ଧୋୟାଂଚଳରେ ପୁଣି କୁମ୍ଭୀର ଆକ୍ରମଣ, ଜଣେ ନିଖୋଜ, ଅଂଚଳବାସୀ ଆତଙ୍କିତ : ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଝାମ୍ପି ନେଲା କୁମ୍ଭୀର



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଘାଗରାଡିଆ ଗ୍ରାମର ଜନୈକ ବୃଦ୍ଧଙ୍କୁ ନିକଟରେ ଆକ୍ରମଣ କରି ମାରିଦେବା ଘଟଣା ଲୋକଙ୍କ ମନରୁ ନଲିନଥିବା ବେଳେ ପୁଣି ଆଜି ରାତି ୮ ଟା ସମୟରେ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା କୂଳସାହି ଗ୍ରାମର ଜନୈକ ଯୁବକଙ୍କୁ କୁମ୍ଭୀର ଆକ୍ରମଣ କରି ନଦୀ ମଧ୍ୟକୁ ଝାମ୍ପି ନେବା ଘଟଣା ସମଗ୍ର ଧୋୟାଂଚଳରେ ଆଲୋଡନ ସୃଷ୍ଟି କରିଛି । ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟିବା ଯୋଗୁଁ ଅଂଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଏହି ଘଟଣାରେ ଧୋୟାଂଚଳବାସୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।

ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଂଚାୟତ କୂଳସାହି ଗ୍ରାମର ଅମୁଲ୍ୟ ଦାସ ( ୪୫) ଗୁରୁବାର ରାତି ୮ ଟା ସମୟରେ କପଡା ନେଇ ଶୌଚ ହେବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ମାତ୍ର ଶୌଚ ସମୟରେ ହଠାତ ଏକ କୁମ୍ଭୀର ଆକ୍ରମଣ କରି ତାଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା । ତାଙ୍କ ଆର୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟମାନେ ନଦୀ କୂଳକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତା ପାଇନଥିଲେ । ଏହା ପରେ ସ୍ଥାନୀୟ ଲୋକମାନେ ଦମକଳ ଗାଡିକୁ ଖବର ଦେଇଥିଲେ । ମାତ୍ର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ରାତିର ଘନ ଅନ୍ଧକାର ଯୋଗୁଁ ନିଖୋଜ ଅମୁଲ୍ୟଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ । ବ୍ରାହ୍ମଣୀ ନଦୀକୂଳରେ ଲୋକଙ୍କ ଭିଡ଼ ଲାଗି ରହିଛି । ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଲାଗି ରହିଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗତ ଜୁନ-ଜୁଲାଇ ଦୁଇ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ମୁହଁରେ ଜୀବନ ଯିବା ଏହା ଚତୃଥ ଘଟଣା । ଗତ ଜୁନ ମାସ ପହିଲି ରଜରେ ପଟ୍ଟାମୁଣ୍ଡାଇ ନିମପୂରୁ ଗ୍ରାମର ଆଶୁତୋଷ ଆଚାର୍ଯ୍ୟ,ସେହିମାସ ୨୧ ତାରିଖରେ ରାଜନଗର ହାତିଆଗଡି ଗାଁର ଜଣେ ୪୨ ବର୍ଷୀୟା ମହିଳା ସୀତା ରାଣୀ ଦାସ,ଙ୍କୁ କୁମ୍ଭୀର ଟାଣି ନେଇଥିଲା । ସେହିପରି ଗତ ଜୁନମାସ ଘାଗରାଡିଆ ଗ୍ରାମର ଜଣେ ବୃଦ୍ଧ ଗଙ୍ଗାଧର ତରାଇ ସକାଳେ ଶୌଚ ବେଳେ ଟାଣି ମାରି ଦେଇଥିଲା । ପୁଣି ଆଜି କୂଳସାହି ଗ୍ରାମର ଅମୂଲ୍ୟ ଦାସ (୪୫) କୁମ୍ଭୀର ଟାଣି ନେଇଛି ।ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ସମାଗମ ହୋଇଛନ୍ତି । ସ୍ଥାନୀୟ ଲୋକେ ଅମୂଲ୍ୟଙ୍କୁ ବ୍ରାହ୍ମଣି ନଦୀରେ ଖୋଜାଖୋଜି ଜାରି ରଖିଥିବା ଜଣାପଡ଼ିଛି । ପଟ୍ଟାମୁଣ୍ଡାଇ ପୂର୍ବତନ ଅଧକ୍ଷ ମାନସ ରଞ୍ଜନ ସାମଲ, ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ,ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ ଓ ସମାଜିକକର୍ମୀ କୈଳାସ ସେଠୀ ପ୍ରମୁଖ ଧୋୟାଂଚଳ ଲୋକମାନଙ୍କୁ କୁମ୍ଭୀର ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ବ୍ରାହ୍ମଣୀ ନଦୀକୂଳରେ କୁମ୍ଭୀର ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଦାବୀ କରିବା ସହିତ ଜଙ୍ଗଲ ବିଭାଗ ଉପଦ୍ରବ କରୁଥିବା କୁମ୍ଭୀରମାନଙ୍କୁ ଧରି ଭିତରକନିକା ଅଭୟାରଣ୍ୟରେ ଛାଡିବାକୁ ଦାବୀ କରିଛନ୍ତି ।


Next Post

विशेषज्ञ डॉक्टरों की कमी के क।रण मरीजों की सेवा मे बाधा

Fri Jul 28 , 2023
आधुनिकीकरण पर हर साल करोड़ों रुपये खर्च किये जाते हैं ब्लॉक अध्यक्ष ने सरकारी अनुदान निवेश पर सवाल उठाए पट्टामुंन्डाई – ओडिशा राज्य सरकार ने मरीजों की बेहतर सेबा के लिए कई प्रकर कदम उठाए हैं। हालाँकि, पट्टामुंन्डाई उप-जिला स्तरीय अस्पताल बहु समस्याओं से जूझ रहा है। यह उपजिला स्तरीय […]

KANIKA