ଆନନ୍ଦ ଜେନାଙ୍କ ମୂର୍ତ୍ତୀ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ବିଶାଳ ଗଣଧାରଣା



କେନ୍ଦ୍ରାପଡ଼ା, ୧୭ା୮: ଡଃ ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତର ଦାବିରେ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଡଃ. ଆମ୍ବେଦକର ଷ୍ଟାଚ୍ୟୁ କମିଟି ସମ୍ପାଦକ ସୁଧୀର କୁମାର ମଲ୍ଲିକଙ୍କ ସଭାପତିତ୍ୱ୍ୱରେ ଅନୁଷ୍ଠିତ ଏହି ବିଶାଳ ଗଣଧାରଣାରେ କେନ୍ଦ୍ରାପଡାର ବହୁ ବୁଦ୍ଧିଜୀବୀ, ଆଇନଜିବୀ ଓ ଆମ୍ବେଦକର ପ୍ରେମୀମାନେ ଯୋଗଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ତୁରନ୍ତ ସ୍ଥାନାନ୍ତର କରାଯିବାକୁ ଦାବି କରିଥିଲେ । ନଚେତ ସେମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିଲେ । ସେମାନେ ଏସମ୍ପର୍କରେ ଗତ ଅପ୍ରେଲ ମାସ ୪ତାରିଖ, ଜୁଲାଇ ମାସ ୨୪ ତାରିଖ ଏବଂ ଚଳିତମାସ ୭ ତାରିଖରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ବି ଅଦ୍ୟାବଧି ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିଶାଳ ଗଣଧାରଣା ଦିଆଗଲା ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହି ଗଣଧାରଣାରେ ନାରାୟଣ ଚନ୍ଦ୍ର ଦାସ, ଆଇନଜୀବୀ ନିର୍ମଳ କୁମାର ମଲ୍ଲିକ, ଆଇନଜୀବୀ ଅପୂର୍ବ ରଞ୍ଜନ ସେଠୀ, ସୁଶାନ୍ତ କୁମାର ମଲ୍ଲିକ, ପ୍ରମିଳା ସେଠୀ, ବିଳାସିନୀ ମଲ୍ଲିକ, ଟୁନୀ ମଲ୍ଲିକ, ମନରଞ୍ଜନ ଜେନା, ବିକଳୀ ମଲ୍ଲିକ ପ୍ରମୁଖ ଶତାଧିକ ଆନ୍ଦୋଳନକାରୀ ଅଂଶଗ୍ରହଣ କରି ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading