ମହାକାଳପଡା ବଉଳକଣୀ ଠାରେ ବିଜେପିର ସଯୁକ୍ତ ମୋର୍ଚ୍ଚା ସମ୍ମିଳନୀ


କେନ୍ଦ୍ରାପଡା,୨୬/୬- ମହାକାଳପଡା ବଉଳକଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ୯ ବର୍ଷ ଉପଲକ୍ଷେ ସାଧାରଣ ସଭାରେ ପବିତ୍ର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଦୁର୍ଯୋଧନ ସାହୁ, ଜିଲ୍ଲା ସଭାପତି ରଞ୍ଜିତ ଆଚାର୍ଯ୍ୟ, ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାଧବ ମଲ୍ଲିକ, ଜିଲ୍ଲା ଉପସଭାପତି ଅର୍ଜୁନ ମଲିକ୍‌, ଯୁବନେତା ପ୍ରସନ୍ନ ପରିଡା, ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ରୋଜାଲିନ୍ ମହାନ୍ତି, ଯୁବନେତା ବିକାଶ ପରିଡ଼ା, ସୁଦାମ ବାରିକ, ମୋହନ ଦାସ, ବିକଳି ମଳିକ, ରାମବାବୁ, ଗୋବିନ୍ଦ ଦାସ, ପଣ୍ଡିତ ଶେଖର ଦାସ, ଦେବକାନ୍ତ ପଲାଇ, ରାଜୁ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ । ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା ରାଜ୍ୟ ସରକାର ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ ପାଖ ଡାକ୍ତରଖାନା ହେଉ ବା ଜିଲ୍ଲା ଡାକ୍ତରଖାନା କେଉଁଠି ବି ଗରିବ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତର ନାହଁନ୍ତି, ସ୍କୁଲ କଲେଜରେ ଶିକ୍ଷକ ନାହାଁନ୍ତି । ଗ୍ରାମ୍ୟ ଜୀବନର ବିକଳ ଦୟନୀୟ ଛବି ଓ ରାଜ୍ୟ ସରକାରଙ୍କ ବିଫଳତାର ଚରମ ନିଦର୍ଶନ । ୫-ଟି ଆଳରେ ବିକାଶ ପାଣ୍ଠି ଲୁଣ୍ଠନର ନୂଆ କୌଶଳ ଆପଣେଇଛନ୍ତି ବିଜେଡ଼ି ସରକାର । ଅରାଜକତା ଏବଂ ଅତ୍ୟାଚାରୀ ଶାସନ ବ୍ୟବସ୍ଥା ଶାସନ ଧର୍ମରେ ପରିଣତ ହୋଇଛି ବୋଲି ସେ ମଧ୍ୟ କହିଛନ୍ତି । ଅନ୍ୟ ଉପକୂଳ ରାଜପଥ ସମେତ ଦେଶର ଯୋଗାଯୋଗ ଭିତ୍ତିଭୂମି ବିକାଶ, ରେଳ ବିକାଶ, ପଶୁସମ୍ପଦ ସମ୍ୱର୍ଦ୍ଧନ ଓ ଗ୍ରୀନ ଏନର୍ଜି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ସମ୍ଭବ ହୋଇଛି । ଏ ସବୁ ସହିତ ଓଡ଼ିଶା, ଓଡ଼ିଆ ଓ ଜଗନ୍ନାଥଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭାରତ ନିର୍ମାଣ କରିବା ଦିଗରେ ଓଡ଼ିଆ ବନବାସୀ ଝିଅ ଦ୍ରୌପଦୀ ମୂର୍ମୁଙ୍କୁ ରାଷ୍ଟ୍ରପତି ପଦବୀରେ ଅଧିରୁଢ଼ା କରିବା ଠାରୁ ଆରମ୍ଭ କରି ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ରିଜର୍ଭ ବ୍ୟାଙ୍କ୍‌ରେ ଶଶିକାନ୍ତ ଦାସଙ୍କ ସମେତ ବହୁ ଓଡ଼ିଆଙ୍କୁ ଦେଶର ବିବିଧ ବିଭାଗରେ ବସାଇଛନ୍ତି । ଆତ୍ମରକ୍ଷା, ପ୍ରତିରକ୍ଷା, ଆତ୍ମନିର୍ଭରଶୀଳତା ସଶକ୍ତ ସ୍ୱଦେଶୀ ଜ୍ଞାନକୌଶଳ ଓ ଦକ୍ଷତା ମୋଦି ସରକାରଙ୍କ ଶାସନ ମନ୍ତ୍ରରେ ପ୍ରମାଣିତ ହୋଇଛି ବୋଲି ଉପସ୍ଥିତ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ପ୍ରବଳ ଜନସମାଗମ ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading