କେନ୍ଦ୍ରାପଡା ୨୧/୭- କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ଗ୍ରାମ ପଞ୍ଚାୟତ ନରଣପୁର ଗ୍ରାମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଓ ରିଲିଆନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରିଲିଆନ୍ସ ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ଅଶୋକ କୁମାର ମଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ରିଲିଆନ୍ସ ଫାଉଣ୍ଡେସନ ନିଃଶୁଳ୍କ ସେବା ସମ୍ପର୍କରେ ଚାଷୀ ମାନଙ୍କୁ କହିବା ସହ କାର୍ଡ ଗୁଡିକ ବଣ୍ଟନ କରିଥିଲେ । ଶିବିରରେ ପଶୁ ରୋଗ ବିଶେଷଜ୍ଞ ତଥା ଜିଲ୍ଲା ଉପ-ପରିଚାଳକ ଡାକ୍ତର ବସନ୍ତ କୁମାର ବେହେରା ଓ ଏସ.ଡି.ପି.ଓ ତଥା ପ୍ରାଣୀ ଡାକ୍ତର ମନୋଜ କୁମାର ପଟ୍ଟନାୟକ ଗୃହ ପାଳିତ ପଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ପ୍ରାଣୀ ଚିକିତ୍ସାକ ଅଧିକାରୀ ଶ୍ରୀନିବାସ ସେଠି, ରଞ୍ଜନ କୁମାର ସାହୁ ଓ ଅନ୍ୟ ଗୋମିତ୍ର ମାନେ ଶିବିରରେ ଉପସ୍ଥିତ ରହି ଗାଇ, ଗୋରୁ, ଛେଳି, ମେଣ୍ଢା ମାନଙ୍କୁ ଟୀକା କରଣ କରିଥିଲେ ।