କେନ୍ଦ୍ରାପଡ଼ା, ୧୪ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପାଠାଗାର ପରିସରରେ ଦୁଇ ଲୋକପ୍ରିୟ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତି ଓ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଓକିଲ ସଙ୍ଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଦୈାରାଜଜ ବିଶ୍ୱଜିତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକପ୍ରିୟ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତି ଓ କେନ୍ଦ୍ରାପଡାର ବରିଷ୍ଠ ଆଇନଜୀବୀ ଭାଗବତ ପ୍ରସାଦ ମହାନ୍ତିଙ୍କ ତୈଳଚିତ୍ରକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଦାଲତର ସମସ୍ତ ନ୍ୟାୟାଧୀଶ ଉପସ୍ଥିତ ରହି ଉଭୟ ବରିଷ୍ଠ ଆଇନଜୀବୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କ଼ରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଉଭୟ ବରିଷ୍ଠ ଆଇନଜୀବୀ ଜିଲ୍ଲା ଓକିଲ ସଙ୍ଘକୁ ବହୁ ଉପାଦେୟ ଆଇନ ପୁସ୍ତକ ଦାନ କରିଛନ୍ତି । ସଙ୍ଘର ସାଧାରଣ ସମ୍ପାଦକ ଧନୁର୍ଜୟ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରଭାତ କୁମାର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ ଦୟାଶଙ୍କର ଦ୍ୱିବେଦୀ, ପବିତ୍ର କୁମାର ପରିଡା, ମମତାମୟୀ ସାମଲ, ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଜେନ୍ଦ୍ର ମହାନ୍ତିଙ୍କ ପୁତ୍ର ଜୟନ୍ତ ମହାନ୍ତି ଓ ପୁତୁରା ତଥା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ସମେତ ଜିଲ୍ଲା ଓକିଲ ସଙ୍ଘର ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ ।
kanikanews.in
Next Post
କଂଗ୍ରେସ ଘେରିଲା କେନ୍ଦ୍ରାପଡା ବ୍ଲକ
Sat Jul 15 , 2023
କେନ୍ଦ୍ରାପଡା ୧୪/୭- କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ବ୍ଲକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର ପ୍ରତିବାଦରେ ଶୁକ୍ରବାର କେନ୍ଦ୍ରାପଡା ବ୍ଲକ ଘେରାଉ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ବିରାଟ ବାଇକ ରାଲି ବାହାରି ତିନିମୁହାଣୀ, ନୂଆ ବସ୍ଷ୍ଟାଣ୍ଡ, ପୁରୁଣା ବସ୍ଷ୍ଟାଣ୍ଡ, ଫରଜନ୍ ଛକ ଓ ସାନ୍ତସାହି ପୋଲ ଦେଇ ବ୍ଲକ ସମ୍ମୁଖରେ ପହଁଞ୍ଚିଥିଲେ […]

You May Like
- 9 months ago
ଜିଲ୍ଲା ସ୍ତରୀୟ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ
- 6 months ago
କଂସାର ସାହାସପୁର ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ