କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରମାଂଚଳ ଥାନା ଅନ୍ତର୍ଗତ ସଂସାରଫଳ ପୋଷ୍ଟ ଅଫିସରୁ ପୋଷ୍ଟ ମାଷ୍ଟର ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏନେଇ ଜମାକାରୀ ତାତିବା ସହିତ ଡ଼ାକଘର ତାଲା ପକାଇଛନ୍ତି । ଜମାକାରୀଙ୍କ ଅଭିଯୋଗ ପାଇ ପଟ୍ଟାମୁଣ୍ଡାଇ ସବ୍-ପୋଷ୍ଟ ଅଫିସ୍ର ଇନ୍ସପେକ୍ଟର ଘଟଣାର ତନଖି ପାଇଁ ଆସିଥିବା ବେଳେ ହିତାଧିକାରୀମାନେ ଅଟକ ରଖିଥିଲେ । ତାଙ୍କ ପାଖରୁ ସନ୍ତୋଷ ଜନକ ପ୍ରତିଶ୍ରୁତି ପରେ […]
featured
କେନ୍ଦ୍ରାପଡା, ୨୨ା୭: ଆଷାଢ ପୂର୍ଣିମାରେ କୃଷ୍ଣ-ଦ୍ୱେପାୟନ ଭଗବାନ ଶ୍ରୀବ୍ୟାସଦେବ ଜନ୍ମଲାଭ କରିଥିବାରୁ ଏହାକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଭାବରେ ଅଭିହିତ କରାଯାଏ । ସର୍ବଭାରତୀୟ ସାଂସ୍କୃତିକ ପରମ୍ପରା ଅନୁସାରେ ଏହିଦିନ ବିଭିନ୍ନ ମଠ, ମନ୍ଦିର, ଗୁରୁଧାମ ଏବଂ ଆଧ୍ୟାତ୍ମିକ ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଗୁରୁପୂର୍ଣ୍ଣିମା ଉତ୍ସବ ଯଥାବିଧି ପାଳନ କରାଯାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅସ୍ଥିତ ରେଡିଓ ଭାବଗ୍ରାହୀ ଏବଂ […]
କେନ୍ଦ୍ରାପଡ଼ା, ୨୨ା୭: କେନ୍ଦ୍ରାପଡା-ବସପୁର ପୂର୍ତ୍ତ ବିଭାଗ ରାସ୍ତାର ମାହାରାକୂଳ ନିକଟରୁ ବାମପାଶ୍ୱର୍ରେ ମାର୍ଶାଘାଇ ଯାଇଥିବା ୧୫ ନମ୍ବର ଶାଖା କେନାଲର ସଫେଇ ଓ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟ ନିମନ୍ତେ ୧୦ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିବା ବସପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମହାନ୍ତି କହିଛନ୍ତି । ଚାଷୀଙ୍କ ଜମିକୁ ଜଳ ଯୋଗାଣ ନିମନ୍ତେ ଏହି କାର୍ଯ୍ୟ ଜଳସେଚନ ବିଭାଗ ପକ୍ଷରୁ […]
କେନ୍ଦ୍ରାପଡ଼ା, ୨୧ା୭: କେନ୍ଦ୍ରାପଡା ଦିବ୍ୟ ଜୀବନ ସଂଘ ଶାଖା ଆନୁକୂଲ୍ୟରେ ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଗୁରୁପୂର୍ଣ୍ଣିମା ମହୋତ୍ସବ ଓ ଗୁରୁପାଦ ପୂଜା ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ପୌରହିତ୍ୟରେ ଗୁରୁପାଦ ପୂଜା, ଆଧ୍ୟାତ୍ମିକ ସତ୍ସଂଗ କାର୍ଯ୍ୟକ୍ରମ ସମେତ ଶିବାନନ୍ଦ ଭଜନ ଗଙ୍ଗା ପକ୍ଷରୁ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା । […]
କେନ୍ଦ୍ରାପଡା, ୨୦/୭: କବି ତଥା କଥାକାର ମାତୃଦତ୍ତ ମହାନ୍ତିଙ୍କ କବିତା ପୁସ୍ତକ “ଦାଦନର ପାଦ’ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଅରୁଣସ୍ତମ୍ଭ ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କବି ତଥା ଅନୁବାଦିକା ନବଜ୍ୟୋତି ରାୟ, କବି ଅଧ୍ୟାପକ ବୃନ୍ଦାବନ ଦାସ ଓ ପାଠକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହିତ ପୁସ୍ତକରେ ଥିବା କବିତାଗୁଡିକ ସାମ୍ପ୍ରତିକ ସମାଜରେ […]
ପଟ୍ଟାମୁଣ୍ଡାଇ ୨୦/୭ -ପଟ୍ଟାମୁଣ୍ଡାଇ କଲେଜ ପରିଚାଳନା ପରିଷଦ ବୈଠକ ଶନିବାର ଅନୁଷ୍ଟିତ ହୋଇଥିବା ବେଳେ ଖବର ପାଇ ପଟ୍ଟାମୁଣ୍ଡାଇ ନଗର ଭାଜପା ପ୍ରତିନିଧି ଦଳ ସେଠାରେ ପହଁଚି ଉକ୍ତ ବୈଠକୁ ବନ୍ଦ କରିଦେଇଥିବା ସୁଚନା ମିଳିଛି । ସୁଚନା ଅନୁଯାଇ ପଟ୍ଟାମୁଣ୍ଡାଇ କଲେଜ ସମ୍ମିଳନୀ କକ୍ଷରେ ଆଜି ପରିଚାଳନା ପରିଷଦ ଅଧ୍ୟକ୍ଷ ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, କଲେଜ ଅଧ୍ୟକ୍ଷ ଦିଲ୍ଲିପ ଭୁୟାଁ ଓ ପରିଷଦର ସଭ୍ୟ ମାନଙ୍କୁ ନେଇ ଏକ […]
ପଟ୍ଟାମୁଣ୍ଡାଇ -ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି । ବର୍ତର୍ମାନ ଯେଉଁଠି ରୁଆ ବେଉଷଣ ହେବା କଥା ସେଠି ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଚାଲିଛି । ଏପରି କି ଅନେକ ସ୍ଥାନରେ ଜମିରେ ଲଙ୍ଗଳ ଧାର ପଡ଼ି ନ ଥିବାରୁ ସେଗୁଡ଼ିକ ପଡ଼ିଆ ପଡ଼ିଛି । କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଅଂଚଳରେ […]
କେନ୍ଦ୍ରାପଡା, ୨୦ା୭: ଗତ ଜୁଲାଇ ୧୮ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟକ୍ଷ ଡ. ଅଭିଜିତ ଜେନାଙ୍କ ସହ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଆଲୋଚନା କରିଥିଲେ । ଦୀର୍ଘ ୨ଘଣ୍ଟା ବ୍ୟାପି ଆଲୋଚନାରେ ସେ କଲେଜ ପରିସରରୁ ଏସି ଚୋରି ଘଟଣା ସମ୍ପର୍କରେ ଅବଗତ ହେବା ସହ ଉଦ୍ବେଗ ପ୍ରକାଶ କରିଥିଲେ । ଏକାଧିକ ଚୋରି ଘଟଣାରେ ଦୁଇ […]
କେନ୍ଦ୍ରାପଡ଼ା, ୨୦ା୭: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ତପସ୍ୱିନୀ ସାମନ୍ତରାୟଙ୍କ ଝିଅ ଦିପ୍ତିମୟୀ ସାମନ୍ତରାୟ ଜନ୍ମରୁ ୮ବର୍ଷ ଧରି ଏକ ଅଜଣା ରୋଗରେ ପିଡିତ ହୋଇ ବିଛଣାରେ ପଡିରହିଛନ୍ତି । ଏସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପରେ ତାଙ୍କ ନାମରେ ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଥିଲା । କିନ୍ତୁ ଅତ୍ୟନ୍ତ […]
କେନ୍ଦ୍ରାପଡା -ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏ ନେଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ଗଣ୍ଡକୁଳ-ସାତଭଉଣୀ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଓ […]
କେନ୍ଦ୍ରାପଡା -୧୯ ।୭: ଓଡିଶାର କଳା ସଂସ୍କୃତିର ଅନ୍ୟତମ ଜିଲ୍ଲା କେନ୍ଦ୍ରାପଡାରେ କଳା ସଂସ୍କୃତିକୁ ଉଦଜୀବିତ ରଖିବା, ଯାତ୍ରା କମିଟିମାନଙ୍କୁ ସୁରକ୍ଷା ଦେବା ଓ ଜିଲ୍ଲାର କଳାକାରମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘ କାର୍ଯ୍ୟକାରୀ କମିଟି ବୈଠକରେ ଦୃଢ ନିଷ୍ପତି ଗ୍ରହଣ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ସଂଘର ସଭାପତି ମିହିର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା […]
ଭୁବନେଶ୍ୱର,୧୯/୭: ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ସଂସଦୀୟ ଦଳ ବୈଠକ ବସିଛି । ବୈଠକରେ ୯ ରାଜ୍ୟସଭା ଏମପିମାନେ ଉପସ୍ଥିତ ଥିଲେ । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନ ସମୟରେ ଦଳର ଆଭିମୁଖ୍ୟ କ’ଣ ରହିବ ଓ ରାଜ୍ୟର ସ୍ୱାର୍ଥ ପାଇଁ କେଉଁ ପ୍ରଶ୍ନ ଉଠାଯିବ ଏନେଇ ରଣନୀତି ପ୍ରସ୍ତୁତ ହୋଇଛି ।ସବୁବେଳେ […]
କେନ୍ଦ୍ରାପଡ଼ା,୧୯/୭: ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଥିଲେ ଭକ୍ତ କଣ୍ଠଶିଳ୍ପୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ । ସେଥିପାଇଁ ତାଙ୍କୁ ଚାମର ସେବାର ଅଧିକାର ମିଳିଥିଲା । ତାଙ୍କ ଇଚ୍ଛାନୁସାରେ ମହାପ୍ରଭୁ ତାଙ୍କୁ ବାହୁଡ଼ା ଦଶମୀରେ ବାହୁଡ଼େଇ ନେଇଥିଲେ । ସାଲବେଗ ହୁଅନ୍ତୁ କି ଦାସିଆ ବାଉରୀ ହୁଅନ୍ତୁ ମହାପ୍ରଭୁଙ୍କର ପରମ ଭକ୍ତ ଭାବେ ପରିଚିତ ଥିବା ଆମପାଇଁ କଥାବସ୍ତୁ ହୋଇପାରେ କିନ୍ତୁ ଆମ […]
କେନ୍ଦ୍ରାପଡା, ୧୯/୭: କେନ୍ଦ୍ରାପଡା ଜିଲ୍ଲାକୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମତବ୍ୟକ୍ତ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରି ସେ ଏହା ମତବ୍ୟକ୍ତ କରିଛନ୍ତି । ମୌସୁମୀ ବର୍ଷାର ପ୍ରାରମ୍ଭରେ ମଶା ବଂଶବୃଦ୍ଧି ହୋଇଥାଏ । […]
ପଟ୍ଟାମୁଣ୍ଡାଇ ତା ୧୯/୯-ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ସ୍ୱଚ୍ଛଭାରତ ଅଭିଯାନକୁ ସଫଳ କରିବା ସହିତ ପୌର ପରିଷଦକୁ ସ୍ଵଛ ନିର୍ମଳ ଓ ସରସ ସୁନ୍ଦର କରି ଗଢି ତୋଳିବା ପୌର ପରିଷଦ ପକ୍ଷରୁ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜର ନିଯୁକ୍ତି ଦିଆଯାଇଥିଲା । ଏହି ସ୍ୱଚ୍ଛ ସାଥିମାନେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି ମାସିକ ୪, ୦୦୦ ଓ ୮ ହଜାର ସ୍ୱଳ୍ପ ଦରମାରେ ନିଜର […]
ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଗଲେ ଆନନ୍ଦ ଜେନାଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ କେନ୍ଦ୍ରାପଡ଼ା,୧୮ା୭: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୦ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମ ପ୍ରତି ଥିବା ଅତୁଳନୀୟ ଅବଦାନକୁ ପ୍ରକୃତ ସମ୍ମାନ କରାଯିବ ଯେତେବେଳେ ଆମେ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ କରିବା ସହିତ […]
କେନ୍ଦ୍ରାପଡା, ୧୮/୭: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧବଳବେଜୀଉଙ୍କ ପବିତ୍ର ବାହୁଡା ଯାତ୍ରା ସନ୍ଧ୍ୟାରେ ମନ୍ଦିର ସନ୍ନିକଟ ଦୋଳ ମଣ୍ଡପରେ ବାରୋସ୍ଥିତ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ସହାୟତାରେ ଭାବପୂର୍ଣ୍ଣ ଭକ୍ତି ସଙ୍ଗୀତ ଏବଂ ଆଧ୍ୟାତ୍ମିକ ନୃତ୍ୟ ସଫଳତାର ସହିତ ପରିବେଷିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା […]
କେନ୍ଦ୍ରାପଡ଼ା, ୧୮ା୭: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ତରଫରୁ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଇଚ୍ଛାପୁରସ୍ଥିତ ବଡଦାଣ୍ଡରେ ଦୁଇଦିନ ଧରି ଜଳଛତ୍ର ଓ ଅନ୍ନପ୍ରସାଦ ବିତରଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଗୋଲଖ ଚନ୍ଦ୍ର ପଢିହାରୀ, ସଭାପତି କରତ କୁମାର ବେଉରା, ସଂଯୋଜକ ଚନ୍ଦନ ପରିଡା ପରିଚାଳନା କରିବା ସହିତ ସଂଘର ସମସ୍ତ […]
ପଟ୍ଟାମୁଣ୍ଡାଇ ୧୮/୭ – ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌରାଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ସହ ସମସ୍ତ ମୌଳିକ ସମସ୍ୟା ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ପିଇବା ପାଣି, ବିଦ୍ୟୁତ ଆଦି ବିଭିନ୍ନ ସମସ୍ୟା ସମାଧାନ କରି ପୌରାଂଚଳ ବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ […]
ପଟ୍ଟାମୁଣ୍ଡାଇ ୧୮/୯ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୩ୟ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌରହିତ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଣ,ପରିମଳ ଓ ମହିଳା ଶିଶୁ ବିକାଶ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର କରି ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହ କେନ୍ଦ୍ର ସରକାର ପଟ୍ଟାମୁଣ୍ଡାଇ ବ୍ଲକର […]
ପଟ୍ଟାମୁଣ୍ଡାଇ ୧୮/୭ – ପଟ୍ଟାମୁଣ୍ଡାଇରେ ଚାଲିଥିବା ଏକ ବେଆଇନ ପାଥୋଲାବକୁ ଆଜି ସିଲ୍ କରିଛି ପ୍ରଶାସନ । ପଟ୍ଟାମୁଣ୍ଡାଇ କେନାଲ ମୁଖ୍ୟ ରାସ୍ତା ଖୋଲିଥିବା ପାଥୋ ଲ୍ୟାବ ବିନା ଲାଇସେନ୍ସରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଗୁରୁବାର ପଟ୍ଟାମୁଣ୍ଡାଇ ତହସିଲଦାର ଓ ପୋଲିସ୍ ପ୍ରଶାସନର ଉପସ୍ଥିତିରେ ସିଲ୍ କରାଯାଇଛି । ପଟ୍ଟାମୁଣ୍ଡାଇ କେନାଲରୋଡ଼ରେ ଏବି କମ୍ଲେକ୍ସରେ ଜଣେ ବ୍ୟକ୍ତି ଗାୟତ୍ରୀ ଡିଜିଟାଲ୍ ଏକ୍ସରେ […]
ପଟ୍ଟାମୁଣ୍ଡାଇ ୧୮/୭ -ଜବରଦଖଲ ଯୋଗୁଁ ଗାଁ ଗଳି ରାସ୍ତା ଏବେ ସଂକିର୍ଣ୍ଣ ହୋଇଯାଇଛି । ଫଳର ଲୋକେ ରାସ୍ତା ଦେଇ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାନବାହାନ ଗାଁ ଭିତରକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି ।କୌଣସି ଆପାତକାଳୀନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ଜବରଦଖଲରେ ଥିବା ରାସ୍ତକୁ ଜବରଦଖଲ ମୁକ୍ତ କରିବା ପାଇଁ ଗୁରୁବାର ପଟ୍ଟାମୁଣ୍ଡାଇ ପୌରାଂଚଳ ୱାର୍ଡ ନଂ-୯ […]
ପଟ୍ଟାମୁଣ୍ଡାଇ ୧୮/୯ – ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗୁରୁବାର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସଭାପତିତ୍ୱ କରିଥିଲେ। ବୈଠକରେ କେନ୍ଦ୍ରାପଡ଼ା ସାଂସଦ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରତିନିଧି ଶଶିକାନ୍ତ ସ୍ୱାଇଁ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ସ୍ବାଗତ କରିବା ସହିତ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ବିରକ୍ତ ପ୍ରକାଶ କରିଥିଲେ। ଉନ୍ନତ ମାନର ଛତୁଆ […]
ଭୁବନେଶ୍ୱର,: ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲ ଡୋଜର । ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲଡୋଜର ବୁଲିବ । ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ବଡ଼ିଆଙ୍କ ଘର ଭଙ୍ଗାହେବ । ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ […]
