋଇଥିଲା ଏବଂ ଏଥିରେ ପ୍ରଦୀପ୍ତ ବିଶ୍ୱାଳ, ଭାସ୍କର ମଲ୍ଲିକ, ଗୁରୁଚରଣ ବିଶ୍ୱାଳ, ରଞ୍ଜିତ୍ ସାହୁ ଓ ପ୍ରଦୀପ ମଲ୍ଲିକ ଇତ୍ୟାଦି ଉପସ୍ଥିତ ରହି ସଭାକାର୍ଯ୍ୟ ସୁପରିଚାଳନା […]

କେନ୍ଦ୍ରାପଡା ୩୦/୧୨- ଆସନ୍ତା ଜାନୁୟାରୀ ୬ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ପ୍ରସ୍ତୁତି ବୈଠକ ସହ ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍‌(କେମ୍‌)ଏକ ବର୍ଷାନ୍ତ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ମୋବାଇଲ୍ ଓ ଡିଜିଟାଲ୍ ମାଧ୍ୟମର ହୋଇଥିଲା। ବହିର ଦୁନିଆ ସହ ସେମାନଙ୍କୁ ନିକଟତର କରିବା ପାଇଁ ଏଥର ଆୟୋଜକ କେମ୍ ପ କ୍ଷରୁ ଦୁଇଟି ଅଭିନବ କାର୍ଯ୍ୟକ୍ରମ ଯୁବସ୍ପନ୍ଦନ ଓ କିଶୋର ସ୍ପନ୍ଦନ […]

କେନ୍ଦ୍ରାପଡ଼ା,୨୯ା୧୨:ଦିବ୍ୟଜୀବନ ସଙ୍ଘ କେନ୍ଦ୍ରାପଡା ଶାଖା ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଳନ ପାଇଁ ସମଗ୍ର ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି। ସାରା ବିଶ୍ୱରେ ସମସ୍ତ ଦିବସ ପାଳନ ହେଉଥିବା ବେଳେ ପ୍ରାର୍ଥନା ଦିବସ କିନ୍ତୁ ପାଳନ ହେଉନାହିଁ। ଏହାକୁ ବିଚାର କରି ଆଶ୍ରମର ଶ୍ରୀମା ଜାନୁଆରୀମାସର ପ୍ରଥମ ଦିନକୁ ପ୍ରାର୍ଥନା ଦିବସ ରୂପେ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଯିଏ […]

ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ କେନ୍ଦ୍ରାପଡ଼ା,୨୮ା୧୨:ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ୪୮୫ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି।ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ସାନ୍ତସାହିସ୍ଥିତ ବଳଦେବଜୀଉ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତୋଷାଳୀ ସ୍ୟାଣ୍ଡ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ […]

କେନ୍ଦ୍ରାପଡ଼ା ୨୮/୧୨ଜିଲ୍ଲାର କଲେଜ ଛକ ନିକଟ ଉଦୟ ନଗର ଠାରେ ଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଟାଇମ୍ସ ଗୁରୁକୁଳ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ପ୍ରହ୍ଲାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଉଦଘାଟକ ଭାବେ ମଦନ ମୋହନ ସାହୁ, ମୁଖ୍ୟ ଅତିଥି ଭାବେ ଦିନବନ୍ଧୁ ରାଉତ, ଅଶୋକ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଠିନ ପରିଶ୍ରମ, ଏକାଗ୍ରତା ଓ ଲକ୍ଷ […]

ପଟ୍ଟାମୁଣ୍ଡାଇ ତା ୨୮/୧୨- ପଟ୍ଟାମୁଣ୍ଡାଇ ପୋଖରୀଆପଡା ଗ୍ରାମର ବିଶିଷ୍ଟ ଧର୍ମପ୍ରାଣା ମହିଳା ତଥା ଗାଳ୍ପିକ ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କାଙ୍କ ମାତା ସାବିତ୍ରୀ ଲେଙ୍କାଙ୍କ ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର କୁଳମଣି ଲେଙ୍କା ଅଶୋକ ଲେଙ୍କା ସୁଶାନ୍ତ ଲେଙ୍କା, ଝିଅ ଜ୍ୱାଇଁ ନାତିନାତୁଣୀ ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ସେ ସ୍ଥାନୀୟ ଅଂଚଳର ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ […]

ପଟାମୁଣ୍ଡାଇ ୨୮/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ୧୯୮୯ ମାଟ୍ରିକ ବ୍ୟାଚ ପକ୍ଷରୁ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  । ପୁରାତନ ଛାତ୍ର ତଥା ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟ ଓ ନିହାର ରଞ୍ଜନ ସୂତାରଙ୍କ ସଂଯୋଜନାରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁ ମିଳନ ଉତ୍ସବରେ ପ୍ରାକ୍ତନ ଶିକ୍ଷକ ରଂଜିତ ମଲ୍ଲିକ, କେଦାର ପ୍ରଧାନ, ସୁରେଶ […]