ବିଜେପିର ମିଶ୍ରଣ ପର୍ବ


କେନ୍ଦ୍ରାପଡ଼ା ୨୮ା୬ : କେନ୍ଦ୍ରାପଡା ଜିଲ୍ଲା ଭାଜପା କାର୍ଯ୍ୟାଳୟଠାରେ ଆଳି ନିର୍ବାଚନ ମଣ୍ଡଳୀରେ ଘର ଘର ଜନସମ୍ପର୍କକାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ପରେ ଚରପଡା ପଞ୍ଚାୟତର ଅନେକ ବିଜେଡି ଓ କଂଗ୍ରେସର କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେବା ଓ ସୁଶାସନ ଏବଂ ଜନ କଲ୍ୟାଣ ଯୋଜନାରେ ପ୍ରଭାବିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଭାଜପା ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ସହ ଆଜି ପାର୍ଟି ଅଫିସ୍‌ଠାରେ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ନାୟକ, ମିଡିଆ ସେଲ ନେହେରୁ ସାହୁ , ଶୁଭ୍ର ରଞ୍ଜନ ସାମଲ, ଲିଟୁ ପଟ୍ଟନାୟକ ଯୋଗଦେଇ ମୋଦୀ ସରକାରର ବିଗତ ନଅ ବର୍ଷ ସେବା,ସୁଶାସନ ଓ ଗରିବ କଲ୍ୟାଣ ଆଧାରିତ ଓ ମୋଦିଜୀଙ୍କ ପ୍ରତ୍ୟେକ କ୍ଷେତ୍ରରେ ପଦେକ୍ଷପ ସମଗ୍ର ବିଶ୍ୱ ପାଇଁ ଅନୁକରଣୀୟ ବୋଲି ମତବ୍ୟକ୍ତ କରିବା ସହ ସରକାରର ସମସ୍ତ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକମାନଙ୍କ ଘର ଘର ଜନସମ୍ପର୍କ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଚରପଡାର ଏକ୍ସ ନାଏବ ସରପଞ୍ଚ ପ୍ରକାଶ ଜେନା, ମହନି ଜେନା, ଘଂଟେଶ୍ୱର ଜେନା, କୁଳମଣି ଜେନା, କୁମାର ଜେନା, ପାଣ୍ଡବ ଜେନା, ବାବୁରାମ ଜେନା, ସୁଶାନ୍ତ ଜେନା, କିଶୋର ଜେନା, ଜଗବନ୍ଧୁ ଜେନା, ଅଶୋକ ଜେନା, ମାମିନା ବଳ, ବିଜେଡି ଓ କଂଗ୍ରେସର କର୍ମୀମାନେ ବିଜେପିରେ ମିଶି ମୋଦିଜୀଙ୍କ ସହ ଭାରତ ମାତାର ସେବାରେ ନିଜକୁ ସାମିଲ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading