ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ କାଳ ବିଳମ୍ବ ଟି.ଜି. ଶିକ୍ଷକ ସଂଘ ତରଫରୁ ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟରେ ଧାରଣା


କେନ୍ଦ୍ରାପଡ଼ା ୨୧ା୬: କେନ୍ଦ୍ରାପଡା ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତିରେ କାଳ ବିଳମ୍ବ ନୀତି ବିରୁଦ୍ଧରେ କେନ୍ଦ୍ରାପଡା ଜିଲ୍ଲା ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଘ ଓ ଶିକ୍ଷକ ସମନ୍ୱୋୟ ସମିତି ତରଫରୁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତାକାଲି ୨୧ ତାରିଖରେ ଧାରଣା ଦିଆଯିବାକୁ ଏକ ମିଳିତ ବିବୃତିରେ ଜିଲ୍ଲା ଶିକ୍ଷକ ସଂଘର ନେତା ରମେଶ ଚନ୍ଦ୍ର ସାହାଣୀ, କମଳାକାନ୍ତ ଦାସ, ରମେଶ ଚନ୍ଦ୍ର ସାହୁ, ଶୁଭାଂଶୁ କୁମାର ଦାସ, ଅଶୋକ କୁମାର ପରିଡା, ଗୋଲକ କୁମାର ମଲ୍ଲିକ, ଲଲାଟ କେଶରୀ ଭୂୟାଁ, ଦୟାନିଧି ସ୍ୱାଇଁ, ନଟବର ସେନାପତି, ଅରକ୍ଷିତ ସାହୁ, ଭ୍ରମରବର ରାଉତ, ରମାକାନ୍ତ ମିଶ୍ର, ତପସ୍ୱିନୀ ପଟ୍ଟନାୟକ ଓ ପ୍ରଭାକର ନାୟକ ପ୍ରମୁଖ ଜଣାଇ ଅଛନ୍ତ । ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଚିଠି ନଂ ୪୬୦୭/ ତା୨୭/୨/୨୩ରିଖ ଅନୁସାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତିର ସମସ୍ତ ପ୍ରକ୍ରିୟା ତା୩୧/୦୫/୨୩ରିଖ ମଧ୍ୟରେ ସମାପ୍ତ କରି ଶିକ୍ଷକମାନଙ୍କୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଆଦେଶ ଅନୁସାରେ ୩୦ଟି ଜିଲ୍ଲାରୁ ୨୯ଟି ଜିଲ୍ଲାରେ ପ୍ରକ୍ରିୟା ଶେଷ ହୋଇ ଆପ୍ରୁଭାଲ ହେବା ସଙ୍ଗେ ସଙ୍ଗେ ୧୪ଟି ଜିଲ୍ଲାରେ ଶିକ୍ଷକମାନେ ପଦୋନ୍ନତି ପାଇସାରିଲେଣି । ଦୁଃଖ ପରିତାପର ବିଷୟ କେନ୍ଦ୍ରାପଡା ଜିଲ୍ଲାରେ ପଦୋନ୍ନତି ଦୂରର କଥା କେନ୍ଦ୍ରାପଡା ଶିକ୍ଷା ବିଭାଗର ଖାମଖିଆଲ ମନୋଭାବ ଓ କାର୍ଯ୍ୟ ଯୋଗୁ ବହୁ ବିଳମ୍ବରେ ପୁଣି ତ୍ରୁଟିପୂର୍ଣ୍ଣ ଗ୍ରେଡେସନ୍ ଲିଷ୍ଟ ସରକାରୀ ଶିକ୍ଷା ନିର୍ଦ୍ଦେଶଙ୍କ କାର୍ଯ୍ୟାଳୟରେ ଦାଖଲ ହେବାର ୧୫ଦିନ ପରେ ଫେରି ଆସିଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ଆମ ଜିଲ୍ଲାରେ ନାହିଁ ନହୁଏ ତେବେ ଲେବଲ ୫ରେ ପଦବୀ ଖାଲି ହେବ ନାହିଁକି ପ୍ରତିକ୍ଷାରେ ଥିବା ତାଲିମପ୍ରାପ୍ତ ସିଟି ଓ ବିଇଡି ଯୁବକ ଯୁବତୀମାନେ ନିଯୁକ୍ତିରୁ ବଞ୍ôଚତ ହେବେ । ଏହି କାରଣରୁ ପ୍ରାଥମିକ ବିଦ୍ୟାଳୟ ଗୁଡିକ ଦିନକୁ ଦିନ ଶିକ୍ଷକ ଶୂନ୍ୟ ହୋଇ ଘୋର ବିପର୍ଯ୍ୟୟ ଭିତରକୁ ଠେଲି ହୋଇଯିବ । ପ୍ରାଥମିକ ଶିକ୍ଷା, ଶିକ୍ଷକ, ଶିକ୍ଷା ବ୍ୟବସ୍ଥା କେନ୍ଦ୍ରାପଡା ଜିଲ୍ଲାରେ ଘୋର ବିପର୍ଯ୍ୟୟକୁ ରୋକିବାଲାଗି କେନ୍ଦ୍ରାପଡା ଜିଲ୍ଲା ଏଲିମେଣ୍ଟାରୀ ଶିକ୍ଷକ ସଂଘ ଓ ଶିକ୍ଷକ ସମନ୍ୱୋୟ ସମିତି ତରଫରୁ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ବାଧ୍ୟ ହୋଇ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ ସ୍ୱରୂପ ଆସନ୍ତାକାଲି ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟରେ ଶାନ୍ତିପୂର୍ଣ୍ଣ ଉପାୟରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁସାରେ ଦିନିକିଆ ଧାରଣା ଦିଆଯିବ । ଏଥିରେ ସବି ବର୍ଗର ଶିକ୍ଷକ/ ଶିକ୍ଷୟିତ୍ରୀ ସାମ୍ବାଦିକ ଓ ଜନସାଧାରଣ ଜିଲ୍ଲା ଶିକ୍ଷାକୁ ରକ୍ଷା କରିବା ପାଇଁ ସହଯୋଗ କରିବାକୁ ୫ଟି ଶିକ୍ଷକ ସଂଘ ତରଫରୁ ଅନୁରୋଧ କରାଯାଇଅଛି ।


Discover more from

Subscribe now to keep reading and get access to the full archive.

Continue reading