
କେନ୍ଦ୍ରାପଡ଼ା,୨୭/୮: କେନ୍ଦ୍ରାପଡାର ସ୍ୱାଧିନତା ସଂଗ୍ରାମୀ ଦୁର୍ଯ୍ୟୋଧନ ପଣ୍ଡା ସ୍ମୃତି କମିଟି ତରଫରୁ ସ୍ମୃତି କମିଟିର ସଭାପତି ବରିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଗରାପୁରସ୍ଥ କାଳୀ ମନ୍ଦିରଠାରୁ କୋଠିଛକ ଯାଏ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ମୃତି କମିଟିର ବରିଷ୍ଠ ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ଓ ପ୍ରକୃତି ବନ୍ଧୁ ପାର୍ଥ ସାରଥୀ ବେହେରା, ସ୍ମୃତି କମିଟି ସମ୍ପାଦକ ପ୍ରଫୁଲ ଦାସ, ମୁଖ୍ୟ ଅତିଥି ଭାବରେ ପି.ଏନ.ଏସ୍. କଲେଜ ମାର୍ଶାଘାଇର ଅଧ୍ୟକ୍ଷ ଜ୍ଞାନରଞ୍ଜନ ନାୟକ, ନାରୀକବି ଗୀତାଞ୍ଜଳୀ ସାହୁ, ଦୀପକ କୁମାର ସାହୁ, ଗୟାଧର ଧଳ, ଜ୍ୟୋତିରଞ୍ଜନ ସାହୁ, ପ୍ରତାପ ରୁଦ୍ର ପଣ୍ଡା, ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା, ରୀତାଞ୍ଜଳୀ ନାଥ, ଜ୍ଞାନରଞ୍ଜନ ପ୍ରଧାନ, ପ୍ରଦୀପ କୁମାର ସାମଲ, ସ୍ୱର୍ଣ୍ଣଲତା ପଣ୍ଡା, ପ୍ରିୟମ୍ବଦା ପଣ୍ଡା, କନକ ଜୟନ୍ତୀ ପଣ୍ଡା, ବିଶ୍ୱଜିତ ଜେନା, ରଘୁନାଥ ମଲ୍ଲିକ, ସେକ ଅକମଲ ଅଲ୍ଲୀ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣ କରିବା ସହିତ ଗଛର ଉପକାରୀତା ସମ୍ପର୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କରିଥିଲେ । ଚଳିତ ବର୍ଷ ଓଡିଶା ପୃଥିବୀରେ ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବାରୁ ଏଥିରୁ ଉଦ୍ଧାର ନିମନ୍ତେ ବ୍ୟାପକ ବୃକ୍ଷରୋପଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ ।











