କେନ୍ଦ୍ରାପଡ଼ା ୧୪ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ୍.ସି.ସି. ଅ।।ଲୁମିନି ଆସୋସିଏସନ ପକ୍ଷରୁ ‘ହର ଘର ଏକ ପୌଦ୍ଧା’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଇଁ ଏନ୍.ସି.ସି. ଅ।ଲୁମିନି ଆସୋସିଏସନ ‘ହର ଘର ଏକ ପୌଦ୍ଧା’ ଲଗାଇବା ପାଇଁ ଯେଉଁ ଅଭିନବ ପ୍ରୟାସ ଆରମ୍ଭ କରିଥିଲା ତାହା ଅ।।ଜି କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ ବରଂ ସାରା ଓଡିଶାର କୋଣ ଅନୁକୋଣରେ ପହଞ୍ôଚ ପାରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର ତିନିମୁହାଣୀ ଛକରେ ମାଇଁ ଏନ୍.ସି.ସି. ଅ।ଲୁମିନି ଆସୋସିଏସନ ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ ବିଭିନ୍ନ କିସମର ଚାରା ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଇଁ ଏନ୍.ସି.ସି. ଅ।।ଲୁମିନି ଆସୋସିଏସନର ସଦସ୍ୟ ରାଜଲକ୍ଷ୍ମୀ ମହାରଣା, ଦେବସ୍ମିତା ଜେନା, ପ୍ରେମାନନ୍ଦ ଲେଙ୍କା, ଶ୍ରୀକାନ୍ତ ପୋଥାଳ, ରଶ୍ମୀରଞ୍ଜନ ମହାରଣା, ଅନୁପ କୁମାର ରାଉତ, ମହମ୍ମଦ ସାଜିଦ ଖାନ୍, ମିତ୍ରଭାନୁ ସାହୁ, ମହମ୍ମଦ ରିଆଜଉଦ୍ଦିନ, ଚିତ୍ତରଞ୍ଜନ ଦାସ, ସୁଜିତ କୁମର ସେଠୀ ପ୍ରମୁଖଙ୍କ ସମେତ ବର୍ତ୍ତମାନ ଏନ୍ସିସି ବାଳକ ଓ ବାଳିକା ବିଭାଗର କ୍ୟାଡେଟମାନେ ମଧ୍ୟ ସହଯୋଗ କରିଥିଲେ । ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ‘ହର ଘର ଏକ ପୌଦ୍ଧା’ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମାଇଁ ଏନ୍ସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଘୋଷଣା କରିବା ସହିତ ସମସ୍ତ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
kanikanews.in
Next Post
ପୂର୍ବତନ ବିଧାୟିକାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
Tue Aug 15 , 2023
କେନ୍ଦ୍ରାପଡ଼ା,୧୪ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସ୍ୱର୍ଗତା ନିବେଦିତା ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଅମର ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀଙ୍କସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ନୃସିଂହ ପ୍ରସାଦ ପତ୍ରୀ, ଶିଶୁ ମନ୍ଦିରର ସମ୍ପାଦକ ହିମାଂଶୁଶେଖର ଦାଶ, ଆଇନିଜୀବୀ ଫକିର […]

You May Like
- 1 year ago
ସହରାଞ୍ଚଳ ବିକାଶ ସମ୍ପର୍କରେ ସଚେତନତା ଶିବିର
- 1 year ago
କେନାଲ ନବୀକରଣରେ ଅନିୟମିତତା ଅଭିଯୋଗ