ପଡୋଶୀ ନାଲିବତୀ ଗାଡିରୁ ବଟିକା ଖାଇ ଫେରିଛନ୍ତି ରାଜନଗର ନେତା , ବିଧାୟକ ଟିକେଟ ଆଶାରେ ନେତା ଓ କର୍ମୀ


କେନ୍ଦ୍ରାପଡା,୨୮ା୮; ବଦଳିବ କି ରାଜନଗରର ରାଜନୈତିକ ଚିତ୍ର ଶାସକ ଦଳରେ ଗୋଷ୍ଠୀ କନ୍ଦଳ ସାମାଜିକ ଗଣମାଧ୍ୟମରେ ଦଳୀୟ ନେତା କର୍ମୀଙ୍କ ମଧ୍ୟରେ ଚାଲିଥିବା କଥାକଟାକଟି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବା ବେଳେ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି ଦଳୀୟ କର୍ମୀ ନେତାମାନେ ଦୁଇ ଗୋଷ୍ଠୀ ହୋଇ ସୋସିଆଲ ମିଡିଆରେ କଥା କଟାକଟି ହେଉଥିବା ପରିଲକ୍ଷିତ ହେଉଛି ବିଶେଷକରି ବିଧାୟକ ଧ୍ରୁବ ସାହୁ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀଙ୍କ ସମର୍ଥକଙ୍କ ମଧ୍ୟରେ ବ୍ୟବଧାନ ଧିରେ ଧିରେ ବଢିବାରେ ଲାଗିଛି ସୋସିଆଲ ମିଡିଆରେ ଏହି ଯୁଦ୍ଧ ଏତେ ତୀବ୍ର ହେଲାଣୀ ଯେ, ଦଳୀୟ ସମର୍ଥକମାନେ କିଂକର୍ତବ୍ୟ ବିମୂଢ ହୋଇଗଲେଣି ଏନେଇ ଦଳର ଜିଲ୍ଲା ସଭାପତି ଅଶୋକଙ୍କୁ ବିଜେଡି ସଭାପତି ପଦରୁ ହଟାଇ ଦେଇଛନ୍ତି ପଟ୍ଟାମୁଣ୍ଡାଇ ଅଂଚଳ କଥା ଛାଡନ୍ତୁ ଅଶୋକଙ୍କୁ ସଭାପତି ପଦରୁ ହଟାଇବା ପରେ ବିଧାୟକ ଏବେ ବି ବିପଦମୁକ୍ତ ନୁହଁନ୍ତି ରାଜନଗର ବ୍ଲକରେ କେବଳ ଅଶୋକ ନୁହଁନ୍ତି, ରାଜ୍ୟ ରାଜନୀତିରେ ପତିଆରା ଜାହିର କରିଥିବା ପଡୋଶୀ ନିର୍ବାଚନ ମଣ୍ଡଳୀର ମନ୍ତ୍ରୀଙ୍କ ନିକଟରେ ଦୁଇଜଣ ନେତା ବିଧାୟକ ପାଇଁ ବଟିକା ଖାଇ ଫେରିଥିବା ଚର୍ଚ୍ଚା ଜୋର ଧରିଛି ଏକ ବିଶେଷ ସୂତ୍ରରୁ ଜଣାଯାଏ ଯେ, ପ୍ରଭାବଶାଳୀ ତଥା ପଡୋଶୀ ନିର୍ବାଚନ ମଣ୍ଡଳୀର ମନ୍ତ୍ରୀଙ୍କ ଆର୍ଶୀବାଦ ପାଇଛନ୍ତି କିଛିଦିନ ପୂର୍ବେ କେନ୍ଦ୍ରାପଡାର ଏକ ମଣ୍ଡପରେ ପ୍ରାକ୍ତନ ପଚାଂୟତ ସମିତି ଅଧ୍ୟକ୍ଷ ପ୍ରାକ୍ତନ ପଚାଂୟତ ସମିତି ଅଧ୍ୟକ୍ଷଙ୍କ ସଂପର୍କୀୟ ବନ୍ଦ ଘରେ ମନ୍ତ୍ରୀଙ୍କ ସହ ପ୍ରାୟ ୨ଘଂଟା କାଳ ଆଲୋଚନା କରି ଫେରିଥିବା ନାମ ଗୋପନ ସୂତ୍ରରେ ବିଜେଡିର ଜଣେ ଆଗଧାଡିର କର୍ମୀ ପ୍ରକାଶ କରିଛନ୍ତି ଜନସାଧାରଣଙ୍କ ଆଲୋଚନାରୁ ଯାନଯାଏ ପଟ୍ଟାମୁଣ୍ଡାଇ ରାଜନୈତିକ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, କୈାଣସି ନେତାଙ୍କୁ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ସେମାନେ ନିର୍ବାଚିତ କରିନାହାଁନ୍ତି ପଟ୍ଟାମୁଣ୍ଡାଇ ଅଂଚଳର ଐତିହ୍ୟ ଏପରି ଥିବା ବେଳେ ରାଜନଗରରେ ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଶାସକ ଦଳ ପାଇଁ କାଳ ହେବ ବୋଲି ରାଜନଗର ପଟ୍ଟାମୁଣ୍ଡାଇ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି ବିଜୁ ଜନତା ଦଳର କିଛିକର୍ମୀ ଯିଏ ଟିକେଟ ଆଣିବ ଆମେ ତାଙ୍କୁ ନେତା ଭାବେ ଗ୍ରହଣ କରିବୁ ବୋଲି ରୋକଠୋକ କହୁଥିବା ବେଳେ ଅଧିକାଂଶ କର୍ମୀ ବିଧାୟକ ଧ୍ରୁବ ସାହୁ ଭଳି ନେତା ମିଳିବେ ନାହିଁ ବୋଲି କହୁଛନ୍ତି । ଅପରପକ୍ଷରେ କେବଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ ନୁହଁନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ମଧ୍ୟ ବିଧାୟକ ଦୈାଡରେ ସାମିଲ ହେବା ପାଇଁ ଅଂଟା ଭିଡିଲେଣି ବୋଲି ଚର୍ଚ୍ଚା ଲାଗି ରହିଛି ମଣ୍ଡପରେ ମନ୍ତ୍ରୀଙ୍କ ଉପସ୍ଥିତି ନିର୍ବାଚନ ବିଗୁଲ ନବାଜୁଣୁ ରାଜନଗର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଭରି ଦେଲାଣି

 


Discover more from

Subscribe now to keep reading and get access to the full archive.

Continue reading