ରାସ୍ତା ପାଇଁ ନାଗପୁରା ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର



କେନ୍ଦ୍ରାପଡା, ତା୨୦/୬ -କେନ୍ଦ୍ରାପଡା ଆର.ଡ.ଡିଭିଜନ ଅନ୍ତର୍ଗତ ନାଗପୁରା ଗ୍ରାମବାସୀମାନେ ଗତବର୍ଷ ଜୁନ୍ ମାସରେ ଆରଡି ରାସ୍ତା ନୂତନ ଭାବେ ତିଆରି ହୋଇଥିଲା । ଏହା ହଜାରିବଗିଚା ଠାରୁ ନିଳିକଣା ଭାୟା- ନାଗପୁରା ପିଚୁ ଏବଂ କଂକ୍ରିଟ୍ ରାସ୍ତା କାମ ସୁଚାରୂ ରୂପେ ସଂପୂର୍ଣ୍ଣ ହୋଇଅଛି । କିନ୍ତୁ ପରିତାପର ବିଷୟ ଯେ ବିଭାଗର ଖୋଲିଆମୁହଁ ଠାରେ ହେଉଥିବା ପଥର ସ୍ପର ଏବଂ ଡମ୍ପିଂ କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟର ବଡ ବଡ ପଥର ହାଇୱା ଗାଡିରେ ପ୍ରାୟ ୫୦ ମେଟ୍ରିକ୍ ଟନ୍‌ର ଉର୍ଦ୍ଧ୍ୱ ପଥର ସ୍ପର ହେଉଥିବା ସ୍ଥାନକୁ ପରିବହନ କରିବା ଦ୍ୱାରା ରାସ୍ତାର ଉଭୟ ପାର୍ଶ୍ୱ ୨ ପଟ ଫୁଟେ ଲେଖା ଦବି ଯିବା ସହିତ ପିଚୁରାସ୍ତରୁ ପିଚୁ ଉଠିଗଲାଣି । କାରଣ ଉକ୍ତ ରାସ୍ତାର ଓଜନ ଭାର ୮ମେଟ୍ରିକ ଟନରୁ ୧୦ ମେଟ୍ରିକ ଟନ ହୋଇଥିବା ସ୍ଥଳେ ୫୦ମେଟ୍ରିକ ଟନରୁ ଉର୍ଦ୍ଧ ପଥର ପରିବହନ କରାଯାଉଛି । ଏଥି ସହିତ ଉକ୍ତ ପଥରକୁ ପିଚୁ ରାସ୍ତା ଉପରେ ସିଧାସଳକ ଅନ୍‌ଲୋଡ କରି ବଡବଡ ଚେନ ଜେସିବିରେ ରାସ୍ତା ତଳକୁ ଘୋସାରିବା ଫଳରେ ପିଚୁ ରାସ୍ତା ସମ୍ପୁର୍ଣ୍ଣ ଖୋଳି ହୋଇଯାଇଛି । ଏହି ରାସ୍ତା ଦେଇ ବାରୁଅ, ନିଳିକଣା, ଦେ-ପୁରା, କଂସାର, ନାଗପୁରା ଦେଇ ଗ୍ରାମବାସୀମାନେ ପ୍ରତିଦିନ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ ଓ କେନ୍ଦ୍ରାପଡା ସହରକୁ ଯାତାୟତ କରିଥାନ୍ତି । ରାସ୍ତାଟି ଭାଙ୍ଗିଯିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସୂଚନା ଯୋଗ୍ୟ ଯେ ଏହି ରାସ୍ତା ଏଷ୍ଟିମେଟ ଅନୁସାରେ ଉକ୍ତ କାମରେ ପଥର ପ୍ୟାକିଂ ଓ ଡମ୍ପିଂ ପାଇଁ ୨୦୬୩୬ ସିୟୁଏମ ଅର୍ଥାତ ୫୧୫୯ ଟ୍ରିପ ପଥର କାର୍ଯ୍ୟରେ ଲାଗିବ । ଯଦି ୫ହଜାର ଟ୍ରିପ ପଥର ସେହି ରାସ୍ତା ଦେଇ ସ୍ପର ନିକଟକୁ ପରିବହନ କରାଯିବ, ତେବେ ସେ ରାସ୍ତା ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଗ୍ରାବସୀମାନେ ଆଶଙ୍କା କରିଛନ୍ତି । ଏହାର ଉଚିତ ପଦକ୍ଷେପ ନେବାପାଇଁ ଗ୍ରାମବାସୀମାନେ କେନ୍ଦ୍ରାପଡା ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ରଞ୍ଜନ କୁମାର ମହାପାତ୍ର, ଇନ୍ଦ୍ରମଣି ମଲ୍ଲିକ, ଚନ୍ଦ୍ର ମଲ୍ଲିକ, ପ୍ରକାଶ ମଲ୍ଲିକ, ଶ୍ରୀଧର ମଲ୍ଲ୍‌ିକ, ପ୍ରମୋଦ କୁମାର ମଲ୍ଲିକ, ରମେଶ ନାୟକ, ହିମାଂଶୁ ନାୟକ, ରାମଚନ୍ଦ୍ର ମଲ୍ଲିକ, ବନମାଳି ମଲ୍ଲିକ, ଛବି ସ୍ୱାଇଁ, ବଲରାମ ମଲ୍ଲିକ, ଉମାକାନ୍ତ ନାୟକ,ଭାସ୍କର ରାଉତ, ରାମଚନ୍ଦ୍ର ରାଉତ ପ୍ରମୁଖ ଶତାଧିକ ଗ୍ରାମବାସୀମାନେ ଏହି ଦାବିପତ୍ର ସମୟରେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading